ଭୁବନେଶ୍ୱର,୦୬/୦୪: ଅଲ୍ ଓଡ଼ିଶା ଚେସ୍ ସଂଘ (ଏଓସିଏ)ର ତତ୍ତ୍ୱାବଧାନରେ ଆରତୀ ୬୪ ସ୍କ୍ୱାୟର ଫାଉଣ୍ଡେସନ୍ ପକ୍ଷରୁ ରୟାଲ ପବ୍ଲିକ ସ୍କୁଲ କେଶୁରା ଠାରେ ଆସନ୍ତା ୧୨ ତାରିଖରେ ରାଜ୍ୟ ଓପନ ଚେସ୍ ଚାମ୍ପିଅନସିପ୍ ଆୟୋଜିତ ହେବ । ଏଥିରେ ମୋଟ ୭ ରାଉଣ୍ଡ୍ ଖେଳ ଅନୁଷ୍ଠିତ ହେବ । ୭, ୯, ୧୧, ୧୩, ୧୫ବର୍ଷରୁ କମ୍ ବର୍ଗ ସମେତ ବାଳିକା, ମହିଳା ଓ ଭେଟେରାନ ବର୍ଗରେ ପ୍ରତିଯୋଗିତା ହେବ ।

ଟୁର୍ଣ୍ଣାମେଣ୍ଟରେ ମୋଟ୍ ୪୦,୦୦୦ ଟଙ୍କାର ପୁରସ୍କାର ରାଶି ରଖାଯାଇଛି । ଚାମ୍ପିଅନ୍‌ଙ୍କୁ  ୧୦,୦୦୦ଟଙ୍କା, ରନର୍ସ ଅପ୍‌ଙ୍କୁ  ୭,୦୦୦ଟଙ୍କା ଏବଂ ତୃତୀୟ ସ୍ଥାନ ପାଇଁ ୫,୦୦୦ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ଇଚ୍ଛୁକ ଥିବା ଖେଳାଳିମାନେ ୬୦୦ଟଙ୍କା ପ୍ରବେଶିକା ଫି’ ଦେଇ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ପାରିବେ । ଅଧିକ ସୂଚନା ପାଇଁ ସେମାନେ ଆସନ୍ତା ୯ ତାରିଖ ସୁଦ୍ଧା ଦେବାଶିଷ ପାଣିଗ୍ରାହୀଙ୍କୁ (୯୯୩୮୩୧୮୭୮୭) ଯୋଗାଯୋଗ କରିପାରିବେ ।