ଭୁବନେଶ୍ୱର, ୨୧/୦୮: ସରକାର ଧାନ ପାଇଁ ୮୦୦ ଟଙ୍କା ଇନପୁଟ୍ ସହାୟତା ବୃଦ୍ଧି କରିଛନ୍ତି । ଫଳରେ ଯେଉଁ ଚାଷୀ ଅନ୍ୟ ଚାଷ କରୁଥିଲେ ସେମାନେ ଏବେ ଧାନ ଚାଷ ପ୍ରତି ଆକର୍ଷିତ ହେଉଛନ୍ତି । ଏଥିପାଇଁ ଅନ୍ୟ ଫସଲ ପ୍ରଭାବିତ ହେଉଛି । ତେଣୁ ଅନ୍ୟ ଫସଲକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ରାଜ୍ୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୨୩ଶହ ଟଙ୍କା ରହିଥିବା ବେଳେ ବୋନସ ବାବଦକୁ ୮ଶହ ଟଙ୍କା । ମୋଟାମୋଟି ଭାବେ କହିବାକୁ ଗଲେ ବିଜେପି ସରକାର ଆସିବା ପରେ ଧାନ କ୍ବିଣ୍ଟାଲ ଜଣେ ଚାଷୀ ୩୧ଶହ ଟଙ୍କା ମିଳୁଛି । ଫଳରେ ଅଧିକାଂଶ ଧାନ ଚାଷ ପାଇଁ ଆକୃଷ୍ଟ ହେଉଛି । ଯାହା ଅନ୍ୟ ଫସଲ ଯଥା ଡାରି ଜାତୀୟ ଫସଲ, ମକା, ପନିପରିବା ଆଦି ଫସଲ ଚାଷ ପ୍ରଭାବିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନ୍ୟ ଫସଲ ଚାଷ ପ୍ରତି ଧ୍ୟାନ ଦେଇଛନ୍ତି । ଅନ୍ୟନ୍ୟ ଫସଲ ଚାଷ କରିବାକୁ ଚାଷୀ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି ।...