ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

Kunal Kamra: ଚର୍ଚ୍ଚାରେ ଷ୍ଟାଣ୍ଡଅପ କମେଡିଆନ କୁନାଲ କାମରା; ଷ୍ଟୁଡିଓରେ ପଶି ଭଙ୍ଗାରୁଜା କଲେ ଶିବସେନା କାର୍ଯ୍ୟକର୍ତ୍ତା

Published By : Bijay Swain | March 24, 2025 7:10 PM

Image courtesy: indiatoday

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଷ୍ଟାଣ୍ଡଅପ କମେଡିଆନ କୁନାଲ କାମରା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ନେଇ କମେଡି କରିବା ପରେ ବିବାଦରେ ଛନ୍ଦି ହୋଇପଡିଛନ୍ତି କୁନାଲ। ପୂର୍ବରୁ ମଧ୍ୟ ବିଭିନ୍ନ ରାଜନୈତିକ ମାମଲାକୁ ନେଇ କମେଡି କରି ବିବାଦରେ ଫସି ସାରିଛନ୍ତି କୁନାଲ। ନିକଟରେ ତାଙ୍କର ଏକ ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଏକନାଥ ସିନ୍ଦେଙ୍କୁ ନେଇ ଥଟ୍ଟା କରୁଥିବା ନଜରକୁ ଆସିଛନ୍ତି। ଯାହାକୁ ନେଇ ବିବଦ ତେଜିବାରେ ଲାଗିଛି। 

କୁନାଲଙ୍କ ଏହି ବିବାଦିୟ ବୟାନକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଶିବସେନାର କାର୍ଯ୍ୟକର୍ତ୍ତା ମାନେ। ସେମାନେ କୁନାଲ କାମରାଙ୍କ ଶୋ କୁ ଆୟୋଜନ କରୁଥିବା ହୋଟେଲରେ ପଶି ସେଠାରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଖାଲି ଏତିକି ନୁହେଁ ହୋଟେଲରେ କାମ କରୁଥିବା କର୍ମଚାରୀମାନଙ୍କୁ ମଧ୍ୟ ସେମାନେ ଧମକଚମକ ଦେଇଥିବା ଜଣାପଡିଛି।

ସୂଚନା ମୁତାବକ, ନୟା ଭାରତ ନାମକ ଏକ ଶୋ ନିକଟରେ ରିଲିଜ ହୋଇଛି। ଯେଉଁଠାରେ ଭାରତୀୟ ରାଜନୀତିକୁ ନେଇ ବିଭିନ୍ନ ଆଲୋଚନା ହୋଇଥିଲା। ଏହି ଶୋ ରେ ଭାଗ ନେଇ କୁନାଲ କାମରା ସିନ୍ଦେଙ୍କୁ ନେଇ ଥଟ୍ଟା କରିଥିଲେ। ସିନ୍ଦେଙ୍କ ନାମ ନନେଇ ସେ ତାଙ୍କୁ ଟାର୍ଗେଟ କରି କହିଥିଲେ ଯେ ନିଜ ଦଳ ଛାଡି ବିଜେପିରେ ମିଶିବା ପରେ ଜଣଙ୍କୁ ବିଶ୍ୱାସଘାତକ ବୋଲି କହିବା ଦରକାର ବୋଲି କହିଥିଲେ। ଏହାପରେ ସେ ପରିହାସ ସ୍ୱରୁପ ଏକ ଗୀତ ମଧ୍ୟ ଗାଇଥିଲେ। ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। 



ବିବାଦ ଆରମ୍ଭ ହେବାର କିଛି ସମୟ ପରେ କୁନାଲ ଏହାକୁ ନେଇ ନିଜ ମତ୍ତ ରଖିଛନ୍ତି। ସେ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ଚାରିଧାଡି ବିଶିଷ୍ଟ ପୋଷ୍ଟ ଜାରି କରିଛନ୍ତି। ଯେଉଁଥିରେ ‘ଆଗକୁ ଏକ ମାତ୍ର ରାସ୍ତା’ ଲେଖାଯିବା ସହ କୁନାଲ ଏକ ଛୋଟ ସମ୍ୱିଧାନର ବହି ଧରିଥିବା ଦେଖାଯାଇଇି। ତେବେ କିଛି ଦିନ ହେବ ଏହି ଛୋଟ ନାଲି ମଲାଟ ଯୁକ୍ତ ସମ୍ୱିଧାନ ବହି ଭାରତରେ ଚର୍ଚ୍ଚାରେ ରହିଛି। କାରଣ ଏହି ବହିକୁ ଧରି ବିରୋଧି ରାହୁଲ ଗାନ୍ଧୀ ଗୃହରେ ଉପସ୍ଥିତ ରହୁଛନ୍ତି। 

କୁନାଲଙ୍କ ବିବାଦିୟ ବୟାନ ପରେ ଶିବସେନାର କାର୍ଯ୍ୟକର୍ତ୍ତାମାନେ ହାବିଟାଟ ଷ୍ଚୁଡିଓରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଷ୍ଟୁଡିଓରେ ଭଙ୍ଗାରୁଜା ଯୋଗୁଁ, ଏକନାଥ ସିନ୍ଦେଙ୍କ ଦଳ ଶିବସେନା ନେତା କୁନାଲ ସରମଲକରଙ୍କ ସମେତ ଅନେକ କର୍ମୀଙ୍କୁ ପୋଲିସ ଅଟକ ରଖିଛି। ଶିବସେନାର ଯୁବସେନା ସମ୍ପାଦକ ରାହୁଲ କାନାଲଙ୍କୁ ଆଜି ଭୋର ୪ଟାରେ ଖାର ପୋଲିସ ତାଙ୍କ ଘରେ ଅଟକ ରଖିଥିବା ନେଇ ସୂଚନା ମିଳିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.