​​​​​​​କଟକ,୨୩।୧୨ : ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଶେଷ ହୋଇଛି। ମରାମତି କାର୍ଯ୍ୟ ସାରିବା ପରେ ଏହାକୁ ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରା ସରିଛି। ମଙ୍ଗଳବାର  ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଅବଗତ କରାଇଛି ଏଏସଆଇ। ସେହିପରି ରତ୍ନ ଗଣତି ମଣତି ପାଇଁ ଏସଓପି ପ୍ରସ୍ତୁତ ହେଉଛି ବୋଲି  ରାଜ୍ୟ ସରକାରଙ୍କ ତରଫରୁ କୋର୍ଟଙ୍କୁ ଅବଗତ କରିଛନ୍ତି  ଆଡ଼ଭୋକେଟ ଜେନେରାଲ।

ଏସସପି ପ୍ରସ୍ତୁତ ହେବାମାତ୍ରେ ଗଣତି ମଣତି କାର୍ଯ୍ୟ ଆରମ୍ଭ ହେବ ବୋଲି ଏଜିଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ସୂଚିତ କରାଯାଇଛି। ତେବେ ରତ୍ନ ଭଣ୍ଡାର ଚାବି ହଜିବାକୁ ନେଇ ହୋଇଥିବା ନ୍ୟାୟିକ ତଦନ୍ତ ରିପୋର୍ଟ ବାବଦରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ତଥ୍ୟ ରଖାଯାଇନାହିଁ। ଯାହା ହୁଏତ ଆଗାମୀ ଶୁଣାଣି ବେଳେ ହୋଇପାରେ। ରତ୍ନ ଭଣ୍ଡାର ସୁରକ୍ଷା, ରତ୍ନ ଗୁଡିକର ଗଣତି ମଣତି ଏବଂ ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ କରିବାକୁ ନେଇ ଜନସ୍ୱାର୍ଥ ମାମଲା ହାଇକୋର୍ଟରେ ଦାୟର ହୋଇଛି ।