ନୂଆଦିଲ୍ଲୀ : ମଙ୍ଗଳବାର ସନ୍ଧ୍ୟାରେ ଜାପାନର ଉତ୍ତର-ମଧ୍ୟ ନୋଟୋ ଅଞ୍ଚଳରେ ଏକ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି, ଚଳିତ ବର୍ଷ ଆରମ୍ଭର କିଛି ମାସ ପରେ ଆସିଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ଏହି ଅଞ୍ଚଳର ଧ୍ୱଂସବିଧ୍ୱଂସ ହୋଇ ଯାଇଥିଲା। ଜାପାନ ପାଣିପାଗ ବିଜ୍ଞାନ ଏଜେନ୍ସି କହିଛି ଯେ, ୬.୪ ତୀବ୍ରତାର ଭୂକମ୍ପ ନୋଟୋ ଉପଦ୍ୱୀପର ପଶ୍ଚିମ ତଟରେ ୧୦ କିଲୋମିଟର (୬.୨ ମାଇଲ) ର ଗଭୀରତାରେ ଆସିଛି।   

ଆମେରିକୀୟ ଭୂତତ୍ତ୍ୱ ସର୍ବେକ୍ଷଣ (ୟୁଏସଜିଏସ)ର ଅନୁସାରେ, ଭୂକମ୍ପର ତୀବ୍ରତା ୬.୧ ଥିଲା। ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି କି ସୁନାମୀର କୌଣସି ବିପଦ ନାହିଁ। ଖବର ଲେଖା ହେବା ବେଳକୁ କୌଣସି ମୃତାହତ କି କ୍ଷୟକ୍ଷତିର ସୂଚନା ଆସିନାହିଁ।

ନୋଟୋ ଅଞ୍ଚଳରେ ଏବେ ବି ୧ ଜାନୁୟାରୀ ୨୦୨୪ରେ ଆସିଥିବା ବିନାଶକାରୀ ଭୂକମ୍ପରୁ ପୁନରୁଦ୍ଧାର ହେବାରେ ଲାଗିଛି। ଯେଉଁଥିରେ ୩୭୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା ଏବଂ ସଡ଼କ  ଓ ଇନଫ୍ରାଷ୍ଟ୍ରକଚରର ପ୍ରବଳ କ୍ଷତି କରିଥିଲା।