ପ୍ରମୂଖ ଖବର
  • କଟକ ରେଳ ଷ୍ଟେସନରେ ଅଘଟଣ : ଭୁଶୁଡିଲା ନିର୍ମାଣାଧୀନ ସେଡ୍
  • ||
  • ଶ୍ରୀମନ୍ଦିରରେ ପୁଣି ପଶିଲା ହିଡେନ୍ କ୍ୟାମେରା, ଭିଡିଓ କରିବା ବେଳେ ଧରା ପଡ଼ିଲେ ଯୁବକ
  • ||
  • ଭୁବନେଶ୍ୱର : ଷଣ୍ଢକୁ ଧକ୍କା ଦେଲା ବାଇକ୍‌, ଦୁର୍ଘଟଣାରେ ଚାଲିଗଲା ଅନ୍ତର୍ଜାତୀୟ ବଡି ବିଲ୍ଡରଙ୍କ ଜୀବନ
  • ||
  • IPLରୁ କ୍ରିକେଟର୍‌ ରବିଚନ୍ଦ୍ରନ୍ ଅଶ୍ବିନ୍‌ଙ୍କ ଅବସର ଘୋଷଣା
  • ||
  • ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଅଗ୍ରପୂଜ୍ୟ ଗଜାନନଙ୍କ ଆବାହନ : ଚଳଚଞ୍ଚଳ ପୁରପଲ୍ଲୀ, ରାଜଧାନୀରେ ୩୪୦ରେ ମଣ୍ଡପରେ ବିନାୟକଙ୍କ ପୂଜା
  • ||
  • ଫୁଲୁଛି ସୁବର୍ଣ୍ଣରେଖା ନଦୀ; ବଢୁଛି ଦୁର୍ଦ୍ଦଶା, ସ୍ଥିତି ସମୀକ୍ଷା କଲେ ରାଜ୍ୟପାଳ
  • ||
  • ଆଜି ଆକାଉଣ୍ଟକୁ ଆସିବ ସିଏମ୍‌ କିଷାନ ଟଙ୍କା, ଉପକୃତ ହେବେ ୫୧ ଲକ୍ଷରୁ ଅଧିକ ଚାଷୀ
  • ||
  • ବୈଷ୍ଣୋଦେବୀରେ ଭୂସ୍ଖଳନ; ୩୧ ଛୁଇଁଲା ମୃତ୍ୟୁସଂଖ୍ୟା, ଉଦ୍ଧାର ଅଭିଯାନ ଜାରି
  • ||
  • ଭାରତ ଉପରେ ଆଜିଠୁ ଫୁଟିବ ୫୦% ଟ୍ରମ୍ପଙ୍କ ଟାରିଫ୍ ବୋମା, ସଂଙ୍କଟରେ ୫ଲକ୍ଷ କୋଟିର ରତ୍ପାନୀ
  • ||

ବିଶ୍ୱର ସବୁଠୁ ଗରିବ ରାଷ୍ଟ୍ର ଦକ୍ଷିଣ ସୁଦାନ

Published By : Anindita Ratha | June 27, 2025 2:52 PM

ନୂଆଦିଲ୍ଲୀ,୨୭/୦୬: ଦକ୍ଷିଣ ସୁଦାନ ବିଶ୍ୱର ସବୁଠାରୁ ନୂଆ ଦେଶ । ୨୦୧୧ ଜୁଲାଇ ୯ରେ ଏହା ନିଜକୁ ସୁଦାନରୁ ପୃଥକ କରିଥିଲା ଏବଂ ଏହାର କିଛି ଦିନ ପରେ ଏ ଦେଶ ଜାତିସଂଘର ସଦସ୍ୟ ପାଲଟିଥିଲା । ସୁଦାନଠାରୁ ଅଲଗା ହେବା ପରେ ବି ଏହାର ଭାଗ୍ୟ ବଦଳିନାହିଁ । 

ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା ଆଇଏମ୍‌ଏଫ୍‌ ଅନୁସାରେ, ଦକ୍ଷିଣ ସୁଦାନ ହେଉଛି ବିଶ୍ୱର ସବୁଠାରୁ ଗରିବ ରାଷ୍ଟ୍ର । ଏଠାରେ ବ୍ୟକ୍ତି ପିଛା ଜିଡିପି ମାତ୍ର ୨୫୧ ଡଲାର । ବିଶ୍ୱ ବ୍ୟାଙ୍କ୍‌ର ଏକ ରିପୋର୍ଟ ଅନୁସାରେ, ୧.୧୫ କୋଟି ଜନସଂଖ୍ୟାବିଶିଷ୍ଟ ଏହି ଦେଶରେ ୭୬% ଜନସଂଖ୍ୟା ଦାରିଦ୍ର‌୍ୟ ରେଖା ତଳେ ଅଛନ୍ତି ଏବଂ ଦୁଇ ତୃତୀୟାଂଶ ଲୋକ ଭୟଙ୍କର ଦାରିଦ୍ର‌୍ୟରେ ଜୀବନଯାପନ କରୁଛନ୍ତି । ବିଶ୍ୱର ସବୁଠାରୁ ଗରିବ ଦେଶଗୁଡ଼ିକର ତାଲିକାରେ ଅଧିକାଂଶ ଦେଶ ଆଫ୍ରିକାରେ ରହିଛି । ଦକ୍ଷିଣ ସୁଦାନ ପରେ ୟେମେନ୍‌ ଦ୍ୱିତୀୟ ଗରିବ ରାଷ୍ଟ୍ର  । ବର୍ଷ ବର୍ଷ ଧରି ଯୁଦ୍ଧରେ ମାତିଥିବା ଏହି ଗଲ୍‌ଫ ଦେଶରେ ବ୍ୟକ୍ତି ପିଛା ଜିଡିପି ୪୧୭ ଡଲାର । 

ଏହା ପରେ ବୁରୁଣ୍ଡି, ସେଣ୍ଟ୍ରାଲ ଆଫ୍ରିକାନ୍‌ ରିପବ୍ଲିକ, ମଲାବୀ, ମେଡାଗାସ୍କର, ସୁଜାନ, ମୋଞ୍ଜାବିକ୍‌, ଡିଆର୍‌ସି, ନାଇଜର, ସୋମାଲିଆ, ନାଇଜେରିଆ, ଲାଇବେରିଆ, ସିୟରା ଲିୟୋନ, ମାଲୀ, ଗାମ୍ବିଆ ଏବଂ ଚାଡ୍‌ ରହିଛି । ଏହି ଦେଶଗୁଡ଼ିକରେ ବ୍ୟକ୍ତି ପିଛା ଜିଡିପି ୧୦୦୦ ଡଲାରରୁ କମ୍‌ । ଏହା ପରେ ରହିଛି ରାୱାଣ୍ଡା, ଟୋଗୋ, ଇଥିୟୋପିଆ, ଲେସୋଥୋ, ବୁର୍କିନା ଫାସୋ, ଗିନି ବସାଉ, ମ୍ୟାନ୍‌ମାର, ତାଞ୍ଜାନିଆ, ଜାମ୍ବିଆ, ଉଗାଣ୍ଡା, ତାଜିକସ୍ତାନ, ନେପାଳ, ପୂର୍ବ ତିମୁର, ବେନିନ୍‌, କୋମୋରୋସ୍‌, ସେନେଗଲ, କେମରୁନ୍‌ ଏବଂ ଗିନି । ଏହି ଦେଶଗୁଡ଼ିକରେ ପ୍ରତି ବ୍ୟକ୍ତି ଜିଡିପି ୨,୦୦୦ ଡଲାରରୁ କମ୍‌ । ଲାଓସ୍‌, ଜିମ୍ବାବ୍‌ୱେ, କଙ୍ଗୋ, ସୋଲୋମନ୍‌ ଆଇଲାଣ୍ଡ୍‌ସ, କିରିବାତୀ, କେନିଆ, ଘାନା, ପାପୁଆ ନ୍ୟୁ ଗିନି, ହାଇତି, ବାଂଲାଦେଶ, କିର୍ଗିଜ ରିପବ୍ଲିକ୍‌, କମ୍ବୋଡିଆ ଏବଂ ଆଇବରୀ କୋଷ୍ଟ୍‌ରେ ପ୍ରତି ବ୍ୟକ୍ତି ଜିଡିପି ୨,୦୦୦ ଡଲାରରୁ ଅଧିକ ରହିଛି । ଭାରତ ଏ ତାଲିକାରେ ୫୦ ନମ୍ବରରେ ଅଛି । ଦେଶର ପ୍ରତି ବ୍ୟକ୍ତି ଜିଡିପି ୨,୮୭୮ ଡଲାର ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.