ଭୁବନେଶ୍ୱର, ୧୨/୧୦: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା । ଦୁର୍ଗାପୁର ଯିବ ରାଜ୍ୟ ମହିଳା କମିଶନର ଏକ ଟିମ୍ । କ୍ରାଇମ୍ ସ୍ପଟରେ ଯାଇ ତଦନ୍ତ କରିବ ଟିମ୍ । ଏନେଇ ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଘଟଣା ଅତ୍ୟନ୍ତ ବର୍ବରକାଣ୍ଡ । ମୋ ତରଫରୁ ଯାହା କିଛି ହୋଇପାରିବ, ମୁଁ ନିଶ୍ଚୟ କରିବି । ପୀଡ଼ିତାଙ୍କ ପରିବାର ସହ ମୁଁ ଯୋଗାଯୋଗରେ ରହିଛି । ଆଇନର ଉର୍ଦ୍ଧ୍ବରେ କେହି ନୁହଁନ୍ତି, ଦୋଷୀଙ୍କୁ ନିଶ୍ଚୟ ଦଣ୍ଡ ମିଳିବ ।
ସେପଟେ ଏହି ଘଟଣାରେ ମୋବାଇଲ୍ ଫୋନ୍ ଟ୍ରାକ୍ କରି ବର୍ତ୍ତମାନ ସୁଦ୍ଧା ୩ ଜଣ ଅଭିଯୁକ୍ତଙ୍କୁ ଦୁର୍ଗାପୁର ପୁଲିସ ଗିରଫ କରିବାରେ ସଫଳ ହୋଇଛି । ହେଲେ ଏବେବି ବେଳେ ଆଉ ୨ ଜଣ ଫେରାର ଅଛନ୍ତି । କ୍ରାଇମସ୍ପଟ୍ରେ ତଦନ୍ତକାରୀ ଟିମ୍ ତନାଘନା କରୁଛି । ଫେରାର ଥିବା ଅଭିଯୁକ୍ତଙ୍କୁ ଡ୍ରୋନ୍ ମାଧ୍ୟମରେ ଖୋଜୁଛି ସ୍ପେସାଲ୍ ଟିମ୍ । ପରିବାର ଲୋକଙ୍କର ସନ୍ଦେହ ଥିବା ଛାତ୍ରୀଙ୍କ ବନ୍ଧୁଙ୍କୁ ମଧ୍ୟ ପଚରାଉଚରା ଜାରି ରହିଛି । ଅପରାଧୀଙ୍କୁ ଚିହ୍ନଟ କରିବାକୁ କ୍ୟାମ୍ପସରେ ସିସିଟିଭି ଫୁଟେଜ ଏବଂ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରୁଛି ।