ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ପାଣି ପାଇଁ ରାସ୍ତାରୋକ, ସମସ୍ୟାର ସମାଧାନ ନହେଲେ ରାସ୍ତାରୁ ନହଟିବାକୁ ଚେତାବନୀ

Published By : Harapriya Sethi | March 21, 2025 1:54 PM

ଭୁବନେଶ୍ୱର, ୨୧/୦୩: ପାଇପ୍‌ରେ ଆସୁନାହିଁ ପାଣି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗାଁଲୋକେ । ଏହାକୁ ପ୍ରତିବାଦ କରି ନାରଙ୍ଗପୁର ଗାଁର ମହିଳାମାନେ ରାସ୍ତାରୋକ କରିଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ୍ ନାରଙ୍ଗପୁର ଗାଁର ମହିଳାମାନେ ଆଜି ନାରଙ୍ଗପୁର ଛକ ଠାରେ ରାସ୍ତା ରୋକ କରିଛନ୍ତି । 

ସୂଚନା ମୁତାବକ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫରୁ ପାଇପ୍ ଯୋଗେ ଗାଁକୁ ଯୋଗାଯାଇଛି ପିଇବା ପାଣି । ହେଲେ ଦୀର୍ଘ ୮ ଦିନ ହେବ ନିୟମିତ ଭାବେ ଦିନକୁ ୨ଥର ପାଇପ୍‌ରେ ପାଣି ଆସୁନାହିଁ । ଫଳରେ ଲୋକେ ପିଇବା ପାଣି ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଶେଷରେ ବାଧ୍ୟ ହୋଇ ଶୁକ୍ରବାର ନାରଙ୍ଗପୁର ଛକଠାରେ ରାସ୍ତାରୋକ କରିଛନ୍ତି ଗାଁର ମହିଳାମାନେ । ରାସ୍ତାରୋକ ଯୋଗୁଁ ସେହି ରାସ୍ତା ଦେଇ ଯାତାୟାତରେ ସମସ୍ୟା ଦେଖା ଦେଇଛି । ଯେ ପର୍ଯ୍ୟନ୍ତ ପାଣି ସମସ୍ୟାର ସମାଧାନ ନହୋଇଛି, ସେ ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ମହିଳା । ତେବେ ଦୀର୍ଘ ସମୟ ଧରି ରାସ୍ତାରୋକ ହୋଇଥିଲେ ମଧ୍ୟ ବିଭାଗ କିମ୍ବା ପ୍ରଶାସନ ତରଫରୁ କାହାରି ଦେଖା ଦର୍ଶନ ମିଳିନଥିବା ଅଭିଯୋଗ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.