ମୁମ୍ବାଇ,୪/୫ : ସାଉଥ୍ ଇଣ୍ଡଷ୍ଟ୍ରି । ଦେଶର ଏକ ଜଣାଶୁଣା ସିନେ ଇଣ୍ଡଷ୍ଟ୍ରୀ । ଏବେ ଏହାର ଷ୍ଟାର୍ ମାନେ ପ୍ୟାନ୍ ଇଣ୍ଡିଆ ଷ୍ଟାର୍ ଭାବେ ସାରା ଦେଶରେ ରାଜ୍ କରୁଛନ୍ତି । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଷ୍ଟାର୍ସଙ୍କ ଭୂମିକା ଭିନ୍ନ ରହିଥାଏ ଏବଂ ବିଶ୍ବସାରା ସାଉଥ ଷ୍ଟାର୍ସଙ୍କୁ ପସନ୍ଦ କରାଯାଇଥାଏ । କେତେକ ସାଉଥ୍ କଳାକାର ଯିଏ ପଲିଟିକ୍ସରେ ବି ଭାଗ୍ୟ ପରୀକ୍ଷା କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ପଦ ବି ହାସଲ କରିଥିଲେ । ବର୍ତ୍ତମାନ ସମୟରେ ଟିଭିକେରୁ ସାଉଥ୍ ଅଭିନେତା ଥଲାପତି ବିଜୟ ନିର୍ବାଚନ ଲଢୁଛନ୍ତି ଏବଂ ସିଏମ୍ ଦାବିଦାର ବୋଲି ଧରାଯାଉଛି । ଏଭଳି ସ୍ଥଳେ ଆସନ୍ତୁ ଜାଣିବା କି ଏବେ ପର୍ଯ୍ୟନ୍ତ ଇତିହାସରେ କିଏ କିଏ ଏଭଳି କଳାକାର ରହିଛନ୍ତି ଯିଏ ମୁଖ୍ୟମନ୍ତ୍ରୀ ପଦରେ ବସି ସାରିଛନ୍ତି ।
ଏମ ଜୀ ରାମଚନ୍ଦ୍ରନ ତାମିଲ ଇଣ୍ଡଷ୍ଟ୍ରୀର ବଡ଼ ଅଭିନେତା ବୋଲି ଧରାଯାଏ। ତାମିଲନାଡ଼ୁର ଏଭଳି ଅଭିନେତା ଥିଲେ ଯିଏ ସିଏମ ପଦ ହାସଲ କରିଥିଲେ । ସେ ୩ଟର୍ମ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲେ ଏବଂ ୧୦ବର୍ଷ ପର୍ଯ୍ୟନ୍ତ ସିଏମ୍ ପଦରେ କାର୍ଯ୍ୟରତ ଥିଲେ। ତାଙ୍କୁ ନେଶନାଲ ଫିଲ୍ମ ଆଓ୍ବାର୍ଡ଼, ଫିଲ୍ମଫେୟର ସାଉଥ ଆଓ୍ବାର୍ଡ଼ ବ୍ୟତୀତ ଭାରତ ସରକାରଙ୍କ ଦ୍ବାରା ଭାରତ ରତ୍ନରେ ବି ସମ୍ମାନୀତ କରାଯାଇଥିଲା ।
ଏମ କରୁଣାନୀଧି ସାଉଥର ବଡ଼ ରାଜନେତା ବୋଲି ଧରାଯାଏ । ସେ ପ୍ରଥମେ ଫିଲ୍ମରେ ସ୍କ୍ରିଫ୍ଟ ରାଇଟିଂ କରୁଥିଲେ । ପରେ ସେ ରାଜନୀତିରେ ଆସିଥିଲେ ଏବଂ ତାମିଲନାଡ଼ୁର ଇତିହାସ ପରିବର୍ତ୍ତନ କରିଥିଲେ । ସେ ୧୯୬୯ରୁ ୨୦୧୧ମଧ୍ୟରେ ୨୦ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭୂମିକାରେ ରହିଥିଲେ ଏବଂ ୫ଥର ତାମିଲନାଡ଼ୁର ଜନତା ତାଙ୍କ ଉପରେ ଭରଷା ରଖିଥିଲେ ।
