ପ୍ରମୂଖ ଖବର
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ରଥଯାତ୍ରାରେ ଦଳଚକଟା ଘଟଣା : ରାଜ୍ୟ ସରକାରଙ୍କୁ ରାଜ୍ୟ ମାନବାଧିକାର କମିଶନଙ୍କ ନୋଟିସ

Published By : Suraj Kumar | June 30, 2025 5:56 PM

ଭୁବନେଶ୍ବର,୩୦।୬ ରଥଯାତ୍ରାରେ ଦଳଚକଟା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ରାଜ୍ୟ ମାନବାଧିକାର କମିଶନ  ନୋଟିସ ଜାରି କରିଛନ୍ତି। ଏଥିସହ ଆହତଙ୍କୁ ସମସ୍ତ. ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦେଶ ଦେଲେ ଓଏଚଆରସି।

ରଥଯାତ୍ରାରେ ଦଳଚକଟା ଘଟଣାକୁ ନେଇ ଆଇନୀଜୀବୀ   ତଥା ମାନବାଧିକାର କର୍ମୀ ନିଶିକାନ୍ତ ମିଶ୍ର ଓଏଚଆରସିରେ ଏକ ମାମଲା ରୁଜୁ କରିଥିଲେ। ସେ ପିଟିସନରେ ଦର୍ଶାଇଥିଲେ ଯେ, ରଥଯାତ୍ରା ଦିନ ପୁଲିସ ଏବଂ ପ୍ରଶାସନିକ ଅବହେଳା ପାଇଁ ବଡଦାଣ୍ଡରେ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି।  ୫୦ ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଏହି ଘଟଣା ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି।  ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ।  ଦାୟୀ ଅଧିକାରୀଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ସହ ମୃତକଙ୍କ ପରିବାରକୁ ଅଧିକ ପରିମାଣର କ୍ଷତିପୂରଣ ଦେବାକୁ ସେ ପ୍ରାର୍ଥନା କରିଛନ୍ତି।  କମିଶନ ଏହାକୁ ଗୁରୁତ୍ବର ସହ ଗ୍ରହଣ କରି ରାଜ୍ୟ ସରକାରଙ୍କୁ ନୋଟିସ କରିବା ସହ ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନହୁଏ ସେଥିପ୍ରତି ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.