ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଶେଷ ଦିନର ପରୀକ୍ଷା ହେଲା ଶେଷ ଯାତ୍ରା : ମାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଥିବା ବେଳେ ଦୁର୍ଘଟଣାରେ ଛାତ୍ରଙ୍କ ମୃତ୍ୟୁ

Published By : Prameya | March 6, 2025 10:07 PM

ମାଲକାନଗିରି :  ମାଲକାନଗିରି ଜିଲ୍ଲାରୁ ଏକ ଦୁଃଖଦ ଖବର ସାମନାକୁ ଆସିଛି। ଶେଷ ଦିନର ମାଟ୍ରିକ ପରୀକ୍ଷା ଛାତ୍ରଙ୍କ ପାଇଁ  ହୋଇଛି ଶେଷ ଯାତ୍ରା। ବାଇକ୍‌ରେ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଯାଉ ଥିବା ବେଳେ ଦୁର୍ଘଟଣାରେ ଜଣେ ଛାତ୍ରଙ୍କର ଜୀବନ ଚାଲି ଯାଇଛି। ସୂଚନା ଆଧାରରେ , ଆଜି ଦଶମ ଶ୍ରେଣୀ ପରୀକ୍ଷାର ଶେଷ ଦିନ ଥିଲା। ମାଲକାନଗିରି ଥାନା ସ୍ଥିତ ପଦ୍ମଗିରି ହାଇସ୍କୁଲରୁ ସେରପାଲି ପରୀକ୍ଷା କେନ୍ଦ୍ରକୁ ଦୁଇ ଜଣ ଛାତ୍ର ବାଇକ୍‌ ଯୋଗେ ଯାଉଥିଲେ। ଏହି ସମୟରେ ପଦ୍ମଗିରି ସେର ପାଲି ରାସ୍ତା ଚନ୍ଦନ ଗୁଡ଼ା ନିକଟରେ ଏକ ପିକ୍-ଅପ୍ ଭ୍ୟାନ୍ ବାଇକକୁ ଧକ୍କା ଦେଇ ଥିଲା। 

ଏଥିରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବେ ବେଳେ ଅନ୍ୟ ଜଣେ ଛାତ୍ର ଆହତ ହୋଇ ଥିଲେ। ମୃତକ ଛାତ୍ର ହେଲେ ପଦ୍ମଗିରି ପଞ୍ଚାୟତ ଏମଭି ୧୦୧ ଗ୍ରାମର ବିଶ୍ୱଜିତ ସରଦାରଙ୍କ ପୁଅ ବିକ୍ରମ ସର୍ଦ୍ଦାର (୧୭),  ଆହତ ଛାତ୍ର ହେଲେ ଶିବ ସରଦାରଙ୍କ ପୁଅ ଅବିନାଶ ସର୍ଦ୍ଦାର। ଏ ଦୁଇ ଜଣ ସମ୍ପର୍କରେ ଦୁଇ ଭାଇ ହେବେ। ଏମାନେ ପଦ୍ମଗିରି ହାଇସ୍କୁଲର ଛାତ୍ର ବୋଲି ଜଣାପଡିଛି। 

ଉଭୟ ଛାତ୍ର ମାଟ୍ରିକ ପରୀକ୍ଷା ଦେବାକୁ ଏକ ବାଇକ୍‌ ଯୋଗେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସେମାନେ ସେରପାଲି ପରୀକ୍ଷା କେନ୍ଦ୍ର ଅଭିମୁଖେ ଯାଉଥିବା ସମୟରେ ସେମାନଙ୍କ ବାଇକ୍‌କୁ ପିକ୍-ଅପ୍ ଭ୍ୟାନ୍ ଧକ୍କା ଦେଇ ଥିଲା। ବିକ୍ରମଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା, ଅନ୍ୟ ଜଣେ ଛାତ୍ର ଅବିନାଶ ସର୍ଦ୍ଦାର ଆହତ ହୋଇ ଥିଲେ। ଆହତ ଛାତ୍ରଙ୍କୁ ପାଣ୍ଡ୍ରି ପାଣି ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଯିବା ପରେ , ସେ ପରୀକ୍ଷା ଦେବାକୁ ଯାଇ ଥିବାର ଜଣା ପଡିଛି। 

ଏ ସମ୍ପର୍କରେ ମାଲକାନଗିରି ଥାନାକୁ ଜଣାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଁଚି ମୃତ ଶରୀରକୁ ଜବତ କରି ଶବ ବ୍ୟବଚ୍ଛେଦ ପଠାଇ ଥିଲା । ଏହାପରେ ପରିବାରଙ୍କୁ ମୃତ ଶରୀର ହସ୍ତାନ୍ତର କରି ତଦନ୍ତ ଆରମ୍ଭ କରିଛି ପୁଲିସ । ବାଇକ ଓ ପିକଅପ ଭ୍ୟାନ ଜବତ ହୋଇଛି। ଉକ୍ତ ଘଟଣା ସମଗ୍ର ପଦ୍ମଗିରି ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.