ନୂଆଦିଲ୍ଲୀ,୧୨/୦୮: ଖ୍ରୀଷ୍ଟଧର୍ମ ପ୍ରଚାରକ ଗ୍ରାହାମ ଷ୍ଟେନ୍‌ସଙ୍କ  ହତ୍ୟା ମାମଲାର ଦୋଷୀ ଦାରା ସିଂହଙ୍କ ମୁକ୍ତି ନେଇ ଆସନ୍ତା ସେପ୍ଟେମ୍ବରରେ ରାଜ୍ୟ ସରକାରଙ୍କ  ସମୀକ୍ଷା ବୋର୍ଡର ଏକ ବୈଠକ  ହେବାର ଅଛି । ଏହା ପରେ ରାଜ୍ୟ  ସରକାର ତାଙ୍କ ପକ୍ଷ ରଖିବେ ।  ଏହି ମାମଲା ନେଇ ସୋମବାର ଶୁଣାଣି ସମୟରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଏହା ଉଲ୍ଲେଖ  କରିଛନ୍ତି । ଫଳରେ ମାମଲାର  ଶୁଣାଣି ସ୍ଥଗିତ ହୋଇଯାଇଛି ।  

ବିଚାରପତି ମନୋଜ ମିଶ୍ର ଓ  ବଚାରପତି ଉଜ୍ୱଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ନିକଟରେ ଦାରା ସିଂହ ମୁକ୍ତି ମାମଲାର ସୋମବାର ଶୁଣାଣି ହୋଇଥିଲା । ଦାରା ସେନା ପକ୍ଷରୁ ବିଷ୍ଣୁଶଙ୍କର ଜୈନ ଶୁଣାଣି ସମୟରେ ଉପସ୍ଥିତ ଥିଲେ । ଗତ  ମେ ୧୪ରେ ଅନୁଷ୍ଠିତ ହୋଇଥିବା ଶୁଣାଣି ସମୟରେ ଦାରା ସିଂହଙ୍କ  ମୁକ୍ତି ନେଇ ନିଷ୍ପତ୍ତି ନେବାକୁ ଓଡ଼ିଶା ସରକାର ଅଧିକ ସମୟ ମାଗିଥିଲେ । ଜେଲ୍‌ରେ ୨୫ ବର୍ଷରୁ  ଅଧିକ ସମୟ ଧରି ଦାରା ରହି ଆସିଥିବାରୁ ନିୟମାନୁସାରେ ତାଙ୍କୁ ଖଲାସ କରିବା ପାଇଁ ଦାରା ସିଂହଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ  ଆବେଦନ ଦାଖଲ କରାଯାଇଛି । ଏ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କ ମତାମତ ଲୋଡିଛନ୍ତି ।