ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଛାତ୍ର ସଂସଦ ନିର୍ବାଚନ ପାଇଁ ସଜ ହେଉଛନ୍ତି ଛାତ୍ରନେତା, ହେଲ୍ପଡେସ୍କ କରି ନବାଗତଙ୍କ ସହ ଯୋଡ଼ି ହେବାକୁ ଯୋଜନା

Published By : Prameya | June 9, 2025 1:04 PM

ଭୁବନେଶ୍ୱର, ୦୯/୦୬: ଚଳିତ  ଶିକ୍ଷାବର୍ଷରେ ଛାତ୍ର ସଂସଦ ନିର୍ବାଚନ ହେବ । ଏପରି ସଂକେତ ମିଳିବା ପରେ ନିଜର  ସାଂଗଠନିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଛାତ୍ର  ନେତା । କ୍ୟାମ୍ପସରେ ପତିଆରା ଜାହିର କରିବା ଲାଗି ପ୍ରସ୍ତୁତି କରୁଛନ୍ତି । କାହାର ଜନ୍ମଦିନ ପାଳନ  କରି କେକ୍‌ କାଟୁଛନ୍ତି ତ ଆଉ କିଏ ବିଭିନ୍ନ ଉତ୍ସବ ନାଁରେ ଭୋଜିଭାତ କରି ପିଲାଙ୍କୁ ଏକାଠି କରୁଛନ୍ତି ।  ଆଗକୁ ନାମଲେଖା ଆରମ୍ଭ ହେବାକୁ ଥିବା ବେଳେ ନବାଗତଙ୍କ ସହ ହେଲ୍ପଡେସ୍କ ମାଧ୍ୟମରେ ଯୋଡ଼ି ହେବାକୁ ଏବେଠୁ ପ୍ରସ୍ତୁତି ଚାଲିଛି । 

ରାଜ୍ୟରେ ବିଜେପି ସରକାର ଆସିବା ପରେ କ୍ୟାମ୍ପସକୁ ଛାତ୍ର ସଂସଦ ନିର୍ବାଚନ ଫେରିବା ନେଇ ଆଶା ସଞ୍ଚରି ଥିଲା । ହେଲେ ଗତବର୍ଷ ସମୟ ଅଭାବ, ଭିତ୍ତିଭୂମି ପ୍ରସ୍ତୁତି ହୋଇନଥିବାରୁ  ସରକାର ନିର୍ବାଚନ କଲେ ନାହିଁ । ଏବର୍ଷ ଛାତ୍ର  ସଂସଦ ନିର୍ବାଚନ ନେଇ ସରକାର ଚିନ୍ତା କରୁଛନ୍ତି ।  ପ୍ରସ୍ତୁତି ମଧ୍ୟ ଆରମ୍ଭ କରାଯାଇଛି । ଦଶହରା  ପୂର୍ବରୁ ନିର୍ବାଚନ କରିବାକୁ ଯୋଜନା ରହିଛି ।   

ଗତ ମେ ୨୧ ତାରିଖରେ ଉଚ୍ଚଶିକ୍ଷା ମନ୍ତ୍ରୀ  ସୂର୍ଯ୍ୟବଂଶୀ ସୂରଜ ଗଣମାଧ୍ୟମକୁ କହିଥିଲେ,  ଏବର୍ଷ ଛାତ୍ର ସଂସଦ କରିବା ପାଇଁ ସରକାର ଚିନ୍ତା କରୁଛନ୍ତି । ସେଥିଲାଗି ଉଚ୍ଚଶିକ୍ଷା ବିଭାଗ ଆଗୁଆ  ପ୍ରକ୍ରିୟା ଆରମ୍ଭ କରିଛି । ଯୁକ୍ତ ତିନି ନାମଲେଖା,  ପିଜି ନାମଲେଖା, ବିଏଡ୍‌ ନାମଲେଖା ପ୍ରକ୍ରିୟା  ଆଗୁଆ ଆରମ୍ଭ ହୋଇଛି । ଠିକ୍‌ ସମୟରେ  ନାମଲେଖା ଶେଷ କରାଯିବ । ଆସନ୍ତା ଜୁଲାଇ  ୧୫ରୁ ପାଠପଢ଼ା ଆରମ୍ଭ କରିବାକୁ ଲକ୍ଷ୍ୟ  ରଖାଯାଇଛି । ପାଠ୍ୟକ୍ରମରେ ଯେପରି କିଛି  ଅସୁବିଧା ନହେବ ସେଥିଲାଗି ଆଗୁଆ ନାମଲେଖା  ପ୍ରକ୍ରିୟା ଆରମ୍ଭ ହୋଇଛି । ଯଦି ପାଠପଢ଼ା  ବ୍ୟବସ୍ଥିତ ହୁଏ ତେବେ ଦଶହରା ପୂର୍ବରୁ ଛାତ୍ର  ସଂସଦ ନିର୍ବାଚନ କରାଯିବ । ଛାତ୍ର ସଂସଦ  ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ କହିଛନ୍ତି । ଏହାକୁ ଆମ ବିଭାଗ ଆଗ୍ରହର  ସହ ଗ୍ରହଣ କରି ନିର୍ବାଚନ କିପରି ହୋଇପାରିବ  ସେଥିଲାଗି ଆଗୁଆ ପ୍ରସ୍ତୁତି ଆରମ୍ଭ କରୁଛି ବୋଲି  ଶ୍ରୀ ସୂରଜ କହିଥିଲେ । 

ଅନ୍ୟପଟେ ତିନି ପ୍ରମୁଖ ଛାତ୍ର ସଂଗଠନ  କ୍ୟାମ୍ପସରେ ହେଲ୍ପଡେସ୍କ କରିବେ । ସମସ୍ତ  ବିଶ୍ୱବିଦ୍ୟାଳୟ, କଲେଜରେ ଛାତ୍ରନେତାମାନେ  ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବନ୍ଧୁମିଳନ, ସ୍ୱଚ୍ଛତା  ଅଭିଯାନ, ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ କରି  ପିଲାଙ୍କ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି ।  ପୂର୍ବରୁ କୌଣସି ସମସ୍ୟାକୁ ନେଇ ଏତେ  ମାତ୍ରାରେ ଆନ୍ଦୋଳନ ହେଉନଥିବା ବେଳେ ଏବେ  କିନ୍ତୁ ଛାତ୍ର ସଂଗଠନ ପୂରା ସକ୍ରିୟ ହୋଇଛନ୍ତି । 

ଉଲ୍ଲେଖଯୋଗ୍ୟ ଯେ ୨୦୧୭ରୁ ତତ୍କାଳୀନ  ସରକାର ବିଭିନ୍ନ ବାହାନା ଦେଖାଇ ଛାତ୍ରସଂସଦ  ନିର୍ବାଚନ ବନ୍ଦ କରିଥିଲେ । ବିଜେପି ସରକାରକୁ  ଆସିବା ପୂର୍ବରୁ ଛାତ୍ରସଂସଦ ନିର୍ବାଚନ ନେଇ  ପ୍ରତିଶ୍ରୁତି ଦେଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.