ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଦକ୍ଷିଣ ସୁଦାନ ବିଶ୍ୱର ସବୁଠୁ ଗରିବ ରାଷ୍ଟ୍ର; ମୁଣ୍ଡ ପିଛା ଜିଡିପି ମାତ୍ର ୨୫୧ ଡଲାର: IMF

Published By : Prameya | June 27, 2025 11:22 AM

Image source: NDTV

ନୂଆଦିଲ୍ଲୀ ୨୭/୦୬: ଦକ୍ଷିଣ ସୁଦାନ ବିଶ୍ୱର ସବୁଠାରୁ ନୂଆ ଦେଶ । ୨୦୧୧ ଜୁଲାଇ ୯ରେ ଏହା ନିଜକୁ ସୁଦାନରୁ ପୃଥକ କରିଥିଲା ଏବଂ ଏହାର କିଛି ଦିନ ପରେ ଏ ଦେଶ  ଜାତିସଂଘର ସଦସ୍ୟ ପାଲଟିଥିଲା । ସୁଦାନଠାରୁ ଅଲଗା ହେବା ପରେ ବି ଏହାର ଭାଗ୍ୟ ବଦଳିନାହିଁ । 

ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଅନୁସାରେ, ଦକ୍ଷିଣ ସୁଦାନ ହେଉଛି ବିଶ୍ୱର ସବୁଠାରୁ ଗରିବ ରାଷ୍ଟ୍ର । ଏଠାରେ ବ୍ୟକ୍ତି ପିଛା  ଜିଡିପି ମାତ୍ର ୨୫୧ ଡଲାର । ବିଶ୍ୱ ବ୍ୟାଙ୍କ୍‌ର ଏକ ରିପୋର୍ଟ ଅନୁସାରେ, ୧.୧୫ କୋଟି ଜନସଂଖ୍ୟାବିଶିଷ୍ଟ ଏହି ଦେଶରେ  ୭୬% ଜନସଂଖ୍ୟା ଦାରିଦ୍ର‌୍ୟ ରେଖା ତଳେ ଅଛନ୍ତି ଏବଂ  ଦୁଇ ତୃତୀୟାଂଶ ଲୋକ ଭୟଙ୍କର ଦାରିଦ୍ର‌୍ୟରେ ଜୀବନଯାପନ  କରୁଛନ୍ତି । ବିଶ୍ୱର ସବୁଠାରୁ ଗରିବ ଦେଶଗୁଡ଼ିକର ତାଲିକାରେ  ଅଧିକାଂଶ ଦେଶ ଆଫ୍ରିକାରେ ରହିଛି । ଦକ୍ଷିଣ ସୁଦାନ ପରେ  ୟେମେନ୍‌ ଦ୍ୱିତୀୟ ଗରିବ ରାଷ୍ଟ୍ର  । ବର୍ଷ ବର୍ଷ ଧରି ଯୁଦ୍ଧରେ  ମାତିଥିବା ଏହି ଗଲ୍‌ଫ ଦେଶରେ ବ୍ୟକ୍ତି ପିଛା ଜିଡିପି ୪୧୭  ଡଲାର । ଏହା ପରେ ବୁରୁଣ୍ଡି, ସେଣ୍ଟ୍ରାଲ ଆଫ୍ରିକାନ୍‌ ରିପବ୍ଲିକ,  ମଲାବୀ, ମେଡାଗାସ୍କର, ସୁଜାନ, ମୋଞ୍ଜାବିକ୍‌, ଡିଆର୍‌ସି,  ନାଇଜର, ସୋମାଲିଆ, ନାଇଜେରିଆ, ଲାଇବେରିଆ,  ସିୟରା ଲିୟୋନ, ମାଲୀ, ଗାମ୍ବିଆ ଏବଂ ଚାଡ୍‌ ରହିଛି । ଏହି  ଦେଶଗୁଡ଼ିକରେ ବ୍ୟକ୍ତି ପିଛା ଜିଡିପି ୧୦୦୦ ଡଲାରରୁ କମ୍‌ ।  

ଏହା ପରେ ରହିଛି ରାୱାଣ୍ଡା, ଟୋଗୋ, ଇଥିୟୋପିଆ,  ଲେସୋଥୋ, ବୁର୍କିନା ଫାସୋ, ଗିନି ବସାଉ, ମ୍ୟାନ୍‌ମାର,  ତାଞ୍ଜାନିଆ, ଜାମ୍ବିଆ, ଉଗାଣ୍ଡା, ତାଜିକସ୍ତାନ, ନେପାଳ, ପୂର୍ବ  ତିମୁର, ବେନିନ୍‌, କୋମୋରୋସ୍‌, ସେନେଗଲ, କେମରୁନ୍‌  ଏବଂ ଗିନି । ଏହି ଦେଶଗୁଡ଼ିକରେ ପ୍ରତି ବ୍ୟକ୍ତି ଜିଡିପି ୨,୦୦୦  ଡଲାରରୁ କମ୍‌ । ଲାଓସ୍‌, ଜିମ୍ବାବ୍‌ୱେ, କଙ୍ଗୋ, ସୋଲୋମନ୍‌  ଆଇଲାଣ୍ଡ୍‌ସ, କିରିବାତୀ, କେନିଆ, ଘାନା, ପାପୁଆ ନ୍ୟୁ ଗିନି,  ହାଇତି, ବାଂଲାଦେଶ, କିର୍ଗିଜ ରିପବ୍ଲିକ୍‌, କମ୍ବୋଡିଆ ଏବଂ  ଆଇବରୀ କୋଷ୍ଟ୍‌ରେ ପ୍ରତି ବ୍ୟକ୍ତି ଜିଡିପି ୨,୦୦୦ ଡଲାରରୁ  ଅଧିକ ରହିଛି । ଭାରତ ଏ ତାଲିକାରେ ୫୦ ନମ୍ବରରେ ଅଛି ।  ଦେଶର ପ୍ରତି ବ୍ୟକ୍ତି ଜିଡିପି ୨,୮୭୮ ଡଲାର ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.