ବୈପାରୀଗୁଡ଼ା, ୧୫/୦୯: ମୋବାଇଲ ପାଇଁ ଦୁଇ ଭଉଣୀଙ୍କ ମଧ୍ୟରେ ହେଲା ବଚସା । ସାମାନ୍ୟ ବଚସାରୁ ବେକରେ ଓଢଣୀ ଦେଇ ଆତ୍ମହତ୍ୟା କଲେ ବଡ଼ ଭଉଣୀ । କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ କେନ୍ଦୁଗୁଡା ପଞ୍ଚାୟତର ମୁର୍ଜା ଦିଶାରୀଗୁଡା ଠାରେ ଏଭଳି ଅଭବନୀୟ ଘଟଣା ଘିଟିଛି ।

ସୂଚନା ମୁତାବକ, ୧୭ ବର୍ଷୀୟ ଝିଅ ମାଥିଲି କଲେଜରେ +୨ ସାଇନ୍ସ ପଢ଼େ l ପ୍ରତିଦିନ ଭଳି ବୁଧବାର କଲେଜରୁ ଫେରିବା ପରେ ନିଜ ରୁମ୍‌ରେ ଥିଲେ । ହେଲେ ତାଙ୍କ ସାନ ଭଉଣଙ୍କ ସହ ମୋବାଇଲ ପାଇଁ ସାମାନ୍ୟ ବଚସା ହୋଇଥିଲା l ଝଗଡ଼ା ପରେ ସାନ ଭଉଣୀ ତାଙ୍କ ରୁମ୍‌ରୁ ବାହାରକୁ ଆସିବା ପରେ ବଡ଼ ଭଉଣୀ ବେକରେ ଓଢଣୀ ଦେଇ ଆତ୍ମହତ୍ୟା କରିଛି l ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି l ଗୁରୁବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି l