ପୁରୀ ୨୯/୮: ସେପ୍ଟେମ୍ବର ୩ରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ପ୍ରଥମ ମିଟିଂରେ ନୂତନ ପରିଚାଳନା କମିଟି ସଦସ୍ୟଙ୍କୁ କରାଯିବ ସ୍ବାଗତ। ନିଳାଦ୍ରୀ ଭକ୍ତ ନିବାସରେ ଦିନ ୧୦ଟାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ।ଶ୍ରୀମନ୍ଦିର ଆଇନରେ ସଂଶୋଧନ, ମହାପ୍ରଭୁଙ୍କ  ଜମିଜମା ସୁରକ୍ଷା ଓ ବିକ୍ରି, ରଥଯାତ୍ରା ସମୟରେ ହୋଇଥିବା ବିଶୃଙ୍ଖଳାକୁ ସୁଧାରିବା, ଆନନ୍ଦବଜାର ଶୃଙ୍ଖଳା,  ରେଟ୍‌ ଚାର୍ଟ ଲଗାଇବା  ନେଇ ଆବଶ୍ୟକ  ସୁପାରିସ କରାଯିବ । ଏହା ସରକାରଙ୍କ  ଅନୁମୋଦନ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପଠାଇବ ବୋଲି ସୂଚନା ମିଳିଛି । ବୈଠକରେ ନୂଆ ସଦସ୍ୟଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଥମେ ସ୍ୱାଗତ କରାଯିବ ।  ପରିଚାଳନା କମିଟିର ସଭାପତି ତଥା ଗଜପତିଙ୍କ ଅନୁମୋଦନକ୍ରମେ ବିଭିନ୍ନ ବିଷୟ ଉପରେ  ଆଲୋଚନା ହେବ । ବୈଠକରେ ପ୍ରଥମ କରି ନୂଆ ଜିଲ୍ଲାପାଳ ଓ ଏସ୍‌ପି ମଧ୍ୟ ସଦସ୍ୟ ଭାବେ ଯୋଗଦେବେ । ଏ ସମ୍ପର୍କରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

 ଆସନ୍ତା ୭ ତାରିଖରେ ହେବାକୁ ଥିବା ଚନ୍ଦ୍ରଗ୍ରହଣ ନୀତି ପାଳନ ନେଇ ଆସନ୍ତା  ୨ ତାରିଖରେ ଛତିଶାନିଯୋଗ ବୈଠକ ହେବାକୁ ସ୍ଥିର ହୋଇଛି । ଛତିଶା ନିଯୋଗ  ଅନୁମୋଦନ ଉପରେ ପରିଚାଳନା କମିଟି ମୋହର ମାରିବା ନେଇ ମଧ୍ୟ ଆଲୋଚନା  ହେବ । ଶ୍ରୀମନ୍ଦିରର ବିଭିନ୍ନ କାର୍ଯ୍ୟ ତଦାରଖରେ ପ୍ରମୁଖ ଭୂମିକା ନେଉଥିବା ପ୍ରାୟ  ୮ଟି ସବ୍‌କମିଟି ଗଠନ ନେଇ ମଧ୍ୟ ନିଷ୍ପତ୍ତି ନିଆଯିବ । ତେଣୁ ଶ୍ରୀମନ୍ଦିର ନବଗଠିତ  ପରିଚାଳନା କମିଟି ବୈଠକକୁ ନେଇ ସବୁ ମହଲରେ ଉତ୍ସାହ ଦେଖାଦେଇଛି ।ଏହାଛଡ଼ା ଶ୍ରୀମନ୍ଦିର ଆଇନରେ ସଂଶୋଧନ, ମହାପ୍ରଭୁଙ୍କ  ଜମିଜମା ସୁରକ୍ଷା ଓ ବିକ୍ରି, ରଥଯାତ୍ରା ସମୟରେ ହୋଇଥିବା ବିଶୃଙ୍ଖଳାକୁ ସୁଧାରିବା,  ଆନନ୍ଦବଜାର ଶୃଙ୍ଖଳା,  ରେଟ୍‌ ଚାର୍ଟ ଲଗାଇବା  ନେଇ ଆବଶ୍ୟକ  ସୁପାରିସ କରାଯିବ ।  ଏହା ସରକାରଙ୍କ  ଅନୁମୋଦନ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପଠାଇବ ବୋଲି ସୂଚନା ମିଳିଛି । ବୈଠକରେ ନୂଆ ସଦସ୍ୟଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଥମେ ସ୍ୱାଗତ କରାଯିବ ।  ପରିଚାଳନା କମିଟିର ସଭାପତି ତଥା ଗଜପତିଙ୍କ ଅନୁମୋଦନକ୍ରମେ ବିଭିନ୍ନ ବିଷୟ ଉପରେ  ଆଲୋଚନା ହେବ । ବୈଠକରେ ପ୍ରଥମ କରି ନୂଆ ଜିଲ୍ଲାପାଳ ଓ ଏସ୍‌ପି ମଧ୍ୟ ସଦସ୍ୟ ଭାବେ  ଯୋଗଦେବେ । ଏ ସମ୍ପର୍କରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । 

ଆସନ୍ତା ୭ ତାରିଖରେ ହେବାକୁ ଥିବା ଚନ୍ଦ୍ରଗ୍ରହଣ ନୀତି ପାଳନ ନେଇ ଆସନ୍ତା  ୨ ତାରିଖରେ ଛତିଶାନିଯୋଗ ବୈଠକ ହେବାକୁ ସ୍ଥିର ହୋଇଛି। ଛତିଶା ନିଯୋଗ  ଅନୁମୋଦନ ଉପରେ ପରିଚାଳନା କମିଟି ମୋହର ମାରିବା ନେଇ ମଧ୍ୟ ଆଲୋଚନା  ହେବ । ଶ୍ରୀମନ୍ଦିରର ବିଭିନ୍ନ କାର୍ଯ୍ୟ ତଦାରଖରେ ପ୍ରମୁଖ ଭୂମିକା ନେଉଥିବା ପ୍ରାୟ  ୮ଟି ସବ୍‌କମିଟି ଗଠନ ନେଇ ମଧ୍ୟ ନିଷ୍ପତ୍ତି ନିଆଯିବ । ତେଣୁ ଶ୍ରୀମନ୍ଦିର ନବଗଠିତ ପରିଚାଳନା କମିଟି ବୈଠକକୁ ନେଇ ସବୁ ମହଲରେ ଉତ୍ସାହ ଦେଖାଦେଇଛି ।