ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

୨ ମାସ ପରେ ମିଳିଲା ଚୋରି ସୁନା, ସୁନା ଜବତ କରି ମାଲିକକୁ ହସ୍ତାନ୍ତର କଲା ପୋଲିସ

Published By : Harapriya Sethi | October 9, 2024 8:04 AM

ଖଲ୍ଲିକୋଟ,୦୯/୧୦: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଫାଣ୍ଡି ପୋଲିସକୁ ମିଳିଛି ସଫଳତା । ସୁନା ଚୋରି ହେବାର ୨ ମାସ ପରେ ଜବତ ହେଲା ସୁନା । କିନ୍ତୁ ସୁନା ଉଦ୍ଧାର କରି ମଙ୍ଗଳବାର ଅପରାହ୍ନ ସମୟରେ ଫାଣ୍ଡି ପରିସରରେ ପ୍ରକୃତ ମାଲିକକୁ ହସ୍ତନ୍ତର କରିଛି ପୁଲିସ । ଜବତ ସୁନାର ପ୍ରକୃତ ବିଲ୍‌ ଦାଖଲ କରିଲେ ସୁନା ଫେରସ୍ତ ପାଇବେ ବୋଲି କହି ଉକ୍ତ ସୁନାର ପ୍ରକୃତ ମାଲିକଙ୍କୁ ହଇରାଣ କରିଛି ପୋଲିସ । 

ସୂଚନା ମୁତାବକ, ଖଲ୍ଲିକୋଟ ଥାନା ଅନ୍ତର୍ଗତ ଉପର ବାଲାନ୍ତର ଗ୍ରାମ ର ସାଗର ମହାରଣାଙ୍କ ଘରୁ ଗତ ଜୁଲାଇ ମାସ ୭ ତାରିଖ ରାତିରେ କୌଣସି ଦୁର୍ବୃତ୍ତ ଦୁଇଟି ସୁନା ଚେନ, ତିନୋଟି ସୁନା ମୁଦି ଓ କିଛି ରୁପା ଅଳଙ୍କାର ଚୋରି ହୋଇଥିବା ନେଇ ଭେଜିପୁଟ ଫାଣ୍ଡିରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଭିତ୍ତି କରି ଖଲ୍ଲିକୋଟ ଥାନା ଏକ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଥିଲେ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର। ଇତି ମଧ୍ୟରେ ପଥରା କଣ୍ଡରାପଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ନଗଦ ଟଙ୍କା ଓ ସୁନା, ରୁପା ଅଳଙ୍କାର ଚୋରି କରିଥିବା ଅଭିଯୋଗରେ କହ୍ନେଇପୁର ଛକରେ ଜଳଖିଆ ଦୋକାନ କରିଥିବା ରବି ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର । ଗିରଫ ରବି ସାହୁ ବର୍ତ୍ତମାନ ଜେଲରେ ଅଛି । ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରି ଫାଣ୍ଡି ଅଧିକାରୀ ଜେଲ ଭିତରେ ରବି ସାହୁକୁ ଜେରା କରିବା ପରେ ସବୁ କଥା ଜଣାପଡ଼ିଥିଲା।

ତେବେ ଜୁଲାଇ ୭ ତାରିଖ ରାତିରେ ରବି ସାହୁ ସାଗର ମହାରଣାଙ୍କ ଘରେ କେହି ନ ଥିବାର ସୁଯୋଗ ନେଇ ଘରୁ ସୁନା ଓ ରୁପା ଅଳଙ୍କାର ଚୋରି କରିଥିଲା । ତାପର ଦିନ ଅର୍ଥାତ ଜୁଲାଇ ୮ ତାରିଖ ଦିନ ଚୋରି କରିଥିବା ସୁନା ଅଳଙ୍କାର ନେଇ ବାଲୁଗାଁ ସ୍ଥିତ ମନପୁରମ ଫାଇନାନ୍ସ ଲିମିଟେଡ଼ରେ ବନ୍ଧକ ରଖି ୪୦ ହଜାର ୨୬ ଟଙ୍କା ଆଣିଥିଲା । ଗିରଫ ରବି ସାହୁର ଘର ନୟାଗଡ଼ ଜିଲ୍ଲା ଚାନ୍ଦପୁର ରେ ହୋଇଥିବା ବେଳେ ସେ କହ୍ନେଇପୁର ଛକରେ ଏକ ଜଳଖିଆ ଦୋକାନ କରିଥିଲେ । ତା ବିରୁଦ୍ଧରେ ପୂର୍ବରୁ ଚାନ୍ଦପୁର ଥାନାରେ ୨୦୨୧ ମସିହାରେ ଗୋଟିଏ ରବରୀ କେସ ଓ ଗୋଟିଏ ଚୋରି କେସ ରହିଥିବା ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ସୂଚନା ଦେଇଛନ୍ତି । ତେବେ ଚୋରି ସୁନା ଅଳଙ୍କାରର ଅରିଜିନାଲ ବିଲ ଦାଖଲ କରିବା ପରେ ବନ୍ଧକ ଥିବା ମନପୁରମ ଫାଇନାନ୍ସ ଲିମିଟେଡ଼ରୁ ସୁନା ଅଳଙ୍କାର ଆଣି ପ୍ରକୃତ ମାଲିକକୁ ହନ୍ତସନ୍ତ କରିଛି ପୋଲିସ । 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.