ବେଲବାହାଳୀ,୨୧/୧୧: ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ବିଦ୍ୟାଳୟ ସମ୍ମୁଖରେ ଧାରଣା। କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ପଥରପଦା ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଏହି ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ଉକ୍ତ ବିଦ୍ୟାଳୟରେ ୨ ମାସ ହେବ ଶିଶୁ ବାଟିକାରୁ ପଞ୍ଚମ ଶ୍ରେଣୀ ପଯ୍ୟନ୍ତ ୭୧ ଜଣ ଛାତ୍ରଛାତ୍ରୀଙ୍କୁ ଜଣେ ଶିକ୍ଷୟିତ୍ରୀ ରହି ପାଠ ପଢାଉଛନ୍ତି । ଏଥିସହ ସରକାରୀ କାଗଜପତ୍ର କାମ ମଧ୍ୟ କରୁଛନ୍ତି । ଯାହା ଫଳରେ ଛାତ୍ରଛାତ୍ରୀମାନଙ୍କ ପାଠ ପଢିବାରେ ବାଧାସୁଷ୍ଟି ହେଉଛି । ଏନେଇ ବିଦ୍ୟାଳୟ କମିଟି ବାରମ୍ବାର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇ ଥିଲେ ମଧ୍ୟ ଉଚ୍ଚ କତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନାହାନ୍ତି। ଦୀର୍ଘ ଦିନ ଧରି ଶିକ୍ଷକ ଅଭାବ ଥିବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇ ଯାଉଛି। ତେଣୁ ତୁରନ୍ତ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀ ।