ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ସାଉଥ କୋରିଆନ ଅଭିନେତା ସଙ୍ଗ ଜେ ରିମଙ୍କ ଦେହାନ୍ତ , ମୃତ୍ୟୁର କାରଣ ଅସ୍ପଷ୍ଟ

Published By : Anindita Ratha | November 13, 2024 2:13 PM

ମୁମ୍ବାଇ ,୧୩/୧୧:ସାଉଥ କୋରିଆନ ଲୋକପ୍ରିୟ ଅଭିନେତା ସଙ୍ଗ ଜେ ରିମଙ୍କ ଦେହାନ୍ତ  । ୩୯ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଅଭିନେତାଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର କରାଯାଇଥିବା ବେଳେ ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ବଢୁଛି ସସପେନ୍ସ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଏହି ଖବର କିନ୍ତୁ ସାରା କୋରିଆନ ଇଣ୍ଡଷ୍ଟ୍ରି ଏବଂ ଫ୍ୟାନ୍ସଙ୍କୁ ଚକିତ କରିଛି । ଗତକାଲି ତାଙ୍କର ମୃତଦେହ ଉଦ୍ଧାର କରିଥିବା ବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ତେବେ ଗଣମାଧ୍ୟମର ରିପୋର୍ଟ ଅନୁସାରେ,  କୋରିଆନ ଅଭିନେତାଙ୍କ ମୃତ୍ୟୁ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଯାଞ୍ଚ ସମୟରେ ଅଭିନେତ୍ରୀଙ୍କ ଘରୁ ଏକ ସୁସାଇଡ୍ ନୋଟ୍ ମଧ୍ୟ ଉଦ୍ଧାର କରାଯାଇଛି । ପ୍ରାରମ୍ଭିକ ଅନୁସନ୍ଧାନରେ ଏହାକୁ ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି କୁହାଯାଉଥିବା ବେଳେ ତାଙ୍କ ଦେହାନ୍ତରେ କୋରିଆ ଅଭିନେତାଙ୍କ ପରିବାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ନାହିଁ ।  ତେବେ ନଭେମ୍ବର ୧୪ ରେ ଅଭିନେତାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଥିବା ବେଳେ ତାଙ୍କ ଦେହାନ୍ତରେ କୋରିଆନ ଇଣ୍ଡଷ୍ଟ୍ରି ଏବଂ ଫ୍ୟାନ୍ସଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି। ପ୍ରକାଶ ଥାଉକି, ୨୦୦୯ରେ ସଙ୍ଗ ଜେ ରିମ୍ ତାଙ୍କର ଅଭିନୟ କ୍ୟାରିଅର୍ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ମୁଖ୍ୟ ଭୂମିକା ୨୦୧୧ ରେ 'ମୁନ ଏମ୍ବ୍ରସିଂ ସନ'ରେ ଆସିଥିଲା । ଏକ ସଫଳ ଐତିହାସିକ ଡ୍ରାମା ହୋଇଥିଲା । ସେ ରାଜାଙ୍କ ବିଶ୍ୱସ୍ତ ଅଙ୍ଗରକ୍ଷୀ କିମ ଜେ ୱନ୍ ଭାବରେ ସଙ୍ଗ ଜେ ରିମ ଅଭିନୟ କରି ଲୋକଙ୍କ ମନ ଜିତିଥିଲେ । ଯାହା ପରେ ସେ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିଥିଲେ । ଏହା ପରେ ସେ ଅନେକ କୋରିଆନ ଫିଲ୍ମରେ କାମ କରି ବେଶ ଲୋକପ୍ରିୟତା ହାସଲ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.