ପ୍ରମୂଖ ଖବର
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଖୁବ୍‌ ଶୀଘ୍ର ବିବାହ କରିବେ ନାଗା-ଶୋଭିତା, ଅଗଷ୍ଟରେ କରିଥିଲେ ଏନଗେଜମେଣ୍ଟ

Published By : Krishna Priya | November 5, 2024 9:30 AM

ମୁମ୍ବାଇ ୦୫/୧୧: ବିବାହ କରିବାକୁ ଯାଉଛନ୍ତି ନାଗା ଚୈତନ୍ୟ ଏବଂ ସୋଭିତା ଧୁଲିପାଲା । ଅଗଷ୍ଟ ମାସରେ ହାଇଦ୍ରାବାଦରେ ଏନଗେଜମେଣ୍ଟ କରିବା ପରେ ଦୁହେଁ ଖୁବ୍‌ ଶୀଘ୍ର ପରସ୍ପରର ହାତ ଧରିବାକୁ ଯାଉଛନ୍ତି। ରିପୋର୍ଟ ଅନୁଯାୟୀ, ଏହି ହାଇ ପ୍ରୋଫାଇଲ୍ ମ୍ୟାରେଜ୍‌ ଡିସେମ୍ବର ୪ ରେ ହେବାର ଅଛି। କିନ୍ତୁ ଷ୍ଟାର ଦମ୍ପତି ଏବଂ ସେମାନଙ୍କ ପରିବାର ବିବାହ ତାରିଖକୁ ନେଇ  ଚୁପ୍ ରହିଛନ୍ତି। 

ନାଗା ପୂର୍ବରୁ ଅଭିନେତ୍ରୀ ସାମନ୍ଥାଙ୍କୁ ବିବାହ କରିଥିଲେ । ଶୁଣିବାକୁ ମିଳୁଛି ଯେ ନାଗା ସାମନ୍ଥାଙ୍କ ସହ ଥିବା ସମୟରେ ସେ ଶୋଭିତାଙ୍କୁ ଡେଟ୍‌ କରୁଥିଲେ। ଯେଉଁଥିପାଇଁ ନାଗା ଏବଂ ସାମନ୍ଥାଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ପରେ ଦୁହେଁ ଛାଡପତ୍ର ନେଇଥିଲେ।

ନାଗା-ସୋଭିତାଙ୍କ ବିବାହ ବିଷୟରେ କହିବାକୁ ଗଲେ ସେମାନେ ରାଜସ୍ଥାନ କିମ୍ବା ବିଦେଶର କୌଣସି ସ୍ଥାନରେ ବିବାହ କରିପାରନ୍ତି। ହେଲେ ଏହି ଦମ୍ପତି ଏପର୍ଯ୍ୟନ୍ତ କୌଣସି ସ୍ଥାନ ସ୍ଥିର କରିନାହାଁନ୍ତି । ଯଦି ସେମାନେ ଘର ନିକଟରେ ବିବାହ କରିବାକୁ ସ୍ଥିର କରନ୍ତି, ତେବେ ସେମାନେ ନାଗାଙ୍କ ପାରିବାରିକ ଐତିହ୍ୟକୁ ସମ୍ମାନ ଦେଇ ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ବିବାହ କରିବେ । ବିବାହ ସମାରୋହ ଏକ ପାରମ୍ପାରିକ ତେଲୁଗୁ ସମାରୋହ ହେବ ଯେଉଁଥିରେ ଜିଲକରା ବେଲାମ ଭଳି ପରମ୍ପରା ଅନ୍ତର୍ଭୂକ୍ତ ହେବ।

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.