କଲ୍ୟାଣସିଂହପୁର/ରାୟଗଡ଼ା, ୧୯/୧୦: ନିୟମଗିରି ପାହାଡ଼ ଅଞ୍ଚଳର ଲାଗିଲା ପୋଷ୍ଟର । “ମାଓବାଦୀ ଧରାନ୍ତୁ, ପୁରସ୍କାର ପାଆନ୍ତୁ” । ବିଭିନ୍ନ ଗାଁରେ ଏଭଳି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି।
ଗତ କିଛି ବର୍ଷ ହେଲା ନିୟମଗିରି ପାହାଡରେ ମାଓବାଦୀ ଚଳପ୍ରଚଳ ବଢ଼ିଛି । ଏହାକୁ ନଜରରେ ରଖି ପୁଲିସ ମାଓ ଦମନକୁ ଜୋରଦାର କରିଛି । ପୁଲିସ ଦ୍ୱାରା “ମାଓବାଦୀ ଧରାନ୍ତୁ, ପୁରସ୍କାର ପାଆନ୍ତୁ” ଅଭିଯାନ ଆରମ୍ଭ କରାଯାଇଛି। ଜିଲ୍ଲା ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଯେକୌଣସି ସାଧାରଣ ନାଗରିକ ଯଦି ମାଓବାଦୀମାନଙ୍କ ଚଳପ୍ରଚଳ ଓ ଆଶ୍ରୟ ସମ୍ବନ୍ଧରେ ନିଶ୍ଚିତ ସୂଚନା ଦେଇ ପୁଲିସକୁ ସହଯୋଗ କରିବେ, ସେମାନଙ୍କୁ ଗୋପନୀୟ ଭାବରେ ଆର୍ଥିକ ପୁରସ୍କାର ଦିଆଯିବ। ପୁଲିସ ପକ୍ଷରୁ ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଲା ଅଞ୍ଚଳରେ ଶାନ୍ତି ସ୍ଥାପନ ଓ ଯୁବକ ଗୋଷ୍ଠୀଙ୍କୁ ମାଓବାଦୀ ଚିନ୍ତାଧାରାରୁ ଦୂରେଇ ରଖିବା। ଗାଁ ଲୋକଙ୍କୁ ମଧ୍ୟ ସଚେତନ ରହିବାକୁ ଓ ଅପରିଚିତ ବ୍ୟକ୍ତି ଦେଖିଲେ ତୁରନ୍ତ ପୁଲିସକୁ ଜଣାଇବା ପାଇଁ ଅନୁରୋଧ ଜାରି କରାଯାଇଛି। ପୋଷ୍ଟରରେ ଚାରି ଜଣ ମାଓବାଦୀଙ୍କ ଫଟୋ ଜାରି ହୋଇଛି। ନିୟମଗିରି ପାହାଡର ବିଭିନ୍ନ ଗାଁ ମାନଙ୍କରେ ଏହି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ।