ପ୍ରମୂଖ ଖବର
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ଦେବସ୍ନାନ ପୂର୍ଣ୍ଣିମାରେ ଶୃଙ୍ଖଳିତ ଦର୍ଶନ ଏବଂ ଟ୍ରାଫିକ୍ ନିୟନ୍ତ୍ରଣକୁ ଫୋକସ; ଜଗିବେ ୭୦ ପ୍ଲାଟୁନ୍ ଫୋର୍ସ

Published By : Swapna Ray | June 8, 2025 12:17 PM

ପୁରୀ, ୮।୬: ଦେବସ୍ନାନ ପୂର୍ଣ୍ଣିମା ୨୦୧୫ ଉପଲକ୍ଷେ ପୁରୀ ଶ୍ରୀମନ୍ଦିରକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ । ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କ ପାଇଁ ପୁରୀରରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଭିତର ଓ ବାହାର, ଟ୍ରାଫିକ୍, ଭିଡ଼ ନିୟନ୍ତ୍ରଣ, ପର୍ଯ୍ୟଟକ ସହଯୋଗ ଓ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ୍ ଓ ଅଫିସର ନିଯୁକ୍ତ କରାଯାଇଛି । 

ଶ୍ରୀମନ୍ଦିର ଭିତରେ ଏସ୍ପି/କମାଣ୍ଡାଣ୍ଟ ସ୍ତରୀୟ ଜଣେ ଅଧିକାରୀ, ଅତିରିକ୍ତ ଏସ୍ପି/ଡିସି ସ୍ତରୀୟ ୬ ଜଣ ଅଧିକାରୀ, ଡିଏସ୍ପି/ଏସି ସ୍ତରୀୟ ୧୩ ଜଣ ଅଧିକାରୀ, ୨୭ ଜଣ ଇନ୍ସପେକ୍ଟର, ୧୦୫ ଜଣ ଏସଆଇ/ଏଏସଆଇ, ୧୨୨ ଜଣ କନେଷ୍ଟବଳ, ୮୪ ଜଣ ହୋମଗାର୍ଡ, ୩୪ ଜଣ ପ୍ଲାଟୁନ୍ ଫୋର୍ସ ନିଯୁକ୍ତ ନିଯୁକ୍ତ କରାଯାଇଛି । ସେହିପରି ମନ୍ଦିର ବାହାରେ ଭିଡ଼ ନିୟନ୍ତ୍ରଣ ପାଇଁ କମାଣ୍ଡାଣ୍ଟ/ଏସ୍ପି ସ୍ତରୀୟ ୨ ଜଣ ଅଧିକାରୀ, ଅତିରିକ୍ତ ଏସ୍ପି/ଡିସି ସ୍ତରୀୟ ୫ ଜଣ ଅଧିକାରୀ, ଡିଏସ୍ପି/ଏସି ସ୍ତରୀୟ ୮ ଜଣ, ୨୬ ଜଣ ଇନ୍ସପେକ୍ଟର, ୧୦୯ ଜଣ ଏସଆଇ/ଏଏସଆଇ, ୫ ଜଣ ହୋମ ଗାର୍ଡ , ୪୯ ଜଣ କନେଷ୍ଟବଳ ସମେତ ୨୪ ପ୍ଲାଟୁନ୍ ପୋଲିସ ଓ ଜଣେ ସେକ୍ସନ ଫୋର୍ସ ନିଯୁକ୍ତ ହୋଇଛନ୍ତି । 

ଅନ୍ୟପଟେ ପର୍ଯ୍ୟଟକଙ୍କ ଯାତାୟତ ବ୍ୟବସ୍ଥାକୁ ସୁବିଧା କରିବା ଲାଗି ଟ୍ରାଫିକ୍ ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି । ଟ୍ରାଫିକ୍ ବ୍ୟବସ୍ଥା ଉପରେ ନଜର ରଖିବାକୁ ଏସ୍ପି/କମାଣ୍ଡାଣ୍ଟ ସ୍ତରୀୟ ଜଣେ ଅଧିକାରୀ, ଅତିରିକ୍ତ ଏସ୍ପି/ଡିସି ସ୍ତରୀୟ ୨ଜଣ ଅଧିକାରୀ, ଡିଏସ୍ପି/ଏସି ସ୍ତରୀୟ ୬ ଜଣ ଅଧିକାରୀ, ୧୦ ଜଣ ଇନ୍ସପେକ୍ଟର, ୮୭ ଜଣ ଏସଆଇ/ଏଏସଆଇ, ୧୪୦ ଜଣ କନେଷ୍ଟବଳ, ୪୦୬ ଜଣ ହୋମଗାର୍ଡ ଓ ୮ ପ୍ଲାଟୁନ୍ ପୋଲିସ ଓ ୨ ଜଣ ସେକ୍ସନ ଫୋର୍ସଙ୍କୁ ନିଯୁକ୍ତ କରାଯାଇଛି । 

ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ପୁରୀ ପୋଲିସ ପକ୍ଷରୁ ସହଯୋଗ ବ୍ୟବସ୍ଥା ରହିଛି । ଅତିରିକ୍ତ ଏସ୍ପି/ଡିସି ସ୍ତରୀୟ ଜଣେ ଅଧିକାରୀ, ଡିଏସ୍ପି/ଏସି ସ୍ତରୀୟ ଜଣେ ଅଧିକାରୀ, ଜଣେ ଇନ୍ସପେକ୍ଟର, ୧୭ ଜଣ ଏସଆଇ/ଏଏସଆଇ ଓ ୨୪ ଜଣ କନଷ୍ଟେବଳ ସମେତ, ୩୮ ଜଣ ହୋମଗାର୍ଡ, ଗୋଟେ ପ୍ଲାଟୁନ୍ ଫୋର୍ସ ଓ ୨ ଜଣ ସେକ୍ସନ ଅଫିସର ନିଯୁକ୍ତ ହୋଇଛନ୍ତି । ମୋଟ୍ ଏସ୍ପି/କମାଣ୍ଡାଣ୍ଟ  ସ୍ତରୀୟ ୪ ଜଣ ଅଧିକାରୀ, ଅତିରିକ୍ତ ଏସ୍ପି/ଡିସି ସ୍ତରୀୟ ୧୫ ଜଣ ଅଧିକାରୀ, ଡିଏସ୍ପି/ଏସି ସ୍ତରୀୟ ୩୦ ଜଣ ଅଧିକାରୀ, ୬୭ ଜଣ ଇନ୍ସପେକ୍ଟର, ୩୪୮ ଜଣ ଏସଆଇ/ଏଏସଆଇ, ୬୫ ଜଣ ହାବିଲଦାର, ୪୨୮ ଜଣ କନେଷ୍ଟବଳ, ୬୧୮ ଜଣ ହୋମଗାର୍ଡ, ୫୨ ଜଣ ଟ୍ରାଫିକ କନେଷ୍ଟବଳଙ୍କ ସମେତ ମୋଟ୍ ୭୦ ପ୍ଲାଟୁନ୍ ଓ ଜଣେ ସେକ୍ସନ ଫୋର୍ସ ମୁତୟନ କରାଯାଇଛି । 

ମହିଳାଙ୍କୁ ସହଯୋଗ କରିବା ଲାଗି ପବିତ୍ର ଅକ୍ଷୟାତୃତୀୟା ଦିନରୁ ପୁରୀ ପୋଲିସ ତରଫରୁ ଉତ୍ତର ଦ୍ୱାରଠାରେ ଏକ ପିଙ୍କି ହେଲ୍ପ ଡେସ୍କ ନିର୍ମାଣ କରାଯାଇଥିଲା । ଏହି ଡେସ୍କରେ ବର୍ତ୍ତମାନ ସୁଧା ୧୯୮ ଜଣ ମହିଳା ଶ୍ରଦ୍ଧାଳୁ ତାଙ୍କର ଅଭିଯୋଗ ଜଣାଇଛନ୍ତି । ସମସ୍ତଙ୍କ ଅଭିଯୋଗ ପରେ ପୁରୀ ଜିଲ୍ଲାର ବିଭିନ୍ନ ଥାନାମାନଙ୍କୁ ପିଙ୍କି ହେଲ୍ପ ଡେସ୍କ ମାଧ୍ୟମରେ ଯୋଗାଯୋଗ କରି ସମାଧାନ କରାଯାଇଛି । ପୁରୀ ପୋଲିସ ଏହି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ କରିବା ପାଇଁ ପ୍ରତିଶୃତିବଦ୍ଧ । 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.