କେସିଙ୍ଗା,୨୨/୦୯: ପଞ୍ଚାୟତ ସ୍ତରରେ କାମ କରୁଥିବା କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ମାନଙ୍କ ସ୍ଥାୟୀ ଦରମା ଦାବିରେ ଗଣଧାରଣାକୁ ଓହ୍ଲାଇଛନ୍ତି ଏମବିକେ, ସିଆରପି ଏବଂ ବ୍ୟାଙ୍କ୍ ମିତ୍ର । କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ୨୬ଟି ପଞ୍ଚାୟତରେ କାର୍ଯ୍ୟରତ କମ୍ୟୁନିଟି ସପୋର୍ଟ ଷ୍ଟାଫ୍  ସୋମବାର କେସିଙ୍ଗା ବିଡିଓଙ୍କୁ ଏକ ଦାବି ପତ୍ର ପ୍ରଦାନ କରି ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି । ବ୍ଲକ୍ ସ୍ତରୀୟ ଜିପିଏଲ୍ଏଫ୍ କର୍ମୀ ସଂଘର ସଭାପତି ଗୀତାଞ୍ଜଳି କୁମାର ଓ ସମ୍ପାଦକ ଭାଗ୍ୟବତୀ ସାହୁଙ୍କ ନେତୃତ୍ୱରେ ବ୍ଲକର ସମସ୍ତ ଏମବିକେ, ସିଆରପି ଓ ବ୍ୟାଙ୍କ ମିତ୍ର ଏକତ୍ରିତ ହୋଇ ଆଜି ଗଣଧାରଣା ଦେଇଛନ୍ତି ।