ମୁମ୍ବାଇ ୨୫/୦୫: ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଅପକମିଙ୍ଗ୍ ଫିଲ୍ମ ‘ସ୍ପିରିଟ୍‌’ରେ ପ୍ରଭାସଙ୍କ ଅପୋଜିଟରେ ନଜର ଆସିବେ ତୃପ୍ତି ଡିମରୀ। ଫିଲ୍ମରୁ ଦୀପିକା ହଟିବା ପରେ ଏବେ ନିର୍ମାତା ଔପଚାରିକ ରୂପେ ତୃପ୍ତିଙ୍କ ନାଁ ଘୋଷଣା କରିଛନ୍ତି। ତୃପ୍ତି ମଧ୍ୟ ଇନଷ୍ଟାଗ୍ରାମରେ ଏ ବିଷୟରେ ସ୍ପଷ୍ଟ କରିଛନ୍ତି। ସେ ଲେଖିଛନ୍ତି ‘ଏବେ ବି ବିଶ୍ୱାସ ହେଉନାହିଁ। ଏହି ଯାତ୍ରାରେ ମୋତେ ସାମିଲ କରିବା ପାଇଁ ମୁଁ କୃତଜ୍ଞ। ଧନ୍ୟବାଦ ସନ୍ଦୀପ ରେଡ୍ଡୀ ଭାଙ୍ଗା। ଆପଣଙ୍କ ଦୂରଦୃଷ୍ଟିର ଅଂଶ ହୋଇ ସମ୍ମାନିତ ଅନୁଭବ କରୁଛି।'

ଏହା ପୂର୍ବରୁ ‘ଆନିମଲ’ରେ  ସନ୍ଦୀପଙ୍କ ସହ ତୃପ୍ତି କାମ କରିଥିଲେ। ଏହି ଫିଲ୍ମ ତାଙ୍କୁ ରାତାରାତି ଲୋକପ୍ରିୟ କରିଥିଲା। ‘ଆନିମଲ’ ପାଇଁ ତୃପ୍ତିଙ୍କୁ ନ୍ୟାସନାଲ୍‌ କ୍ରଶ୍‌ ଟ୍ୟାଗ୍‌ ମିଳିଥିଲା। ‘ସ୍ପିରିଟ୍‌’ ରେ ତୃପ୍ତି ପ୍ରଥମ ଥର ପ୍ରଭାସଙ୍କ ସହ ସ୍କ୍ରିନ୍‌ ସେୟାର  କରିବେ। ଏବେ ଫିଲ୍ମର ପ୍ରାକ୍‌-ପ୍ରଯୋଜନା କାମ ଚାଲିଛି। ଖୁବଶୀଘ୍ର ସୁଟିଂ ଆରମ୍ଭ ହେବ। ରିପୋର୍ଟ ଅନୁଯାୟୀ ଫିଲ୍ମରେ କାମ କରିବା ପାଇଁ ଦୀପିକାଙ୍କ ଦାବିକୁ ନେଇ ନିର୍ମାତା ଖୁସି ନଥିଲେ। ମୋଟା ଅଙ୍କର ପାରିଶ୍ରମିକ, ସପ୍ତାହରେ ୫ ଦିନ ଆଠ ଘଣ୍ଟାର ଶିଫ୍ଟ ଏବଂ ଲାଭରେ ଭାଗ ଦାବି ଯୋଗୁ ଦୀପିକାଙ୍କୁ ଫିଲ୍ମରୁ ବାହାର କରାଗଲା।