ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ସେମି ଫାଇନାଲରେ ହାରିବା ପରେ ଷ୍ଟିଭ୍ ସ୍ମିଥ୍ କଲେ ଅବସର ଘୋଷଣା, ଖେଳିବେନି ଓ୍ବାନଡେ ମ୍ୟାଚ୍

Published By : Anindita Ratha | March 5, 2025 3:05 PM

ନୂଆଦିଲ୍ଲୀ,୫।୩: ଟିମ୍ ଇଣ୍ଡିଆ ବିରୋଧରେ ଆଇସିସି ଚମ୍ପିଆନ୍ସ ଟ୍ରଫି ୨୦୨୫ର ସେମିଫାଇନାଲ ହାରିଯାଇଛି ଅଷ୍ଟେ୍ରଲିଆ। ମ୍ୟାଚ୍ ହାରିବା ପରେ କଙ୍ଗାରୁ ଟିମ୍‌ର କ୍ୟାପଟେନ୍ ଷ୍ଟିଭ୍ ସ୍ମିଥ୍ ଅବସର ଘୋଷଣା କରିଛନ୍ତି। ପାଟ୍ କମିନ୍ସଙ୍କ ଅନୁପସ୍ଥିତିରେ ଷ୍ଟିଭ କ୍ୟାପଟେନ୍ ଥିଲେ। ତାଙ୍କ ନେତୃତ୍ବରେ ଟିମ୍ ସେମିଫାଇନାଲ ପର୍ଯ୍ୟନ୍ତ ଯାଇପାରିଥିଲା। ଏଭଳି ସ୍ଥିତିରେ ସେ ଓ୍ବାନଡେ ଇଣ୍ଟରନ୍ୟାସନାଲ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ତେବେ ଆଗକୁ ସେ ଦଳ ପାଇଁ ଟେଷ୍ଟ ଓ ଟି-୨୦ ଇଣ୍ଟରନ୍ୟାସନାଲ କ୍ରିକେଟ ଖେଳିବେ। ତାଙ୍କର ଇଛା ସେ ଦେଶ ପାଇଁ ଅଲିମ୍ପିକ୍ସ ୨୦୨୮ ରେ ମଧ୍ୟ ଖେଳିବେ।

କ୍ରିକେଟ ଅଷ୍ଟେ୍ରଲିଆର କହିବା ଅନୁସାରେ, ସ୍ମିଥ୍ ଟେଷ୍ଟ ଓ ଟି-୨୦ ଇଣ୍ଟରନ୍ୟାସନାଲ କ୍ରିକେଟରେ ସିଲେକ୍ସନ ପାଇଁ ଉପଲବ୍ଧ ରହିବେ। ତାଙ୍କର ଏହି ନିଷ୍ପତ୍ତି ହୁଏତ ଲସ୍ ଆଞ୍ଜେଲସରେ ୨୦୨୮ ଅଲିମ୍ପିକ୍ଦ ଖେଳର ଅଂଶ ହେବାର ଇଛାକୁ ଦର୍ଶାଉଛି। ଦୁବାଇରେ ଚମ୍ପିଆନ୍ସ ଟ୍ରଫି ସେମିଫାଇନାଲରେ ପରାଜୟ ପରେ ନିଜ ନିଷ୍ପତ୍ତି ବିଷୟରେ ଷ୍ଟିଭ୍ ସ୍ମିଥ୍ ଟିମ୍‌ର ସାଥୀଙ୍କୁ କହିଥିଲେ ଏଭଳି ଲାଗୁଛି ଏବେ ଖେଳ ଛାଡିବା ଠିକ୍ ସମୟ ନୁହେଁ।

ସ୍ମିଥ୍ ଏକ ପ୍ରେସ୍ ରିଲିଜ୍‌ରେ କହିଛନ୍ତି, ଏହା ଏକ ସୁନ୍ଦର ଯାତ୍ରା। ମୁଁ ଏହାର ପ୍ରତି କ୍ଷଣର ଆନନ୍ଦ ନେଇଛି। ବହୁ ଗୁଡିଏ ଅଦ୍ଭୁତ କ୍ଷଣ ଓ ସୁନ୍ଦର ଅନୁଭୂତି ରହିଛି। ଦୁଇଟି ବିଶ୍ବକପ୍ ଜିତିବା ଏକ ସୁନ୍ଦର ଅନୁଭୂତି ଥିଲା, ଏହାସହ ବହୁ ସୁନ୍ଦର ସାଥୀ ଏହି ଯାତ୍ରାକୁ ସେୟାର କରିଛନ୍ତି। ଏବେ ଲୋକଙ୍କ ପାଇଁ ୨୦୨୭ ଓ୍ବାନଡେ ବିଶ୍ବକପ୍‌ର ପ୍ରସ୍ତୁତି ଆରମ୍ଭ କରିବାର ଏକ ସୁନ୍ଦର ଅବସର ଅଟେ। ତେଣୁ ଏଭଳି ଲାଗୁଛି ଯେ, ଏବେ ଖେଳ ଛାଡିବାର ଠିକ୍ ସମୟ। ଟେଷ୍ଟ କ୍ରିକେଟ ଏବେ ମଧ୍ୟ ପ୍ରାଥମିକତା ରହିଛି ଓ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍ ଫାଇନାଲ, ଓ୍ବେଷ୍ଟଇଣ୍ଡିଜ୍‌ ଓ ପରେ ଘରେ ଇଂଲଣ୍ଡ ବିରୋଧରେ ଖେଳିବାକୁ ନେଇ ଉତ୍ସାହିତ ରହିଛି। ମୋତେ ଲାଗୁଛି ଏବେ ବି ସେହି ମଞ୍ଚରେ ଯୋଗଦାନ ଦେବା ପାଇଁ ବହୁତ କିଛି କରିବାର ଅଛି।’ ୨ ଜୁନ୍‌ରେ ୩୬ ବର୍ଷର ହେବାକୁ ଯାଉଛନ୍ତି ସ୍ମିଥ୍। ୧୯ ଫେବୃଆରୀରେ ୨୦୧୦ ରେ ମେଲବର୍ଣ୍ଣ ଗ୍ରାଉଣ୍ଡରେ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଓ୍ବାନଡେ ଇଣ୍ଟରନ୍ୟାସନାଲ କ୍ରିକେଟରେ ଡେବ୍ୟୁ କରିଥିଲେ ଓ ୪ ମାର୍ଚ୍ଚ ୨୦୨୫ ରେ ନିଜର ଶେଷ ଓ୍ବାନଡେ ମ୍ୟାଚ୍‌ ସେ ଭାରତ ବିରୋଧରେ ଖେଳିଛନ୍ତି। ଏହି ୧୫ ବର୍ଷରେ ସେ ସବୁ ସଫଳତା ନିଜ ନାଁରେ କରିଛନ୍ତି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.