ଭୁବନେଶ୍ବର,୦୬/୦୫:  ଥମୁନି ବ୍ରାଉନ ସୁଗାର କାରବାର । ସଟିଏଫ ପଞ୍ଝାରେ ବ୍ରାଉନ ସୁଗାର ବେପାରୀ ।  ରାଜଧାନୀ ଉପକଣ୍ଠରୁ ବ୍ରାଉନ୍‌ସୁଗାର ବେପାରୀଙ୍କୁ ବାନ୍ଧିଛି କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ । ଗିରଫ ବ୍ୟକ୍ତିଙ୍କ ନିକଟରୁ ୨୬୩ ଗ୍ରାମର ବ୍ରାଉନସୁଗାର ମଧ୍ୟ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷରୁ ଅଧିକ ହେବ  । ତେବେ ଗିରଫ ଅଭିଯୁକ୍ତ ଜଣକ ଜ୍ୟୋତି ସାମନ୍ତରାୟ ବୋଲି ଜଣାପଡିଛି। 

ସୂଚନା ଅନୁଯାୟୀ, ବାଲେଶ୍ୱରରୁ ବ୍ରାଉନ୍‌ସୁଗାର ଖୋର୍ଦ୍ଧା ଆସୁଥିଲା । ଏହି ସମୟରେ ଗୁଇନ୍ଦା ସୁତ୍ରରୁ ଖବର ପାଇ ଚଢାଉ କରିଥିଲା ଏସ୍‌ଟିଏଫ୍‌ ଟିମ୍‌ । ଯେଉଁଥିରେ ଜ୍ୟୋତି ସାମନ୍ତରାୟ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌ ଟିମ୍‌ । ଏହାସହିତ ଗିରଫ ବ୍ୟକ୍ତିଙ୍କ ନିକଟରୁ ୨୬୩ ଗ୍ରାମର ବ୍ରାଉନ୍‌ସୁଗାର ମିଳିଛି । ଯାହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ସେହିପରି ଏହି କାରବାରରେ  ଛାନ୍‌ଭିନ୍‌ ଜାରି ରହିଥିବା ନେଇ ସୂଚନା ଦେଇଛନ୍ତି ଏସ୍‌ଟିଏଫ୍‌ ଏସ୍‌ପି ରବି ଶତପଥୀ ।