ପ୍ରମୂଖ ଖବର
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

କୋଏଲରେ ବୁଡ଼ିଯାଇ ଛାତ୍ରଙ୍କ ନିଖୋଜ ଘଟଣା, ବ୍ରାହ୍ମଣୀ ତରକେରା ଡ୍ୟାମରୁ ମିଳିଲା ମୃତଦେହ

Published By : Prameya | November 5, 2024 12:20 PM

ରାଉରକେଲା,୦୫/୧୧: କୋଏଲ ନଦୀରେ ବୁଡ଼ି ନିଖୋଜ ନାବାଳକ ପ୍ରତୀକ ବଡ଼ାଇକ ମୃତଦେହ ଉଦ୍ଧାର। ବ୍ରାହ୍ମଣୀ ତରକେରା ଡ୍ୟାମରୁ ମିଳିଲା ମୃତଦେହ। ନଦୀରେ ଭାସୁଥିବାର ଦେଖି ମାଛ ଧରାଳି ଉଦ୍ଧାର କରିଥିଲେ। ସ୍ଥାନୀୟ ପୋଲିସ ମୃତଦେହ ଜବତ କରିଥିବା ଜଣାପଡିଛି।

ସୂଚନା ଯୋଗ୍ୟ ଯେ, ସେକ୍ଟର-୨୦ ପମ୍ପ୍‌ ହାଉସ୍‌ ବସ୍ତିରେ  ରହୁଥିବା ରାଜେଶ ବଡାଇକଙ୍କ ୧୧ ବର୍ଷର ପୁଅ ପ୍ରତୀକ  ୩ ସାଙ୍ଗଙ୍କ ସହ ଫୁଟ୍‌ବଲ ମ୍ୟାଚ୍‌ ଦେଖିବାକୁ ଯାଉଛନ୍ତି ବୋଲି କହି ଘରୁ ବାହାରିଥିଲେ । ମାତ୍ର ସେମାନେ କୋଏଲ ନଦୀକୁ ଆସି ସେଠାରେ ଗାଧୋଉଥିବା ବେଳେ ସମସ୍ତେ  ବୁଡ଼ି ଯାଇଥିଲେ । ୩ ଜଣ ଛାତ୍ରଙ୍କୁ ସ୍ଥାନୀୟ ଯୁବକମାନେ  ଉଦ୍ଧାର କରିଥିଲେ ହେଁ ପ୍ରତୀକ ନିଖୋଜ ହୋଇ ଯାଇଥିଲେ । ଅଗ୍ନିଶମ ଓ ଓଡ୍ରାଫ୍‌ ଟିମ୍‌ ନଦୀରେ ବହୁ ଖୋଜାଖୋଜି  କରିଥିଲେ ହେଁ କୌଣସି ସନ୍ଧାନ ମିଳିନଥିଲା । ଆଜି ବ୍ରାହ୍ମଣୀ ତରକେରା ଡ୍ୟାମରେ ମୃତଦେହ ଭାସୁଥିବା ବେଳେ ନାବାଳକଙ୍କ ଶବକୁ ମତ୍ସ୍ୟଜୀବୀ ଉଦ୍ଧାର କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.