ବାଲେଶ୍ୱର,୧୨/୦୯: ବାଲେଶ୍ୱର ମହିଳା କଲେଜ ପରିସରରେ ଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ତେଜୁଛି । କଲେଜ ପ୍ରିନ୍ସିପାଲଙ୍କ ବଦଳିକୁ ଛାତ୍ରୀମାନେ ବିରୋଧ କରିଛନ୍ତି । ପ୍ରିନ୍ସିପାଲଙ୍କୁ ବଦଳି ନକରିବାକୁ ଦାବି କରି ଧାରଣା ଦେଇଛନ୍ତି । ପ୍ରତିଶ୍ରୁତି ମିଳିବା ପରେ ଧାରଣାରୁ ଉଠିଛନ୍ତି ଛାତ୍ରୀ ।
୨ ମାସ ପରେ ପରୀକ୍ଷା ଥିବାବେଳେ, କଲେଜ ପ୍ରିନ୍ସିପଲ ତଥା ତର୍କଶାସ୍ତ୍ର ବିଭାଗର ଜଣେ ଅଧ୍ୟାପିକା ବଦଳି ହୋଇଛନ୍ତି । ପାଠ ପଢ଼ାରେ ସମସ୍ୟା ଦେଖାଦେବା ଆଶଙ୍କାରେ ଫାଟକ ସମ୍ମୁଖରେ ଛାତ୍ରୀମାନେ ଧାରଣା ଦେଇଥିଲେ । ଘଟଣା ସ୍ଥଳରେ ପ୍ରିସିପଲ୍ ପହଞ୍ଚି ବୁଝାସୁଝା କରିବା ପରେ ଧରଣରୁ ଉଠିଛନ୍ତି ଛାତ୍ରୀ । ସୂଚନା ମୁତାବକ, ବାଲେଶ୍ୱର ସହରସ୍ଥ ଗୋପାଳଗାଁ ନିକଟରେ ଥିବା ମହିଳା କଲେଜ ପ୍ରିନ୍ସିପାଲ ଜ୍ୟୋତ୍ସ୍ନା ରାଣୀ ଦାସଙ୍କ ମିତ୍ରପୁର କଲେଜକୁ ବଦଳି ହୋଇଛି। ମହିଳା କଲେଜରେ ସେ ଏକୁଟିଆ ତର୍କଶାସ୍ତ୍ରରେ ପାଠ ପଢାଉଥିଲେ । ଗତକାଲି ତାଙ୍କର ବଦଳି ନେଇ ଚିଠି ହୋଇଥିଲା। ଏ ସମ୍ପର୍କରେ ଆଜି ଛାତ୍ରୀମାନେ ସୂଚନା ପାଇବା ପରେ ଧାରଣାରେ ବସିଥିଲେ। ଅଧ୍ୟାପିକା ତଥା ପ୍ରିନ୍ସିପାଲ ଜ୍ୟୋତ୍ସା ରାଣୀ ଦାସ ପହଞ୍ଚି ବୁଝାସୁଝା କରଥିଲେ । ଏହା ପରେ ଧାରଣରୁ ଉଠିଛନ୍ତି ଛାତ୍ରୀ ।