ଭୁବନେଶ୍ୱର,୧୬/୧୨: ଗାନ୍ଧୀ ମାର୍ଗରେ ଏକାଠି ହୋଇ ଆନ୍ଦଳନକୁ ଓହ୍ଲାଇଛନ୍ତି ସାରା ରାଜ୍ୟର ଅଙ୍ଗନବାଡି କର୍ମୀ । ବିଭିନ୍ନ ଦଫା ଦାବି ନେଇ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ମାସିକ ଦରମା ୧୦ ହଜାର ଟଙ୍କାରୁ ବୃଦ୍ଧି କରି ୧୮ ହଜାର ଟଙ୍କା ମିଳିବା, ପିଲାଙ୍କୁ ମିଳୁଥିବା ଖାଦ୍ୟର ଟଙ୍କା ବଢାଇବା, ପେନସନ ଲାଗୁ କରିବା ସହ ଅବସର ସମୟରେ ଆର୍ଥିକ ସହାୟତା ମିଳିବା ଭଳି ଦାବି ନେଇ ଗାନ୍ଧୀ ମାର୍ଗରେ ଏକତ୍ରିତ ହୋଇ ଆନ୍ଦୋଳନ କରୁଛନ୍ତି ସାରା ରାଜ୍ୟର ଅଙ୍ଗନବାଡି କର୍ମୀ ।