ନୂଆଦିଲ୍ଲୀ – ଆମେରିକାର ଟ୍ରାନ୍ସପୋର୍ଟେସନ ସେକ୍ରେଟାରୀ ସାନ୍ ଡଫି ସାରା ଦେଶର ଲୋକଙ୍କୁ କରିଛନ୍ତି ଏକ ସ୍ୱତନ୍ତ୍ର ଅପିଲ୍। ସେ କହିଛନ୍ତି -ବିମାନରେ ପାଇଜାମା ଓ ସ୍ଲିପର ପିନ୍ଧି ଚଢିବା ବନ୍ଦ କରନ୍ତୁ। ଡଫି କହିଛନ୍ତି ଯେ, ଏହି ଟ୍ରେଣ୍ଡ୍ ଏବେ ବହୁତ ଅଧିକ ହୋଇ ଯାଇଛି। ସେ କହିଛନ୍ତି ଯେ, ଦୟାକରି ବିମାନବନ୍ଦରରେ ସ୍ଲିପର ଓ ପାଇଜାମା ପିନ୍ଧି ଆସନ୍ତୁ ନାହିଁ। ଏବେ ସମୟ ଆମେ ନିଜର ବ୍ୟବହାର ଓ ପୋଷାକରେ ପରିବର୍ତ୍ତନ କରି ସଭ୍ୟତାର ସ୍ୱଚ୍ଛତା ଫେରାଇ ଆଣିବା।
କହି ରଖୁଛୁ କି , ଆମେରିକାରେ ‘ଥ୍ୟାଙ୍କସଗିଭିଂ’ ଟ୍ରାଭେଲ୍ ସିଜନ ଆରମ୍ଭ ହେବା କ୍ଷଣି ଟ୍ରାନ୍ସପୋର୍ଟେସନ ସେକ୍ରେଟାରୀ ସାନ୍ ଡଫି ଏୟାର ଟ୍ରାଭେଲ୍ ବେଳେ ଲୋକଙ୍କ ବ୍ୟବହାର ଓ ପୋଷାକ ବିଷୟରେ ଦୃଢ ଅପିଲ କରିଛନ୍ତି। ସେ କହିଛନ୍ତି ଯେ, ଯାତ୍ରୀଙ୍କୁ ଉଡ଼ାଣରେ ପାଇଜାମା ଓ ସ୍ଲିପର ପିନ୍ଧି ଚଢିବା ଉଚିତ୍ ନୁହେଁ ଏବଂ କିଛି ମାତ୍ରାରେ ସଭ୍ୟ ବ୍ୟବହାର ଦେଖାଇବା ଉଚିତ୍।
ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ , ସାନ୍ ଡଫି ସୋମବାର ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏୟାର ଟ୍ରାଭେଲ୍ରେ ଶାଳୀନତା କମିବାରେ ଲାଗିଛି। ସେ ବିଶେଷ କରି ସେହି ଯାତ୍ରୀଙ୍କ ଉପରେ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି ,ଯେଉଁମାନେ ବିମାନରେ ଜୋତା ଓହ୍ଲାଇ ଖାଲି ପାଦ ସିଟ୍ ଉପରେ ରଖୁଛନ୍ତି। ସେ କହିଛନ୍ତି ,ଦୟାକରି ବିମାନବନ୍ଦରରେ ସ୍ଲିପର ଓ ପାଇଜାମା ପିନ୍ଧି ଆସନ୍ତୁ ନାହିଁ। କିଛି ମାତ୍ରାରେ ସଭ୍ୟ ବ୍ୟବହାର ଫେରେଇ ଆଣିବାର ଆବଶ୍ୟକ ରହିଛି। ଡଫି ଏହା ମଧ୍ୟ କହିଛନ୍ତି ଯେ, ଯେଉଁ ଲୋକ ଶାରୀରିକ ଭାବେ ଦୃଢ, ତାଙ୍କୁ ଅନ୍ୟର ଜିନିଷ ଉପରେ ରଖିବାରେ ସାହାଯ୍ୟ କରିବା ଉଚିତ୍।ତାଙ୍କ ମୁତାବିକ ଲୋକେ ନିଜର ମାନବିକତା ଦେଖାନ୍ତୁ।
ଡଫିଙ୍କ ଅନୁସାରେ , ଚଳିତ ବର୍ଷ ଆମେରିକାରେ ଏବେସୁଦ୍ଧା ସବୁଠୁ ବ୍ୟସ୍ତ ଥ୍ୟାଙ୍କସଗିଭିଂ ଏୟାର ଟ୍ରାଭେଲ୍ ସିଜନ ରହିବ। ଚଳିତ ସପ୍ତାହ ୩୧ ମିଲିୟନ ଲୋକ ଉଡ଼ାଣ ଭରି ପାରନ୍ତି। ସେ ଭରସା ଦେଇଛନ୍ତି ଯେ,ସରକାରୀ ସଟ୍ଡାଉନ୍ ବେଳେ ହୋଇଥିବା ଏୟାର ଟ୍ରାଫିକ୍ କଣ୍ଟ୍ରୋଲରର ଅଭାବ ସତ୍ତ୍ୱେ ଏହିଥର ଏୟାରପୋର୍ଟ ଓ କଣ୍ଟ୍ରୋଲ ଟାୱାର୍ସରେ ଷ୍ଟାଫିଂ ସଂପୂର୍ଣ୍ଣ ରୂପେ ଦୃଢ ରହିବ।