ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

କର୍ଣ୍ଣାଟକ ହାଇକୋର୍ଟରୁ ସୋନୁ ନିଗମଙ୍କୁ ଆଶ୍ୱସ୍ତି , ହେଲେ ତଦନ୍ତରେ କରିବେ ସାହାଯ୍ୟ

Published By : Prameya | May 15, 2025 5:46 PM

ନୂଆଦିଲ୍ଲୀ : କର୍ଣ୍ଣାଟକ ହାଇକୋର୍ଟ କନ୍ନଡ ସଂପ୍ରଦାୟର କଥିତ ଭାବେ ଅପମାନ କରିବା ମାମଲାରେ ସିଙ୍ଗର ସୋନୁ ନିଗମଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। କୋର୍ଟ ଆଦେଶ ଦେଇଛନ୍ତି କି, ତାଙ୍କ ବିରୋଧରେ କୌଣସି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ , କିନ୍ତୁ ତାଙ୍କୁ ଯାଞ୍ଚରେ ସହଯୋଗ କରିବେ। ସୋନୁ ନିଗମ ନିଜ ବିରୋଧରେ ରୁଜୁ ଅପରାଧିକ ମାମଲାକୁ ରଦ୍ଦ କରାଇବା ପାଇଁ ହାଇକୋର୍ଟରେ ପିଟିସନ ଦେଇ ଥିଲେ। ଗତ ମାସରେ ମ୍ୟୁଜିକ୍‌ କନସର୍ଟରେ ହୋଇଥିବା ବିବାଦ ପରେ ଅଭିଯୋଗ ଉପରେ ବେଙ୍ଗାଲୁରୁ ପୋଲିସ ବିଏନଏସର ଧାରାର ୩୫୧ (୨) (ଅପରାଧିକ ଧମକ), ୩୫୧ (୧) (ଶାନ୍ତି ଭଙ୍ଗ କରିବାର ଉଦ୍ଦେଶ୍ୟରେ ଅପମାନ) ଓ ୩୫୩ (ସାର୍ବଜନିକ କ୍ଷତି କରିବା ସମ୍ଭାବନା ଥିବା ବୟାନ) ସହ ଅନ୍ୟ ଧାରା ଗୁଡ଼ିକ ଅନୁସାରେ,ମାମଲା ରୁଜୁ କରିଥିଲେ। ଜଷ୍ଟିସ୍‌ ଶିବଶଙ୍କର ଅମରନ୍ନଭରଙ୍କ ପୀଠ କହିଛନ୍ତି ଯେ, କୋର୍ଟକୁ ରାଜ୍ୟ ସରକାର ଭରସା ଦେଇଛନ୍ତି ଯେ, ଯଦି ସେ ଯାଞ୍ଚରେ ସହଯୋଗ କରନ୍ତି , ତ ତାଙ୍କ ବିରୋଧରେ କୌଣସି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ।

FIR ରଦ୍ଦ କରିବାକୁ ଦେଇଥିଲେ ଆବେଦନ 

କର୍ଣ୍ଣାଟକ ରକ୍ଷଣ ବେଦିକେର ଅଧ୍ୟକ୍ଷ ଧର୍ମରାଜ ଅନ୍ତତୈୟା ନିଜର ଅଭିଯୋଗରେ କହିଥିଲେ ଯେ, ସୋନୁ ନିଗମ କେବଳ କନ୍ନଡ ଲୋକଙ୍କ ଅପମାନ କରିନାହାନ୍ତି , ବରଂ କନ୍ନଡ ଗୀତର ଅନୁରୋଧକୁ ଆତଙ୍କବାଦୀ କାର୍ଯ୍ୟ ସହ ଯୋଡ଼ି ତାଙ୍କର ସାଂସ୍କୃତିକ ଗୌରବ ଓ ଭାଷା ଚିହ୍ନିବାର ତୁଳନା ହିଂସା ଓ ଅସହିଷ୍ଣୁତା ସହ କରିଛନ୍ତି। ଶୁଣାଣି ବେଳେ ସିଙ୍ଗରଙ୍କର ଓକିଲ ସାର୍ବଜନିକ କ୍ଷମା ପ୍ରାର୍ଥନା ଉଲ୍ଲେଖ୍ୟ କରିଥିଲେ, ସରକାର ଚୁକ୍ତି କରିଥିଲେ ଯେ ଟିପ୍ପଣୀ ଲାଇଭ୍‌ ପ୍ରସାରଣ ବେଳେ କରାଯାଇ ଥିଲା ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଉପଯୁକ୍ତ ଥିଲା। ଉକ୍ତ ମାମଲାରେ ସୋନୁ ସଫେଇ ଦେଇଥିଲେ ଯେ, ସେଠାରେ ୪-୫ ଗୁଣ୍ଡା ପ୍ରକାରର ଲୋକ ଥିଲେ , ଯିଏ ଖୁବ୍‌ ଜୋରରେ କନ୍ନଡ କନ୍ନଡ ଚିଲାଇ ଥିଲେ। କିଛି ଯୁବତୀ ତାଙ୍କୁ ବୁଝାଉ ଥିଲେ କି ଏମିତି କର ନାହିଁ , ମାହୋଲ ଖରାପ ହେଉଛି। ମୁଁ ସେହି ୪ -୫ ଜଣ ଲୋକଙ୍କୁ ଏହା କହିବାକୁ ଚାହୁଁଥିଲି ଯେ ପହଲଗାମରେ ଯେବେ ଆତଙ୍କବାଦୀମାନେ ହମଲା କରିଥିଲେ , ସେତେବେଳେ ସେ କାହାକୁ ଏହା ପଚାରି ନଥିଲେ ଯେ ସେ କେଉଁ ଭାଷା କୁହଛନ୍ତି।

କଣ ଥିଲା ମାମଲା ? 

ଏହି ବିବାଦ ୨୫ ଅପ୍ରେଲରେ ବେଙ୍ଗାଲୁରୁର ଏକ ଇଂଜିନିୟରିଂ କଲେଜରେ ମ୍ୟୁଜିକ କନସର୍ଟ ବେଳେ ହୋଇଥିଲା। କନସର୍ଟ ବେଳେ ଅଡିଆନ୍ସ ସୋନୁଙ୍କୁ କନ୍ନଡ ଗୀତର ଡିମାଣ୍ଡ କରିଥିଲେ। ସିଙ୍ଗର ଅନୁରୋଧର ତରିକାକୁ ନେଇ ବିରୋଧ କରିଥିଲେ ଏବଂ ବିରକ୍ତିରେ ସେହି ଯୁବକଙ୍କୁ ଗାଳି କରିଥିଲେ। ସେ ପହଲଗାମରେ ହୋଇଥିବା ଆତଙ୍କବାଦୀ ହମଲାକୁ କହିଥିଲେ କନ୍ନଡ , କନ୍ନଡ , କନ୍ନଡ । ଏହି କାରଣ ଯେ, ପହଲଗାମ ହୋଇଛି। ସୋସିଆଲ ମିଡ଼ିଆରେ ଏହି ଟିପ୍ପଣୀକୁ ନେଇ ହଙ୍ଗାମା ହୋଇଛି ଏବଂ କର୍ଣ୍ଣାଟକ ଫିଲ୍ମ ଚ୍ୟାମ୍ୱର ଅଫ୍‌ କମର୍ସ ତାଙ୍କୁ ବ୍ୟାନ କରିବାକୁ ନିଷ୍ପତ୍ତି ନେଇଥିଲା। ମାମଲା ବଢିବା କ୍ଷଣି ସୋନୁ କ୍ଷମା ମାଗି ନେଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.