ନୂଆଦିଲ୍ଲୀ, ୨୧/୦୪ : ମଙ୍ଗଳବାରରେ ସେୟାର ମାର୍କେଟରେ ଶୁଭ ମଙ୍ଗଳମ୍। ଭାରତ-ଆମେରିକା ଟ୍ରେଡ୍ ଡିଲ୍ ଚର୍ଚ୍ଚା ଭିତରେ ଝୁମିଲା ପୁଞ୍ଜି ବଜାର। ସେୟାର ମାର୍କେଟ୍ ଖୋଲିବା ମାତ୍ରେ ୫୦୦ ଅଙ୍କ ଉଠିଲା ସେନସେକ୍ସ। ନିଫ୍ଟିରେ ମଧ୍ୟ ଦ୍ରୁତ ବୃଦ୍ଧି ହୋଇଛି । ଆକ୍ସିସ୍ ବ୍ୟାଙ୍କ, ଆଦାନୀ ପୋର୍ଟ ଠାରୁ ନେଇ ଇଣ୍ଡିଗୋ ଯାଏଁ ସମସ୍ତଙ୍କ ସେୟାର ବଢିଛି।

ବିଏସଇର ସେନସେକ୍ସ ଇଣ୍ଡେକ୍ସ ମଙ୍ଗଳବାର ସୋମବାର ବନ୍ଦ ୭୮,୫୨୦ ତୁଳନାରେ ୭୮ ହଜାର ୬୧୭ରେ ଖୋଲିଥିଲା। କାରବାରର କିଛି ମିନିଟ୍ ମଧ୍ୟରେ, ସେନସେକ୍ସ ୭୯ ହଜାର ଅତିକ୍ରମ କଲା ଏବଂ ୫୦୦ ପଏଣ୍ଟରୁ ଅଧିକ ବୃଦ୍ଧି ସହିତ ୭୨,୦୩୨ ରେ କାରବାର କରୁଛି। ସେହିପରି ନିଫ୍ଟି ସୋମବାର ବନ୍ଦ ୨୪,୩୬୪ ତୁଳନାରେ ୨୪ ହଜାର ୩୭୪ ଅଙ୍କରେ ଖୋଲିଥିଲା। ଏହାପରେ ୧୫୦ ଅଙ୍କ ବୃଦ୍ଧି ପାଇ ୨୪ ହଜାର ୫୦୦ ଅତିକ୍ରମ କରିଥିଲା।  ସବୁଠାରୁ ଅଧିକ କାରବାର କରିଥିବା ଷ୍ଟକ୍ ମଧ୍ୟରେ, BSE ଲାର୍ଜକ୍ୟାପ୍ ବର୍ଗରେ AsianPaints ସେୟାର (୨%), Axis Bank ସେୟାର (୨%), Adani Ports ସେୟାର (୧.୫୦%) ବୃଦ୍ଧି ସହିତ କାରବାର କରୁଥିଲେ। ଏହା ବ୍ୟତୀତ, Midcap ବର୍ଗରେ ଅନ୍ତର୍ଭୁକ୍ତ AU ବ୍ୟାଙ୍କ ସେୟାର (୪%), Godrej Properties ସେୟାର (୨.୫୦%), Phoenix ସେୟାର (୨.୧୦%), Voltas ସେୟାର (୧.୭୦%) ବୃଦ୍ଧି ସହିତ କାରବାର କରୁଥିଲେ। Paytm, Dixon, Zentech, Suzlon ଭଳି ସେୟାର ମଧ୍ୟ ବୃଦ୍ଧି ସହିତ କାରବାର କରୁଥିବା ଦେଖାଯାଇଛି।

ଭାରତ-ଆମେରିକା ଟ୍ରେଡ୍ ଡିଲ୍ ଚର୍ଚ୍ଚା ହେବାପରେ ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି। ଏହି ଡିଲ୍ ରେ ଟାରିଫ୍ କୁ ନେଇ ଆଲୋଚନା ହୋଇପାରେ। କାରଣ ଆମେରିକା କୋର୍ଟ ଟାରିଫ୍ କୁ ବେଆଇନ କହି ରଦ୍ଦ କରିଦେଇଛନ୍ତି।.

ଏହି ଖବରଟିକୁ ପଢନ୍ତୁ- ଆପଲ୍‌ରେ ଏକ ଯୁଗର ଅନ୍ତ: ୧୫ ବର୍ଷ ପରେ CEO ପଦ ଛାଡ଼ିବେ ଟିମ୍ କୁକ୍, ଜନ୍ ଟର୍ନସ ହେବେ ନୂଆ ବସ୍ !