ଭୁବନେଶ୍ୱର, ୧୫।୧: ଓଡ଼ିଶା ସରକାରଙ୍କ ଅଭିନବ ପ୍ରୟାସ । ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯିବ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୫-୨୬ । ବିଭିନ୍ନ ପୁରସ୍କାର ପାଇଁ ଆବେଦନ ସମୟସୀମା ଆସନ୍ତା ୨୦ ଜାନୁୟାରୀ ୨୦୨୬ ଯାଏଁ ବୃଦ୍ଧି ହୋଇଛି । ଏଥିପାଇଁ "ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର"ର Website https://msp.odisha.gov.in କୁ ଯାଇ ଆବେଦନ କରନ୍ତୁ ।
କେଉଁ କେଉଁ ବର୍ଗରେ ପୁରସ୍କାର ଦିଆଯିବ ?
ଏହି ବର୍ଗରେ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ପୁରସ୍କାର, ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପୁରସ୍କାର, ଗ୍ରାମପଞ୍ଚାୟତ ପୁରସ୍କାର, ପୁରାତନ ଛାତ୍ରଛାତ୍ରୀ କମିଟି ପୁରସ୍କାର, ଜିଲ୍ଲା ପୁରସ୍କାର, ବ୍ଲକ୍ ପୁରସ୍କାର, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପୁରସ୍କାର, ଜିଲ୍ଲା ଶିକ୍ଷା ଅଧିକାରୀ ପୁରସ୍କାର, ବ୍ଲକ୍ ଶିକ୍ଷା ଅଧିକାରୀ ପୁରସ୍କାର ଓ ଆଞ୍ଚଳିତ ସାଧନ କେନ୍ଦ୍ର ସଂଯୋଜକ ପୁରସ୍କାର ସାମିଲ ଅଛି ।
"ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୫- ୨୬" ଅଧୀନରେ ବିଭିନ୍ନ ପୁରସ୍କାର ପାଇଁ ଆବେଦନ ସମୟସୀମା ଆସନ୍ତା ୨୦ ଜାନୁୟାରୀ ୨୦୨୬ ଯାଏଁ ବୃଦ୍ଧି ହୋଇଛି। ଏଥିପାଇଁ "ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର"ର Website https://t.co/E1zrjGyhQ4 କୁ ଯାଇ ଆବେଦନ କରନ୍ତୁ । pic.twitter.com/n3znXbVGmJ
— EducationOdisha (@SMEOdisha) January 15, 2026