ପ୍ରମୂଖ ଖବର
  • କାମାକ୍ଷାନଗର : ବାଇକ ଉପରେ ମାଡିଗଲା ବସ , ୩ ମୃତ
  • ||
  • ୭୮ ବାଂଲାଦେଶୀଙ୍କୁ ଧରିଲା କୋଷ୍ଟଗାର୍ଡ, ୨ଟି ବୋଟ୍ ଜବତ
  • ||
  • ମାଲକାନଗିରି- ଆନ୍ଧ୍ର ସୀମାନ୍ତରେ ଲାଲ୍‌ବାହିନୀଙ୍କ ଲଙ୍କାକାଣ୍ଡ, ଯାତ୍ରୀବାହୀ କାର୍‌କୁ ଜାଳିଦେଲେ
  • ||
  • ବଲାଙ୍ଗୀର: ରେଳଧାରଣାରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇଥିବା ସନ୍ଦେହ
  • ||
  • ବାଙ୍ଗିରିପୋଷି: ମର୍ଣିଂ ୱାକ କରୁଥିବା ବେଳେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଶିକ୍ଷୟତ୍ରୀ ମୃତ
  • ||
  • କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଏମ୍ କ୍ରିଷ୍ଣାଙ୍କ ଦେହାନ୍ତ, ବିଳମ୍ବିତ ରାତିରେ ୯୨ ବର୍ଷରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ, ରତ୍ନଭଣ୍ଡାର ମରାମତି, ଗଣତିମଣତି ଏବଂ ପହିଲି ଭୋଗ ନୀତି ନିର୍ଘଣ୍ଟ ହେବ
  • ||
  • କୁର୍ଲାରେ ଭୟଙ୍କର ସଡକ ଦୁର୍ଘଟଣା, ବ୍ରେକ ଫେଲ ହୋଇ ୩୦ ଗାଡି ଉପରେ ମାଡିଗଲା ବସ୍ ୪ ମୃତ, ୨୬ ଆହତ
  • ||
  • କାଲୁଆ କଲା କୋହଲା ପାଗ; ରାଜଧାନୀ ସମେତ ଅଧିକାଂଶ ସ୍ଥାନରେ ବର୍ଷା, ଆସନ୍ତା ୫ ଦିନ କୋହଲା ରହିବ ପାଗ
  • ||

ଚାପ କମାଏ ମହିଳାଙ୍କ ପ୍ରଜନନ କ୍ଷମତା

Published By : Prameya | November 8, 2024 1:48 PM

ଭୁବନେଶ୍ଵର, ୦୮/୧୧ : ବ୍ୟକ୍ତିର ସବୁଠାରୁ ବଡ଼ କ୍ଷତିକାରକ ଶତ୍ରୁ ହେଉଛି ଚାପ । କୌଣସି ଜିନିଷ ଉପରେ ଅତ୍ୟଧିକ ଚାପ ଦେବା ଦ୍ୱାରା ହିଁ ଚିନ୍ତା ସୃଷ୍ଟି ହୋଇଥାଏ । ଏହା ହୃଦୟକୁ ଆଘାତ କରିବା ସହ ରକ୍ତଚାପକୁ ମଧ୍ୟ ବଢାଇଥାଏ । ଏହି ସମୟରେ ପାପୁଲିରୁ ଝାଳ ବାହାରିବା, ଚର୍ମ ଥଣ୍ଡା ପଡିବା, ଆର୍ଦ୍ର ଅନୁଭବ କରିବା ସହ ନିଶ୍ୱାସ ନେବାରେ ତୀବ୍ରତା ଦେଖା ଦେଇଥାଏ । ଦୀର୍ଘଦିନ ଧରି ରହିଆସୁଥିବା ଚାପ ବା ସବୁବେଳେ ଚାପରେ ରହିବା ଦ୍ୱାରା ଉଦାସୀନତା ବା ଶୋଇବାରେ ବ୍ୟାଘାତ ହୋଇପାରେ । ଫଳରେ ସାଧାରଣ ସଂକ୍ରମଣକୁ ମୁକାବଲା କରିବା କଷ୍ଟସାଧ୍ୟ । ସେଥିରେ ପୁଣି ଯଦି ଶରୀରରେ ବିଭିନ୍ନ କାରଣ ଯୋଗୁ ହର୍‌ମୋନ୍‌ କ୍ଷରଣ କମ୍‌ ରହିଥାଏ । ତେବେ ସମସ୍ୟା ଅଧିକ ଦେଖା ଦେବା ସ୍ୱାଭାବିକ୍‌ । 

ଚାପ କ'ଣ ଗର୍ଭଧାରଣରେ ଅକ୍ଷମତା ପାଇଁ ଦାୟୀ କି? 

