କୋକସରା,୧୦/୦୬ : ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ବର ସାହୁ କୋକସରା ବ୍ଲକ ମୋଟେର ଧାନ ମଣ୍ଡି ପରିଦର୍ଶନ କରିଛନ୍ତି। ମଣ୍ଡିର ଆନୁସଙ୍ଗିକ ବ୍ୟବସ୍ଥା ତଦାରଖ ସହ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ସହ ମଣ୍ଡିରେ ଧାନ ବିକ୍ରି ନେଇ ଆଲୋଚନା କରିଛନ୍ତି। ମଣ୍ଡିରେ ପହଞ୍ଚିବା ପରେ ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା ଓ ଦଳୀୟ କର୍ମକର୍ତ୍ତାମାନେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ମଣ୍ଡିରେ ପହଞ୍ଚି ଶ୍ରୀ ସାହୁ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ସହ ମଣ୍ଡିରେ ଧାନ ବିକ୍ରି ନେଇ ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା କରିଥିଲେ।ମଣ୍ଡି ପରିଚାଳନାରେ ଥିବା ପେକ୍ସ ଓ ଆରଏମସି କର୍ମଚାରୀଙ୍କୁ ମଧ୍ୟ ଚାଷୀଙ୍କ ଧାନ ଠିକ ସମୟରେ କ୍ରୟ ଓ ଚାଷୀଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ।
ରାଜ୍ୟ କୃଷକ ମୋର୍ଚ୍ଚାଙ୍କ ଗସ୍ତ ସମୟରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ରାଜ୍ୟ ସଂଯୋଜକ ପୁଳିତା ପ୍ରକାଶ ପୁହାଣ, ରାଜ କିଶୋର ମେଣ୍ଡଳୀ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି କେଶରୀ ଦୁର୍ଗା, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା କୁନ୍ତୀ ପାଳ, ନେତ୍ରୀ ପ୍ରତିମା ପୁଝାରି, ଜିଲ୍ଲା ସଂଯୋଜକ ବିଭୁତି ପାଳ, ଆଦିବାସୀ ମୋର୍ଚ୍ଚା ଦକ୍ଷିଣ ଓଡ଼ିଶା ସଭାପତି ଗଙ୍ଗାରାମ ମାଝୀ, ବିଜେପି ବରିଷ୍ଠ ନେତା ତ୍ରିନାଥ ଶବର,ଅପ୍ରେସ ସ୍ୱାଇଁ,ଶେଷଦେବ ମୁଣ୍ଡ, କୋକସରା ମଣ୍ଡଳ ସଭାପତି ବସନ୍ତ ନାଗ,ଉପ ସଭାପତି ଦୈତାରି ବାରିକ, ମନୋଜ ନାଏକ,ମାଧବ ଝାଙ୍କର,ଆଦିତ୍ୟ ଦାସ,ଧର୍ମାନନ୍ଦ ନେଗି, କ୍ଷୀରସିନ୍ଧୁ ନେଗି, ଧବଳେଶ୍ବର ଗୋପାଳ ସମେତ ଦଳୀୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। ପରେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ନବରଙ୍ଗପୁର ଜିଲ୍ଲା ଅଭିମୁଖେ ଯାଇଥିଲେ।