ନୂଆଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟାରେ ପାକିସ୍ତାନର କେତେକ ଅଞ୍ଚଳରେ ପ୍ରବଳ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ପେଶାୱାର ଏବଂ ଇସଲାମାବାଦ ଭଳି ସହର ମଧ୍ୟ ଏହି ଭୂମିକମ୍ପରେ ଦୋହଲି ଉଠିଥିଲେ। ଏହି ଭୂମିକମ୍ପ ଯୋଗୁଁ ସନ୍ଧ୍ୟାରେ ଲୋକ ମାନେ ଘରୁ ବାହାରି ଆସିଥିଲେ। ତଥାପି, କୌଣସି ମୃତାହତ କିମ୍ବା କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ଭୂମିକମ୍ପର ତୀବ୍ରତା ୫.୯ ରେକର୍ଡ କରାଯାଇଛି। ଏହା ବ୍ୟତୀତ, ପାକିସ୍ତାନ ପାଣିପାଗ ବିଭାଗ କହିଛି ଯେ ଭୂକମ୍ପର କେନ୍ଦ୍ର ଆଫଗାନିସ୍ତାନରେ ଥିଲା।

ପ୍ରକୃତରେ, ପାକିସ୍ତାନର ଖାଇବର ପଖତୁନଖଓ୍ବା ଏବଂ ପଞ୍ଜାବ ପ୍ରଦେଶର କିଛି ସ୍ଥାନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଶୁକ୍ରବାର ଅନୁଭବ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ୫.୯ ଥିଲା। ରିପୋର୍ଟ ଅନୁଯାୟୀ, ପେଶାୱାର ଏବଂ ଇସଲାମାବାଦ ସମେତ ଅନେକ ସହରରେ କୋଠାଘର ଥରି ଉଠିଥିଲା । ତଥାପି, ଏହି ଭୂମିକମ୍ପ ଯୋଗୁଁ କୌଣସି ମୃତାହତ କିମ୍ବା କ୍ଷୟକ୍ଷତି ସମ୍ପର୍କରେ ତୁରନ୍ତ ସୂଚନା ନାହିଁ। ଏହି ଭୂମିକମ୍ପ ସମ୍ପର୍କରେ, ପାକିସ୍ତାନ ପାଣିପାଗ ବିଭାଗ କହିଛି ଯେ ସନ୍ଧ୍ୟା ୬.୦୯ (ସ୍ଥାନୀୟ ସମୟ) ରେ ଘଟିଥିବା ଭୂମିକମ୍ପର କେନ୍ଦ୍ର ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ୧୦୧ କିଲୋମିଟର ଗଭୀରତାରେ ଥିଲା।