ଭୁବନେଶ୍ୱର, ୧୯/୮ : ବିଶ୍ୱ ଫଟୋଗ୍ରାଫି ଦିବସ। ଏହି ଅବସରରେ ଜୟଦେବ ଭବନରେ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଆୟୋଜିତ ହୋଇଛି। ନୂତନ ଭବିଷ୍ୟତ ନିର୍ମାଣର ସୂତ୍ରଧର ଟ୍ରଷ୍ଟ ତରଫରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଅରୁଣ ସାହୁ, ଏକାମ୍ର ନିର୍ବାଚନ ମଣ୍ଡଳୀର ବିଧାୟକ ବାବୁ ସିଂ, ବରିଷ୍ଠ ସାମ୍ବାଦିକ ନୀଳାମ୍ବର ରଥ, ରାମଚଣ୍ଡୀ ପ୍ରସାଦ ରଣସିଂ, ବରିଷ୍ଠ ଚିତ୍ରଶିଳ୍ପୀ ତାରାକାନ୍ତ ପରିଡ଼ା ଅତିଥି ଭାବରେ ଉପସ୍ଥିତ ଥିଲେ। ଅତିଥିମାନେ ଫଟୋର ଗୁରୁତ୍ୱ ଉପରେ ମତ ରଖିଥିଲେ। ଗୋଟିଏ ଫଟୋ ଅନେକ କଥା କୁହେ ବୋଲି ଅତିଥିମାନେ କହିଥିଲେ। ପ୍ରଥମ ଅଧିବେଶନ ପରେ "ଏଆଇ ଯୁଗରେ ଫଟୋ ସାମ୍ବାଦିକଙ୍କ ଗୁରୁତ୍ୱ" ଉପରେ ଆଲୋଚନା ହୋଇଥିଲା।

ଉପରାଷ୍ଟ୍ରପତି ନିର୍ବାଚନରେ ଦକ୍ଷିଣୀ ଲଢେଇ: ରାଧାକ୍ରି...