ଯୁକ୍ତରାଷ୍ଟ୍ର ଆମେରିକାରେ କରାଯାଇଥିବା ଏକ ସର୍ଭେ ଅନୁସାରେ ଅତ୍ୟଧିକ ଚାପ ମହିଳାଙ୍କ ବନ୍ଧ୍ୟାକରଣର କାରଣ ହୋଇପାରେ । ଗବେଷକମାନେ ଜାଣିପାରିଛନ୍ତି ଯେ ଉଚ୍ଚସ୍ତରର ଚାପ ଥିବା ମହିଳାମାନଙ୍କ କ୍ଷେତ୍ରରେ ପ୍ରତି ମାସରେ ଗର୍ଭବତୀ ହେବାର ସମ୍ଭାବନା ୨୯ ପ୍ରତିଶତ କମ୍‌ ହୋଇଥାଏ । ବେଳେ ବେଳେ ନାରୀଙ୍କ ଉପରେ ଥିବା ଅତ୍ୟଧିକ ଚାପ ହର୍‌ମୋନ୍‌ ସ୍ତରକୁ ବଦଳାଇ ଦେଇଥାଏ । ଫଳରେ ଅଣ୍ଡା ଠିକ୍‌ ଭାବେ ଆସିପାରି ନଥାଏ । ବନ୍ଧ୍ୟାଦୋଷ ଚାପ ସୃଷ୍ଟି କରେ କି? ଏ ବିଷୟରେ ଆଇଭିଏଫ୍‌ ବିଶେଷଜ୍ଞଙ୍କ କହିବା କଥା ବନ୍ଧ୍ୟାଦୋଷ ବିକିତ୍ସା କରୁଥିବା ଅନେକ ମହିଳା କର୍କଟ କିମ୍ବା ହୃଦ୍‌ଘାତରେ ପୀଡିତ ରୋଗୀଙ୍କ ପରି ଚାପରେ ରହିଥାନ୍ତି । ଯେତେବେଳେ ଦମ୍ପତ୍ତିଙ୍କୁ ବନ୍ଧ୍ୟା ବୋଲି କୁହାଯାଏ । ସେତେବେଳେ ସେମାନେ ନିଜକୁ ଅସହାୟ ମନେ କରିଥାନ୍ତି । ଏପରିକି ନିଜ ଉପରୁ ନ ି ୟ ନ୍ତ୍ର ଣ ହରାଇ ବସନ୍ତି, ଯାହା ଆଦୌ ଠିକ୍‌ ନୁହେଁ । ଏହି ସମସ୍ୟାରୁ ବାହାରକୁ ଆସିବା ପାଇଁ ଭାବପ୍ରବଣ ହେବା ପରିବର୍ତ୍ତେ ଶାରିରୀକ ଓ ମାନସିକ ଭାବେ ପ୍ରସ୍ତୁତ ହେବା ହିଁ ଶ୍ରେଷ୍ଠ ଉପାୟ । ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ବୈବାହିକ ବିଶୃଙ୍ଖଳା, ଚାକିରି, ବ୍ୟବସାୟିକ ଚାପ, ବ୍ୟକ୍ତିଗତ ଆଘାତ ଓ ବିଳମ୍ବିତ ବିବାହ ବନ୍ଧ୍ୟାତା ସୃଷ୍ଟିର କାରଣ ହୋଇପାରେ । ବିଶେଷକରି ଚାକିରି କରୁଥିବା ମହିଳାମାନେ ଚାପକୁ କମାଇବା ପାଇଁ ନିମ୍ନ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରି ।

-ଶୋଇବା ଖୁବ୍‌ ଜରୁରି । ତେଣୁ କର୍ମଜୀବୀ ମହିଳାମାନେ ଦିନକୁ ଅତି କମ୍‌ରେ ୬/୭ ଘଣ୍ଟା ନିଶ୍ଚୟ ଶୋଇବା ଆବଶ୍ୟକ ।

-ଶୋଇବା ପୂର୍ବରୁ ଜୀବନସାଥୀ ସହ ଥିବା ବେଳେ ଇମେଲ୍‌ କିମ୍ବା ବ୍ୟାବସାୟିକ କଲ୍‌ଠାରୁ ନିଜକୁ ଦୂରେଇ ରଖନ୍ତୁ । ଏସବୁଠାରୁ ଦୂରେଇ ନ ରହିଲେ ଜୀବନସାଥୀ ସହ ଶାନ୍ତି ସମୟ ବିତାଇ ପାରିବେ ନାହିଁ । 

-ବୈବାହିକ ଜୀବନରେ ଯୌନ ସମ୍ପର୍କ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ଜୀବନସାଥୀ ସହ ସୁସ୍ଥ ଜୀବନଯାପନ ଦ୍ୱାରା ହିଁ ସମ୍ପର୍କରେ ନିବିଡତା ଆସିଥାଏ ।

-ଧୂମପାନ ଓ ମଦ୍ୟପାନଠାରୁ ଦୂରେଇ ରହନ୍ତୁ । ଏହା ଗର୍ଭଧାରଣାର ସମସ୍ୟା ଆଣିପାରେ । 

-ଲାପଟପ୍‌, କମ୍ପ୍ୟୁଟର ଓ ମୋବାଇଲ୍‌ର ବ୍ୟବହାର କମାନ୍ତୁ । ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍‌ର ବ୍ୟବହାର ସୀମିତ କରନ୍ତୁ । ବିଶେଷକରି ରାତିରେ ସେଥିରୁ ନିର୍ଗତ ବିକିରଣ ଆପଣଙ୍କ ପ୍ରଜନନ କ୍ଷମତା ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.