ପ୍ରମୂଖ ଖବର
  • Mann ki Baat; ସାହସ ଓ ସଂକଳ୍ପର ପ୍ରତୀକ 'ଅପରେସନ୍ ସିନ୍ଦୂର, ଆତଙ୍କବାଦ ଶେଷ ଭାରତର ସଂକଳ୍ପ କହିଲେ ପ୍ରଧାନମନ୍ତ୍ରୀ
  • ||
  • ରଥଯାତ୍ରା ପ୍ରସ୍ତୁତି: ରଥଖଳାରେ ପହଞ୍ଚିଲା ୩୨ଟି ୪୦ ଫୁଟିଆ କାଠ
  • ||
  • ଭଦ୍ରକ : ନିଆଁ ଲାଗି ଜଳିଗଲା ୬ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ
  • ||
  • ବିଶ୍ୱର ୪ର୍ଥ ସର୍ବବୃହତ ଅର୍ଥନୈତିକ ଦେଶ ଭାରତ, ଜାପାନକୁ ଟପିଲା
  • ||
  • IPL 2025: ଆଜି ଚେନ୍ନାଇ- ଗୁଜରାଟ ମଧ୍ୟରେ ଶେଷ ଲିଗ୍‌ ମ୍ୟାଚ୍‌, ଟାଇଟନ୍ସ ପାଇଁ ଗୁରୁତ୍ୱପୂର୍ଣ୍ଣ
  • ||
  • ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର, ଅଣ୍ଡାରୁ ଫୁଟି ବାହାରିଲେ ୧୪ ଘଡ଼ିଆଲ ଛୁଆ
  • ||
  • ଭାରତ ପ୍ରହାରରେ ଥରହର ପାକିସ୍ତାନ; ପ୍ରତିରକ୍ଷା ବଜେଟ୍ ବଢାଇବାକୁ ପ୍ଲାନ୍‌, କହିଲା ଆମ ପଡ଼ୋଶୀ...
  • ||
  • ସମ୍ବଲପୁର ବୁର୍ଲା ଥାନା ଲଡୁଖାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପିଟିଲା କାର୍‌, ୨ ମୃତ, ୨ ଗୁରୁତର
  • ||
  • ରବିବାର ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ,ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ, ଫୋକସରେ ଭାରତ- ପାକ୍ ତିକ୍ତତା
  • ||
  • ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳିଗଲା ଗଦି ତିଆରି କାରଖାନା, ୧୦କୋଟି ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ୫ ଦିନରେ ଓଡ଼ିଶାରେ ମୌସୁମୀ: ଏବେ ଝିପିଝିପି, ୨୭ରୁ ୩୦ ଯାଏଁ ଅଧିକ ବର୍ଷା ସମ୍ଭାବନା, ଜୁନ୍ ପୁଣି ଗରମ
  • ||

‘ସ୍ପିରିଟ୍‌’ର ନୂଆ ନାୟିକା ତୃପ୍ତି, ଇନଷ୍ଟାଗ୍ରାମରେ ପୋଷ୍ଟ କରି ସ୍ପଷ୍ଟ କଲେ ଅଭିନେତ୍ରୀ

Published By : Krishna Priya | May 25, 2025 8:47 AM

ମୁମ୍ବାଇ ୨୫/୦୫: ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଅପକମିଙ୍ଗ୍ ଫିଲ୍ମ ‘ସ୍ପିରିଟ୍‌’ରେ ପ୍ରଭାସଙ୍କ ଅପୋଜିଟରେ ନଜର ଆସିବେ ତୃପ୍ତି ଡିମରୀ। ଫିଲ୍ମରୁ ଦୀପିକା ହଟିବା ପରେ ଏବେ ନିର୍ମାତା ଔପଚାରିକ ରୂପେ ତୃପ୍ତିଙ୍କ ନାଁ ଘୋଷଣା କରିଛନ୍ତି। ତୃପ୍ତି ମଧ୍ୟ ଇନଷ୍ଟାଗ୍ରାମରେ ଏ ବିଷୟରେ ସ୍ପଷ୍ଟ କରିଛନ୍ତି। ସେ ଲେଖିଛନ୍ତି ‘ଏବେ ବି ବିଶ୍ୱାସ ହେଉନାହିଁ। ଏହି ଯାତ୍ରାରେ ମୋତେ ସାମିଲ କରିବା ପାଇଁ ମୁଁ କୃତଜ୍ଞ। ଧନ୍ୟବାଦ ସନ୍ଦୀପ ରେଡ୍ଡୀ ଭାଙ୍ଗା। ଆପଣଙ୍କ ଦୂରଦୃଷ୍ଟିର ଅଂଶ ହୋଇ ସମ୍ମାନିତ ଅନୁଭବ କରୁଛି।'

ଏହା ପୂର୍ବରୁ ‘ଆନିମଲ’ରେ  ସନ୍ଦୀପଙ୍କ ସହ ତୃପ୍ତି କାମ କରିଥିଲେ। ଏହି ଫିଲ୍ମ ତାଙ୍କୁ ରାତାରାତି ଲୋକପ୍ରିୟ କରିଥିଲା। ‘ଆନିମଲ’ ପାଇଁ ତୃପ୍ତିଙ୍କୁ ନ୍ୟାସନାଲ୍‌ କ୍ରଶ୍‌ ଟ୍ୟାଗ୍‌ ମିଳିଥିଲା। ‘ସ୍ପିରିଟ୍‌’ ରେ ତୃପ୍ତି ପ୍ରଥମ ଥର ପ୍ରଭାସଙ୍କ ସହ ସ୍କ୍ରିନ୍‌ ସେୟାର  କରିବେ। ଏବେ ଫିଲ୍ମର ପ୍ରାକ୍‌-ପ୍ରଯୋଜନା କାମ ଚାଲିଛି। ଖୁବଶୀଘ୍ର ସୁଟିଂ ଆରମ୍ଭ ହେବ। ରିପୋର୍ଟ ଅନୁଯାୟୀ ଫିଲ୍ମରେ କାମ କରିବା ପାଇଁ ଦୀପିକାଙ୍କ ଦାବିକୁ ନେଇ ନିର୍ମାତା ଖୁସି ନଥିଲେ। ମୋଟା ଅଙ୍କର ପାରିଶ୍ରମିକ, ସପ୍ତାହରେ ୫ ଦିନ ଆଠ ଘଣ୍ଟାର ଶିଫ୍ଟ ଏବଂ ଲାଭରେ ଭାଗ ଦାବି ଯୋଗୁ ଦୀପିକାଙ୍କୁ ଫିଲ୍ମରୁ ବାହାର କରାଗଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.