ଭୁବନେଶ୍ୱର,୧୨/୦୧: ଆସନ୍ତା ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ । ରାଜ୍ୟ କ୍ରୀଡ଼ା ବିଭାଗ ସହଯୋଗରେ ଏବଂ ପାରା ସ୍ପୋର୍ଟ୍ସ ସଂଘର ଆନୁକୂଲ୍ୟରେ ପ୍ରତିଯୋଗିତା ଆୟୋଜିତ ହେବ । ଏହି ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କଲେ ଖେଳାଳିଙ୍କୁ ଜାତୀୟ ପାରା ଆଥଲେଟିକ୍ସ ପାଇଁ ଚୟନ କରାଯିବ । ବିଭିନ୍ନ ବର୍ଗର ଦିବ୍ୟାଙ୍ଗ ଖେଳାଳି (ଶାରୀରିକ ଭିନ୍ନକ୍ଷମ, ଦୃଷ୍ଟି ବାଧିତ ଭିନ୍ନକ୍ଷମ, ମାନସିକ ଅନଗ୍ରସରତା) ଏଥିରେ ଭାଗ ନେବେ । ଅଧିକ ବିବରଣୀ ପାଇଁ ରାଜ୍ୟ ସଂଘ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।