ନୂଆଦିଲ୍ଲୀ,୧୦।୩: ଭାରତର ଲକ୍ଷ୍ୟ ଆଗାମୀ ୧୦ ବର୍ଷରେ ଦେଶର ବାଣିଜ୍ୟିକ ମହାକାଶ କ୍ଷେତ୍ରର ମୂଲ୍ୟ ୪୪ ବିଲିୟନ ଡଲାର ପର୍ଯ୍ୟନ୍ତ ବଢାଇବା। ଦେଶରେ ଦଶକ ଧରି ଇସ୍ରୋ ହିଁ ମହାକାଶ କ୍ଷେତ୍ରରେ ଏକାକୀ କାମ କରୁଛି, କିନ୍ତୁ ନିକଟରେ ଘରୋଇ କମ୍ପାନୀ ମଧ୍ୟ ସକ୍ରିୟ ହୋଇଛି। ଭାରତୀୟ କମ୍ପାନୀ ଲାର୍ସନ ଆଣ୍ଡ ଟୁବ୍ରୋ କହିଛି ସେ ଏରୋସ୍ପେସ୍‌ କ୍ଷେତ୍ରରେ ନିଜର କାରବାରର ବିସ୍ତାର କରିବାର ଯୋଜନା ତିଆରି କରୁଛି। କମ୍ପାନୀର ଏହି ଉଦ୍ଦେଶ୍ୟ ଏଭଳି ସମୟରେ ପ୍ରକାଶ କରିଛି, ଯେତେବେଳେ ଭାରତ ଆମଦାନୀ ଉପରେ ନିଜର ନିର୍ଭରତା କମ୍ କରୁଛି ଓ ଅର୍ଥବ୍ୟବସ୍ଥାରେ ଘରୋଇ କାରବାରର ଭୂମିକା ବଢାଇବାରେ ଲାଗିଛି। ଲାର୍ସନ ଆଣ୍ଡ ଟୁବ୍ରୋ, ରାଜସ୍ବ ହିସବରେ ଭାରତର ପ୍ରତିରକ୍ଷା ଉଦ୍ୟୋଗରେ ସବୁଠାରୁ ବଡ଼ ଘରୋଇ କମ୍ପାନୀ ରହିଛି। ଆର୍ଥିକ ବର୍ଷ ୨୦୨୪ ରେ ଏହାର ପ୍ରିସିଜନ୍ ଇଞ୍ଜିନିୟରିଂ ଆଣ୍ଡ ସିଷ୍ଟମ ୟୁନିଟ୍‌ର ମୋଟ୍ ରାଜସ୍ବ ୪୬୧୦ କୋଟି ଟଙ୍କା ଥିଲା, ଯାହାକି ଗତ ଆର୍ଥିକ ବର୍ଷ ତୁଳନାରେ ୪୧ ପ୍ରତିଶତ ଅଧିକ ଥିଲା। 

ସ୍ପେସ୍‌ ଟେକ୍‌ରେ ଘରୋଇ କମ୍ପାନୀର ବଢୁଥିବା ଭୂମିକା ତାମିଲନାଡୁର କୋଏମ୍ବାଟୁର ସ୍ଥିତ ଲାର୍ସନ ଆଣ୍ଡ ଟୁବ୍ରୋର କାରଖାନାରେ ସରକାରୀ କମ୍ପାନୀ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍‌ (ହାଲ୍‌) ସହ ପାର୍ଟନରସିପ୍‌ରେ ଏକ ଉପଗ୍ରହ ଉତ୍‌କ୍ଷେପଣ ଯାନ(ପିଏସ୍‌ଏଲଭି)ର ନିର୍ମାଣ କରାଯାଉଛି। ଏହା ଭାରତର ପ୍ରଥମ ଘରୋଇ ନିର୍ମିତ ପିଏସ୍‌ଏଲ୍‌ଭି। ଏହି ପିଏସ୍‌ଏଲଭି ଦେଶର ରାଷ୍ଟ୍ରୀୟ ମହାକାଶ ଏଜେନ୍ସି, ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ(ଇସ୍ରୋ)ର ଉତ୍‌କ୍ଷେପଣ କାର୍ଯ୍ୟକ୍ରମରେ ବହୁତ ଗୁରୁତ୍ବ ବହନ କରେ। ଚନ୍ଦ୍ରର ଅନ୍ଧାର ଥିବା କୋଣ ବିଷୟରେ ରିସର୍ଚ୍ଚ କରିବ।  ଏହାଛଡା ଲାର୍ସନ ଆଣ୍ଡ ଟୁବ୍ରୋ ଅନ୍ୟ ଇସ୍ରୋ ମହାକାଶ କାର୍ଯ୍ୟକ୍ରମ ପାଇଁ ମଧ୍ୟ ଉପକରଣ ତିଆରି କରୁଛି। ଦେଶରେ ଘରୋଇକରଣ ପାଇଁ ଅନୁକୂଳ ସ୍ଥିତିର ଲାଗ ଉଟାଇ ଏହି ଯୋଜନା ଏରୋସ୍ପେସ୍‌ କ୍ଷେତ୍ରରେ ନିଜର କାରବାର ବିସ୍ତାର କରିବାକୁ ଯାଉଛି।

ଭାରତରେ ଘରୋଇ ବ୍ୟବସାୟକୁ ପ୍ରୋତ୍ସାହନ ଦେବା ପାଇଁ ବିଦେଶୀ ନିବେଶରେ କଟକଣାକୁ ଛାଡ କରି ଦିଆଯାଇଛି। ଏ ବିଷୟରେ ଲାର୍ସନ ଆଣ୍ଡ ଟୁବ୍ରୋର ବରିଷ୍ଠ ଉପାଧ୍ୟକ୍ଷ ଅରୁଣ ରାମଚନ୍ଦାନୀ ରଏଟର୍ସୁ କହିଛନ୍ତି, ଆମ ପାଖରେ ହାଇ ଟେକ୍ନୋଲୋଜି ବିନିର୍ମାଣ, ଗୁରୁତ୍ବପୂର୍ଣ୍ଣ ପ୍ରଣାଳୀ ଓ ଉତ୍ପାଦନ ବଢାଇବାରେ ବହୁ ଦଶକର ଅନୁଭବ ରହିଛି। ଏହି ବିଶେଷଜ୍ଞତା ଏରୋସ୍ପେସ୍‌ରେ ମଧ୍ୟ ଲାଗୁ ହୁଏ।