ନୂଆଦିଲ୍ଳୀ,୧୬।୫: ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନରେ ମିଳିଥିବା ବଡ ଧରଣର ବିଜୟ ପରେ ଏବେ ବିଜେପି ଭିତରେ ଓ କେନ୍ଦ୍ର ସରକାରରେ ଏକ ବଡ଼ ଧରଣର ଅଦଳବଦଳ ହୋଇପାରେ। ନୂତନ ନିଯୁକ୍ତ ହୋଇଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ନୂଆ ଟିମ୍ର ଘୋଷଣା ପରେ ସରକାରରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିପାରେ। କେନ୍ଦ୍ରରେ ନିଜ ଦମରେ ବହୁମତ ପରେ ବିଜେପି ସହଯୋଗୀଙ୍କୁ ବିଶେଷ ଭାବରେ ଜନତା ଦଳ (ୟୁନାଇଟେଡ) ଓ ତେଲଗୁ ଦେଶମ ପାର୍ଟି (ଟିଡିପି)ର ସମର୍ଥନରେ ସରକାର ଗଠନ କରିଥିଲା। ତେବେ ସୁତ୍ରର ସୂଚନା ଅନୁସାରେ, ବିଜେପି ଏପର୍ଯ୍ୟନ୍ତ ରାଷ୍ଟ୍ରୀୟ ଜନତାନ୍ତ୍ରିକ ମେଣ୍ଟରେ ନିଜର ସହଯୋଗୀ ଦଳ ସହିତ ଅତିରିକ୍ତ ପଦର ସମ୍ଭାବନାକୁ ନେଈ କୌଣସି ଔପଚାରି ଚର୍ଚ୍ଚା ଆରମ୍ଭ ହୋଇନାହି
୯ ଜୁନ୍ ୨୦୨୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲଗାତାର ତୃତୀୟ ଶପଥ ଗ୍ରହଣ ପରେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ବହୁ ବିସ୍ତାର କିମ୍ବା ଅଦଳବଦଳ ହୋଇନାହିଁ। ତେଣୁ ଏଥର ବଡ ପରିବର୍ତ୍ତନର ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ୨୧ ମଇ ୨୦୨୬ ରେ ହେବାକୁ ଥିବା ମନ୍ତ୍ରୀପରିଷଦ ବୈଠକ ଏହି ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି।
ବିଜେପି ନେତାଙ୍କ ଅନୁସାରେ, ଏହି ସଂଗଠନାତ୍ମକ ପରିବର୍ତ୍ତନକୁ ଆଗାମୀ ରଣନୀତି ଦୃଷ୍ଟିରୁ ଖୁବ୍ ଗୁରୁତ୍ବପୂର୍ଣ୍ଣ ବୋଲି ମନେକରାଯାଉଛି। ଦଳ ଏହା ଜରିଆରେ ୨୦୨୭ ବିଧାନସଭା ନିର୍ବାଚନ, ରାଷ୍ଟ୍ରପତି ନିର୍ବାଚନ ଓ ୨୦୨୯ ଲୋକସଭା ନିର୍ବାଚନର ମୂଳଦୁଆ ତିଆରି କରୁଛି। ସମ୍ଭାବନା ରହିଛି ଯେ, କିଛି ବରିଷ୍ଠ ନେତା, ଯେଉଁମାନେ କି ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ରହିଛିନ୍ତି କିମ୍ବା ପ୍ରଦେଶ ଅଧ୍ୟକ୍ଷ ଭଳି ପ୍ରମୁଖ ପଦରେ ଅଛନ୍ତି ତାଙ୍କୁ ସଂଗଠନକୁ ମଜବୁତ କରିବା ପାଇଁ ରାଷ୍ଟ୍ରୀୟ ଟିମ୍କୁ ଅଣାଯାଇପାରେ। ଆଗାମୀ ବର୍ଷ ଉତ୍ତର ପ୍ରଦେଶ ଓ ପଞ୍ଜାବ ଭଳି ରାଜ୍ୟରେ ହେବାର ଅଛି, ଏଥିପାଇଁ ମଜବୁତ ନେତୃତ୍ବ ଓ ସଠିକ ଯୋଜନାର ଦରକାର ରହିଛି। ବିଜେପି ୨୦୨୭ ରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ମଣିପୁର, ପଞ୍ଜାବ, ହିମାଚଳ ପ୍ରଦେଶ ଓ ଗୁଜରାଟରେ ନିର୍ବାଚନ ମୁକାବିଲାର ସାମନା କରିବ। ଏଥିରେ ୫ ରାଜ୍ୟରେ ବିଜେପି ପୂର୍ବରୁ କ୍ଷମତାରେ ରହିଛି। ପାର୍ଟି ଆଗାମୀ ଦଶକ ପାଇଁ ଯୋଚନା ତିଆରି କରିଛି, ତେଣୁ ଯୁବ ନେତା, ମହିଳା ଓ କିଛି ପେଶାଦାରଙ୍କୁ ସ୍ଥାନ ଦିଆଯିବ।