ପୁରୀ ୧୪।୧୧ : ପୁରୀ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ପଡିଆ ଠାରେ ୩୮ତମ ରାଜ୍ୟ ସ୍ତରୀୟ ହ୍ୟାଣ୍ଡବଲ ପ୍ରତିଯୋଗିତା ଉଦଘାଟିତ ହୋଇଛି।ପ୍ରଥମ ଦିନରେ ଅନୁଷ୍ଠିତ ପୁରୁଷ ବିଭାଗ ଖେଳରେ କେନ୍ଦୁଝର ଦଳ ପାରାଦ୍ୱୀପକୁ ୩୦-୨ ଗୋଲ, ଗଞ୍ଜାମ ଦଳ ରାୟଗଡାକୁ ୨୭-୧୩ ଗୋଲ ଓ ଯାଜପୁର ଦଳ କଟକ ଦଳକୁ ୨୮-୧୫ ଗୋଲ ସ୍କୋର ବ୍ୟବଧାନରେ ବିଜୟୀ ହୋଇଛନ୍ତି।
ସେହିପରି ମହିଳା ବିଭାଗ ଖେଳରେ ପୁରୀ ଦଳ ଜଗତସିଂହପୁରକୁ ୧୨-୩ ଗୋଲ, କେନ୍ଦୁଝର ଦଳ ପାରାଦ୍ୱୀପକୁ ୧୩-୧ ଗୋଲ, ଯାଜପୁର ଦଳ କଟକ କୁ ୧୮-୧ ଗୋଲରେ ଓ ଗଞ୍ଜାମ ଦଳ ଭୁବନେଶ୍ୱରକୁ ୧୩-୧ ଗୋଲ ବ୍ୟବଧାନରେ ବିଜୟୀ ହୋଇଛନ୍ତି।ଆଜିଠାରୁ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ପ୍ରତିଯୋଗିତାରେ ପୁରୁଷ ବିଭାଗରେ ୨୨ଗୋଟି ଓ ମହିଳା ବିଭାଗରେ ୧୨ଗୋଟି ଦଳ ଭାଗ ନେଇଛନ୍ତି।ଟୁର୍ନାମେଣ୍ଟ ରେ ପ୍ରାୟ ୭୦୦ରୁ ଅଧିକ ଖେଳାଳି ଓ ଅଫିସିଆଲ ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଛନ୍ତି।ଜିଲ୍ଲା ହ୍ୟାଣ୍ଡବଲ ସଂଘ ପୁରୀ ଦ୍ୱାରା ଏହି ରାଜ୍ୟ ସ୍ଥରୀୟ ପ୍ରତିଯୋଗିତା ଆୟୋଜିତ ହେଉଥିବା ବେଳେ ଓଡିଶା ଅଲମ୍ପିକ ସଂଘର ସଭାପତି ସମୀର ମହାନ୍ତି ଆଜି ଏହି ଟୁର୍ନାମେଣ୍ଟ ର ଶୁଭ ଉଦ୍ଘାଟନ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଅଲମ୍ପିକ ସଂଘର କୋଷାଧକ୍ଷ ରବି ଶଙ୍କର ପ୍ରତିହାରୀ, ସମାଜସେବୀ ଗୋପାଳ ଖୁଣ୍ଟିଆ, ଯୁବ ନେତା ଜୟନ୍ତ ଦାଶ ପ୍ରମୁଖ ଉତ୍ସବ ରେ ଅତିଥି ଭାବେ ଯୋଗଦାନ କରିଥିଲେ। ଓଡିଶା ରାଜ୍ୟ ହ୍ୟାଣ୍ଡବଲ ଆସୋସିଏସନର ସଭାପତି ବିପ୍ଳବ ଚୌଧରୀ, ସମ୍ପାଦକ ମାନସ କୁମାର ସିଂ ଙ୍କ ସହ ପୁରୀ ଜିଲ୍ଲା ହ୍ୟାଣ୍ଡବଲ ଆସୋସିଏସନର ସଭାପତି ପାର୍ଥ ସାରଥୀ ମହାପାତ୍ର ଓ ସମ୍ପାଦକ ସିତେନ୍ଦ୍ର ନାଥ ଦାସ ପ୍ରମୁଖ ଟୁର୍ନାମେଣ୍ଟ ପରିଚାଳନା କରିଥିଲେ।