ନୂଆଦିଲ୍ଲୀ : ଚେନ୍ନାଇକୁ ହରାଇଲା ହାଇଦ୍ରାବାଦ । CSKକୁ ୧୦ ରନରେ ହରାଇଲା SRH । ୧୯୫ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ଚେନ୍ନାଇ ୮ ଓ୍ବିକେଟ୍ ହରାଇ ୧୮୪ ରନ୍ କରିବାରେ ସକ୍ଷମ ହୋଇଛି । ହାଇଦ୍ରାବାଦ ପକ୍ଷରୁ ଇଶାନ ମଲିଙ୍ଗା ୩, ନୀତିଶ କୁମାର ରେଡ୍ଡି ୨, ଶାକିବ୍ ହୁସେନ୍, ଶିଭାଙ୍ଗ କୁମାର ଏବଂ ପ୍ରଫୁଲ ହିଙ୍ଗେ ଗୋଟିଏ ଲେଖାଏଁ ଓ୍ବିକେଟରେ ନେବାରେ ସଫଳ ହୋଇଛନ୍ତି । ଶେଷ ଓଭର ଗୁଡ଼ିକରେ କମ୍ବୁଜ ଦଳକୁ ଜିତାଇବା ପାଇଁ ପ୍ରୟାସ କରିଥିଲେ । ସେ ୮ ବଲରୁ ୧୩ କରିଥିଲେ ତଥାପି ଦଳକୁ ଜିତାଇ ପାରିନଥିଲେ ।
୧୯୫ ରନକୁ ପିଛା କରୁଥିବାବେଳେ ଚେନ୍ନାଇ ଓପନର ସଞ୍ଜୁ ସାମସନ ମାତ୍ର ୭ ରନ କରି ଆଉଟ୍ ହୋଇଥିଲେ । ଏହାସହ ସାଥୀ ଖେଳାଳି ଅଧିନାୟକ ଋତୁରାଜ ଗାଏକ୍ବାଡ ୧୯ ରନ କରିବାରେ ସକ୍ଷମ ହୋଇଥିଲେ । ଦଳର ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଆୟୂଷ ମାହତ୍ରେ ୩୦, ସର୍ଫରାଜ ଖାନ ୨୫ କରିଥିଲେ । ଦଳର ଭରଷାଯୋଗ୍ୟ ବ୍ୟାଟ୍ସମ୍ୟାନ୍ ବ୍ରେଭିସ୍ ଆଜି ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ । ଟିମ୍ ସେଫର୍ଟ ଏବଂ ଶିଭମ ଦୁବେ ଦଳ ପାଇଁ ସଂଘର୍ଷ କରିଥିଲେ । ଦୁବେ ୨୧ ରନ କରିଥିବାବେଳେ ସେଫର୍ଟ ୩୪ ରନ କରିଥିଲେ ।
ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ । ହାଇଦ୍ରାବାଦକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ୯ ଓ୍ବିକେଟରେ ୧୯୪ ରନ କରିଥିଲା ହାଇଦ୍ରାବାଦ । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ । ହାଇଦ୍ରାବାଦକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ହାଇଦ୍ରାବାଦର ଦୁଇ ଓପନର ବ୍ୟାଟ୍ସମ୍ୟାନ ଭଲ ଆରମ୍ଭ କରିଥିଲେ । ହେଡ ୨୩ ରନ କରିଥିବାବେଳେ ଅଭିଶେକ ଶର୍ମା ୫୯ ରନ କରିବାରେ ସକ୍ଷମ ହୋଇଥିଲେ ।
ଅଧିନାୟକ ଇଶାନ କିଷନ ଆଜିର ମ୍ୟାଚରେ ଖାତା ଖୋଲିନଥିବାବେଳେ ପରେ ପରେ କ୍ଲାସେନ ୫୯ ରନ କରିଥିଲେ । ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ନିଶିତ କୁମାର ରେଡ୍ଡି ୧୨, ଶଲିଲ ଅରୋରା ୧୩ ରନ କରିଛଥିଲେ । ଦଳର ବାକି କୌଣସି ଖେଳାଳି ବଡ଼ ପାଳି ଖେଳିନାହାନ୍ତି । ସେପଟେ ଚେନ୍ନାଇ ପକ୍ଷରୁ କମ୍ବୁଜ୍ ସର୍ବାଧିକ ୩ ଓ୍ବିକେଟ୍ ନେଇଥିବାବେଳେ ମୁକେଶ ଚୌଧୁରୀ ୨ ଏବଂ ଗୁରମିତ ସିଂହ ଗୋଟିଏ ଓ୍ବିକେଟରେ ସନ୍ତୁଷ୍ଟ ହୋଇଥିଲେ ।
ଏହାସହ ପଢ଼ନ୍ତୁ : ରିଲିଜ୍ ପୂର୍ବରୁ କୋଟି କୋଟି ଟଙ୍କାର ଡିଲ୍ ପାଇଁ ରେକର୍ଡ କଲା ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର-୨’