ଏନଟି ରାମା ରାଓ୍ବ ଭାରତୀୟ ସିନେମା ଇତିହାସର ସବୁଠାରୁ ବଡ଼ ଅଭିନେତାଙ୍କ ମଧ୍ୟରୁ ଜଣେ ବୋଲି ଧରାଯାଏ। ସେ ରାଜନୀତିରେ ଏଣ୍ଟ୍ରି ମାରିଥିଲେ । ୧୯୮୩-୮୪, ୧୯୮୪-୮୯ ଏବଂ ୧୯୯୪-୯୫ପର୍ଯ୍ୟନ୍ତ ୩ ଭିନ୍ନ ଭନ୍ନ ଟର୍ମରେ ସିଏମ୍ ପଦ ସମ୍ଭାଳିଥିଲେ । ସେ ନିଜ କ୍ୟାରିୟରରେ ପ୍ରାୟ ୩୦୦ଫିଲ୍ମ କରିଥିଲେ ଏବଂ ତାଙ୍କୁ ୩ନେଶନାଲ ଆଓ୍ବାର୍ଡ଼ରେ ସମ୍ମାନୀତ କରାଯାଇଥିଲା । ଏହା ବ୍ୟତୀତ ଅଭିନେତାଙ୍କୁ ପଦ୍ମ ଶ୍ରୀରେ ବି ସମ୍ମାନୀତ କରାଯାଇଛି ।
ଜେ ଜୟଲଳିତା ସାଉଥ ଇଣ୍ଡଷ୍ଟ୍ରିର ଏକ ବଡ଼ ନାଁ ଏବଂ ସେ କେତେକ ଫିଲ୍ମରେ କାମ କରିଥିଲେ । କିନ୍ତୁ ସେ ଏକ ରାଜନେତା ରୂପରେ ବି ଲୋକଙ୍କ ଭରସା ଜିତିବାରେ ସଫଳ ରହିଥିଲେ ଏବଂ ତାଙ୍କ କାର୍ଯ୍ୟକାଳ ୧୪ବର୍ଷ ରହିଥିଲା ଯେଉଁଥିରେ ସେ ୬ଭିନ୍ନ- ଭିନ୍ନ ଟର୍ମ୍ସରେ ମୁଖ୍ୟମନ୍ତ୍ରୀ ରହିଥିଲେ । ତାଙ୍କୁ ତାଙ୍କ ଶାନଦାର୍ ଅଭିନୟ ଲାଗି ଫିଲ୍ମ ଫେୟାର ଆଓ୍ବାର୍ଡ଼୍ସରେ ବି ସମ୍ମାନିତ କରାଯାଇଛି ।
ଜାନକୀ ରାମଚନ୍ଦ୍ରନ ସାଉଥ ଫିଲ୍ମର ଅଭିନେତ୍ରୀ ରହିସାରିଛନ୍ତି ଏବଂ ସେ ଏମ ଜୀ ରାମଚନ୍ଦ୍ରନଙ୍କ ତୃତୀୟ ସ୍ତ୍ରୀ ବି ଥିଲେ । ସେ ବି ରାଜନୀତିରେ ଭାଗ୍ୟ ପରୀକ୍ଷା କରିଥିଲେ ଏବଂ ୧୯୮୮ରେ କିଛି ସପ୍ତାହ ଲାଗି ସେ ବି ସିଏମ୍ ପଦ ସମ୍ଭାଳିଥିଲେ । ତାଙ୍କ ନିଜ କ୍ୟାରିୟରରେ ୨୫ପାଖାପାଖି ଫିଲ୍ମରେ କାମ କରିଥିଲେ ।
ଏହା ବ୍ୟତୀତ ସାଉଥ ଫିଲ୍ମର ମେଗାଷ୍ଟାର ଚିରଞ୍ଜୀବୀ ବି ରାଜନୀତିରେ ଯୋଡ଼ି ହୋଇ ଅଛନ୍ତି ଏବଂ ସେ ୟୁନିୟନ ମିନିଷ୍ଟର ଭାବେ ବି ରହିସାରିଛନ୍ତି । ସେହିଭଳି ଅନ୍ୟପଟେ ତାଙ୍କ ସାନ ଭାଇ ପବନ କଲ୍ୟାଣ ବର୍ତ୍ତମାନ ସମୟରେ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପଦରେ ରହିଛନ୍ତି ଏବଂ ଫିଲ୍ମରେ ବି ସକ୍ରିୟ ଅଛନ୍ତି ।