ନୂଆଦିଲ୍ଲୀ,୦୩/୦୩; ଇରାନ ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ ପରେ ଭାରତ ସରକାର ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଶୋକ ବାର୍ତ୍ତା ଜାରି କରିନାହାନ୍ତି । ବିରୋଧୀ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କଂଗ୍ରେସ ସଂସଦୀୟ ଦଳ ଅଧ୍ଯକ୍ଷା ସୋନିଆ ଗାନ୍ଧୀ ଖାମେନେଇଙ୍କ ହତ୍ୟାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହାକୁ ସେ କର୍ତ୍ତବ୍ୟହୀନତା ବୋଲି କହିଛନ୍ତି । ଏହାଦ୍ୱାରା ଭାରତର ବିଦେଶ ନୀତିର ଦିଗ ଏବଂ ଭରସା ଉପରେ ବଡ଼ ପ୍ରଶ୍ନ ଉଠୁଛୁ । କୌଣସି ଦେଶର ନେତାଙ୍କୁ ହତ୍ୟାକୁ ଦୃଢ ନିନ୍ଦା କରିଛନ୍ତି । 

ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଇରାନ ଉପରେ ମିଳିତ ଆକ୍ରମଣ ଏବଂ ଭାରତ ସରକାରଙ୍କ ନୀରବତାକୁ ସମାଲୋଚନା କରି କହିଛନ୍ତି ଯେ, ଇରାନ ଉପରେ ଏକପାଖିଆ ସାମରିକ କାର୍ଯ୍ୟାନୁଷ୍ଠାନ ଉପରେ ସରକାରଙ୍କ ନୀରବତା ନୀତିରୁ ପଛଘୁଞ୍ଚା ସହିତ ସମାନ । ଦୁଇ ପକ୍ଷ ମଧ୍ୟରେ ଚାଲିଥିବା ଆଲୋଚନା ମଧ୍ୟରେ ଜଣେ ଶାସକ ରାଷ୍ଟ୍ରମୁଖ୍ୟଙ୍କ ହତ୍ୟା ଆଜିର ଅନ୍ତର୍ଜାତୀୟ ସମ୍ପର୍କରେ ଏକ ବଡ଼ ଫାଟକୁ ଉଜାଗର କରୁଛି । ତଥାପି, ଏହି ଘଟଣାର ଆଘାତ ବ୍ୟତୀତ, ଯାହା ସମାନ ଭାବରେ ଆଶ୍ଚର୍ଯ୍ୟଜନକ ତାହା ହେଉଛି ନୂଆଦିଲ୍ଲୀର ନୀରବତା । ଏହା ବୈଦେଶିକ ନୀତିର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛି । ଭାରତ ସରକାର ଇରାନର ହତ୍ୟା କିମ୍ବା ସାର୍ବଭୌମତ୍ୱ ଉଲ୍ଲଂଘନକୁ ନିନ୍ଦା କରିବାରୁ ନିବୃତ୍ତ ରହିଛନ୍ତି ।​​​​​​​ "

​​​​​​​ସୋନିଆ ଗାନ୍ଧୀ ଆହୁରି କହିଛନ୍ତି, ଯେତେବେଳେ ଜଣେ ବିଦେଶୀ ନେତାଙ୍କୁ ଟାର୍ଗେଟ କରି ହତ୍ୟା କରାଯିବା ପରେ, ଆମ ପକ୍ଷରୁ ସାର୍ବଭୌମତ୍ୱ କିମ୍ବା ଅନ୍ତର୍ଜାତୀୟ ଆଇନର କୌଣସି ଉଲ୍ଲେଖ ନ ଥାଏ ଏବଂ ନିରପେକ୍ଷତା ପଛରେ ରହିଯାଏ, ଏହା ଆମର ବୈଦେଶିକ ନୀତିର ଦିଗ ଏବଂ ବିଶ୍ୱସନୀୟତା ବିଷୟରେ ଗମ୍ଭୀର ଚିନ୍ତା ସୃଷ୍ଟି କରେ । ଯଦି ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ନୀତିଗତ ଆପତ୍ତି ବିନା ଏପରି କାର୍ଯ୍ୟ କରାଯାଏ, ତେବେ ଅନ୍ତର୍ଜାତୀୟ ନୀତିର କ୍ଷୟ ହେବା ସ୍ୱାଭାବିକ ହୋଇଯାଏ । "

ଏହା ବି ପଢନ୍ତୁ...ଇରାନ ସୁପ୍ରିମ ଲିଡର ଖାମେନେଇଙ୍କ ଡେଡ୍‌ବଡି କେଉଁଠି ? କିଏ କଲା ଗାଏବ, ଟ୍ରମ୍ପ ନା ନେତନ୍ୟାହୁ  

ବିରୋଧୀ ପ୍ରଶ୍ନ କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆର ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିବା ସହ କେବଳ ଆଲୋଚନା କୂଟନୀତି ଉପରେ ଗୁରୁତ୍ୱ ଦେଇଛନ୍ତି । ଭାରତର ଏହି ନିରବତା ପଛରେ ୪ଟି ପ୍ରମୁଖ କାରଣ ରହିଛି । ସରକାରୀ ସୂତ୍ର ଅନୁଯାୟୀ ଖାମେନେଇ ଅନେକ ସମୟରେ ଭାରତ ବିରୋଧୀ ବୟାନ ଦେଉଥିଲେ । ସେ କାଶ୍ମୀର ପ୍ରସଙ୍ଗରେ ୨୦୧୭ ଏବଂ ୨୦୧୯ରେ ପାକିସ୍ତାନ ଭାଷାରେ ଭାରତକୁ ସମାଲୋଚନା କରିଥିଲେ । ୨୦୨୦ ଦିଲ୍ଲୀ ଦଙ୍ଗା ସମୟରେ ଭାରତୀୟ ମୁସଲିମମାନଙ୍କ ସୁରକ୍ଷା ନେଇ ବିବାଦୀୟ ଟୁଇଟ୍ କରିଥିଲେ । କେବଳ ଭାରତ ନୁହେଁ ଆମେରିକା, ବ୍ରିଟେନ୍, ଫ୍ରାନ୍ସ, କାନାଡା ଏବଂ ଅଷ୍ଟ୍ରେଲିଆ ଭଳି ଜି୭ ଦେଶ ଖାମେନେଇଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିନାହାନ୍ତି । ଅର୍ଥାତ ଭାରତ ଶୋକ ବାର୍ତ୍ତା ନଦେବା ବିଶ୍ୱର ପ୍ରମୁଖ ଗଣତାନ୍ତ୍ରିକ ଦେଶଗୁଡିକର ଆଭିମୁଖ୍ୟ ସହ ସମାନ ।