ନୂଆଦିଲ୍ଲୀ, ୧୩।୬: ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ବ୍ୟବସାୟୀ ଏଲନ୍ ମସ୍କଙ୍କ ସ୍ପେସ୍ କମ୍ପାନୀ 'ସ୍ପେସ୍‌ଏକ୍ସ' ଶେୟାର ବଜାରରେ ଏକ ନୂଆ ଇତିହାସ ରଚିଛି । ଆମେରିକାର ପ୍ରସିଦ୍ଧ ଷ୍ଟକ୍ ଏକ୍ସଚେଞ୍ଜ 'ନାସଡାକ୍' ରେ କମ୍ପାନୀର ଆଇପିଓ ଧମାକାଦାର ଏଣ୍ଟ୍ରି କରିଛି । ଏହି ମେଗା ଲିଷ୍ଟିଂ ପରେ ଏଲନ୍ ମସ୍କ ଏବେ ୧ ଟ୍ରିଲିୟନ ଡଲାରରୁ ଅଧିକ ସମ୍ପତ୍ତିର ମାଲିକ ହୋଇ ବିଶ୍ୱର ପ୍ରଥମ ବ୍ୟକ୍ତି ବନିଯାଇଛନ୍ତି । ତେବେ ଏହି ସଫଳତାର ସବୁଠାରୁ ବଡ଼ ଫାଇଦା ମସ୍କଙ୍କ ସହ କାମ କରୁଥିବା ତିନି ଜଣ ଭାରତୀୟ ଇଞ୍ଜିନିୟରଙ୍କୁ ମିଳିବାକୁ ଯାଉଛି, ଯେଉଁମାନେ ଖୁବ୍‌ଶୀଘ୍ର କୋଟିପତି କିମ୍ବା ଆରବପତି ବନିପାରନ୍ତି ।

ଶେୟାର ବଜାରରେ SpaceX ର ଦମଦାର ଏଣ୍ଟ୍ରି:

ଶୁକ୍ରବାର ଦିନ ଶେୟାର ବଜାରରେ SpaceX ର ଶେୟାର ପ୍ରତି କିତ୍ତା ୧୫୦ ଡଲାରରେ ଓପନ୍ ହୋଇଥିଲା, ଯାହା ଏହାର ମୂଳ ଆଇପିଓ ପ୍ରାଇସଠାରୁ ପ୍ରାୟ ୧୧ ପ୍ରତିଶତ ଅଧିକ । ଏହି ବମ୍ପର ଲିଷ୍ଟିଂ ସହିତ କମ୍ପାନୀର ମୋଟ ମାର୍କେଟ୍ ଭାଲ୍ୟୁଏସନ୍ ପ୍ରାୟ ୨.୨ ଟ୍ରିଲିୟନ ଡଲାରରେ ପହଞ୍ଚିଛି ।

କେଉଁ ୩ ଭାରତୀୟ ହେବେ କୋଟିପତି ?

ଏହି ଆଇପିଓର ବଡ଼ ଫାଇଦା ଏଲନ୍ ମସ୍କଙ୍କ ଏଆଇ କମ୍ପାନୀ 'xAI' ରେ କାମ କରୁଥିବା ତିନି ଜଣ ପ୍ରତିଭାବାନ ଭାରତୀୟ ଇଞ୍ଜିନିୟରଙ୍କୁ ମିଳିବ । ଏହି ତିନି ଜଣ ହେଲେ:

୧. ଦେବେନ୍ଦ୍ର ଚାପଲୋଟ୍: IIT ବମ୍ବେର ପୂର୍ବତନ ଛାତ୍ର ଦେବେନ୍ଦ୍ର ଏବେ xAI କମ୍ପାନୀରେ AI ମଡେଲର ପ୍ରାଥମିକ ଟ୍ରେନିଂ ଟିମ୍‌ର ନେତୃତ୍ୱ ନେଉଛନ୍ତି ।

୨. ଅମନ ମଦାନ: AI ମଡେଲ ତିଆରି କରିବା ପାଇଁ ଆବଶ୍ୟକ ଜରୁରୀ ଟୁଲ୍ସ ଏବଂ ଇନଫ୍ରାଷ୍ଟ୍ରକ୍ଚର ଦାୟିତ୍ୱ ଏମାନେ ସମ୍ଭାଳୁଛନ୍ତି ।

୩. ଆଦିତ୍ୟ ଗୁପ୍ତା: AI ମଡେଲକୁ ବାସ୍ତବିକ ପ୍ରୋଡକ୍ଟରେ ବଦଳାଇବା କାମ ଆଦିତ୍ୟ କରୁଛନ୍ତି । ଏହା ପୂର୍ବରୁ ସେ ଗୁଗଲ୍ ବାର୍ଡ ଏବଂ ଗୁଗଲ୍ ଆସିଷ୍ଟାଣ୍ଟରେ ମଧ୍ୟ କାମ କରିସାରିଛନ୍ତି । ଏହି ତିନି ଜଣଙ୍କୁ ଏପ୍ରିଲ ୨୦୨୬ରେ xAI କମ୍ପାନୀରେ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲା ।

କେମିତି ଚମକିବ ଭାରତୀୟଙ୍କ ଭାଗ୍ୟ ?

ଏଲନ୍ ମସ୍କଙ୍କ ସମସ୍ତ କମ୍ପାନୀରେ କର୍ମଚାରୀମାନଙ୍କୁ ଦରମା ବ୍ୟତୀତ କମ୍ପାନୀର ଶେୟାର ବା ଇକ୍ୱିଟି ମିଳିଥାଏ । ଯେହେତୁ ଏହି ତିନି ଭାରତୀୟ କମ୍ପାନୀର ସିନିୟର ପଦବୀରେ ଅଛନ୍ତି, ତେଣୁ ସେମାନଙ୍କ ପାଖରେ ମଧ୍ୟ କମ୍ପାନୀର ବଡ଼ ପରିମାଣର ଶେୟାର ରହିଛି । ଚଳିତ ବର୍ଷ ସ୍ପେସ୍‌ଏକ୍ସ ମସ୍କଙ୍କ ଅନ୍ୟ ଏକ କମ୍ପାନୀ xAI କୁ ଅଧିଗ୍ରହଣ କରିଥିଲା । ଏହାପରେ xAI ର କର୍ମଚାରୀଙ୍କ ଶେୟାର ଗୁଡ଼ିକ ସ୍ପେସ୍‌ଏକ୍ସ ଶେୟାରରେ ପରିଣତ ହୋଇଯାଇଥିଲା । ବର୍ତ୍ତମାନ ସ୍ପେସଏକ୍ସର ଭାଲ୍ୟୁଏସନ୍ ଯେଉଁଭଳି ଭାବେ ବଢ଼ୁଛି, ଆଗାମୀ ଦିନରେ ଏହି ତିନି ଭାରତୀୟ ଇଞ୍ଜିନିୟରଙ୍କ ଶେୟାରର ମୂଲ୍ୟ କୋଟି କୋଟି ଟଙ୍କାରେ ପହଞ୍ଚିଯିବ । ଅଫ୍-ମାର୍କେଟ୍ ଡିଲ୍ ଜରିଆରେ ମଧ୍ୟ ଏହି କର୍ମଚାରୀମାନେ ନିଜ ଶେୟାର ବିକ୍ରି କରି ଲାଭ କମାଇ ପାରିବେ । ଏହି ଆଇପିଓ ପରେ ସାରା ବିଶ୍ୱର ଟେକ୍ ଜଗତରେ ଏବେ ଭାରତୀୟ ମେଧାର ଜୟଜୟକାର ହେଉଛି ।

ଆହୁରି ପଢ଼ନ୍ତୁ... କାଙ୍ଗାଳ ପାକିସ୍ତାନର ଦୟନୀୟ ଚିତ୍ର: ପ୍ରତି ୧୦ ଜଣରେ ୩ ଗରିବ; ଇତିହାସର ସର୍ବନିମ୍ନ ସ୍ତରକୁ ଖସିଲା ଶିକ୍ଷା ବଜେଟ୍ !