ପ୍ରମୂଖ ଖବର
  • ବେଆଇନ୍ ବେଟିଂ ଆପ୍ ମାମଲା, ଅନେକ ସାଉଥ୍ ସେଲିବ୍ରିଟିଙ୍କୁ ସମନ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
  • ||
  • ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍. ଅଚ୍ୟୁତାନନ୍ଦନଙ୍କ ୧୦୧ ବର୍ଷରେ ପରଲୋକ
  • ||
  • ମୁମ୍ବାଇ ଏୟାରପୋର୍ଟରେ ଅଘଟଣ, ଅବତରଣ ବେଳେ ରନୱେରୁ ତଳକୁ ଖସିଗଲା ଏୟାର ଇଣ୍ଡିଆ ବିମାନ
  • ||
  • ଦୁଷ୍କର୍ମ ଅଭିଯୋଗରେ ଉଦିତ ପ୍ରଧାନ ଗିରଫ ଘଟଣା। ପୀଡ଼ିତାଙ୍କ ବୟାନ ରେକର୍ଡ
  • ||
  • ଢ଼ାକାରେ ଖସି ପଡ଼ିଲା ଏଫ୍‌-୭ ଟ୍ରେନିଂ ବିମାନ, ଦୁର୍ଘଟଣାରେ ଜଣେ ମୃତ, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କଟକ : ପରିବାରର ୩ ଜଣଙ୍କୁ ହତ୍ୟା ମାମଲା; ପ୍ରମାଣ ଅଭାବରୁ ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଆସାମୀ ନିର୍ଦ୍ଦୋଷରେ ଖଲାସ
  • ||
  • ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା,ଭାରପ୍ରାପ୍ତ ଅଧ୍ୟାପକ ଓ କିଛି କର୍ମଚାରୀଙ୍କୁ ପଚରାଉଚରା
  • ||
  • ଆରଏସପିରେ ଅଘଟଣ, ଶାବଳ ବାଜି ଠିକା ଶ୍ରମିକଙ୍କ ମୃତ୍ୟୁ
  • ||
  • ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ, ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କଲେ NSUI ସଭାପତି
  • ||
  • ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଏହି ଅଧିବେଶନ ବିଜୟର ଉତ୍ସବ
  • ||
  • ବାଲେଶ୍ୱର :ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ପ୍ରଧାନ ଶିକ୍ଷକ ଏବଂ ଗଣିତ ସାର୍ ଅଟକ
  • ||
  • ପୁରୀ : କୂଅରେ ପଡ଼ି ଚାଲିଗଲା ପାଳିଆ ସେବାୟତଙ୍କ ଜୀବନ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଛାତ୍ରୀ ଆତ୍ମହତ୍ୟା ଘଟଣା; କିଟ୍ ବିଶ୍ଵବିଦ୍ୟାଳୟକୁ ଦାୟୀ କଲେ ୟୁଜିସି

Published By : Soubhagya Ranjan | July 21, 2025 11:20 PM

ଭୁବନେଶ୍ଵର,୨୧/୦୭: କିଟ୍ ବିଶ୍ଵ ବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ଘଟଣା ପାଇଁ ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି କିଟ୍ ବିଶ୍ବ ବିଦ୍ୟାଳୟକୁ ଦାୟୀ କରିଛି। କିଟ୍ ବିଶ୍ଵ ବିଦ୍ୟାଳୟରେ ବେଆଇନ ଏବଂ ବେନିୟମ କାର୍ଯ୍ୟକଳାପ ଯୋଗୁ ଛାତ୍ରୀ ଆତ୍ମହତ୍ୟାର କାରଣ ଦର୍ଶାଇଛି ୟୁଜିସି। ବିଶ୍ଵ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ଯୌନ ଉତ୍ପୀଡ଼ନ ଅଭିଯୋଗର ସଠିକ୍ ସମାଧାନ ନ ହେବା, ହଷ୍ଟେଲରେ ଆବଶ୍ୟକୀୟ ସୁବିଧାର ଅଭାବ,  ଛାତ୍ର-ଛାତ୍ରୀଙ୍କ ଉପରେ ଶାରୀରିକ ବଳ ପ୍ରୟୋଗ କରିବାରୁ କିଟ୍ ବିଶ୍ଵ ବିଦ୍ୟାଳୟରେ ଘଟଣା ଘଟିଥିବା ୟୁଜିସି ନିଜ ରିପୋର୍ଟରେ କହିଛି। 

କମିଟି ନିଜ ରିପୋର୍ଟରେ କଲେଜର ବ୍ୟବସ୍ଥାରେ ଅନେକ ତ୍ରୁଟି ଥିବା ଦର୍ଶାଇଛି। ହଷ୍ଟେଲରେ ଛାତ୍ର-ଛାତ୍ରୀମାନଙ୍କୁ ଦିଆଯାଇଥିବା ସମସ୍ୟା ଅତ୍ୟନ୍ତ ନିମ୍ନମାନର। ହଷ୍ଟେଲରେ ଛୋଟ ରୁମରେ ତିନି ଜଣ ଛାତ୍ରୀଙ୍କୁ ରଖା ଯାଉଥିଲା। ବିଦେଶୀ ଛାତ୍ର-ଛାତ୍ରୀଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କୌଣସି ସୁବିଧା ପ୍ରଦାନ କରାଯାଇ ନ ଥିଲା। ଯୌନ ଉତ୍ପୀଡନ ଅଭିଯୋଗକୁ କିଟ୍ ବିଶ୍ଵ ବିଦ୍ୟାଳୟ କର୍ତ୍ତୃପକ୍ଷ ଅଣଦେଖା କରୁଥିଲେ କିମ୍ବା ବେଆଇନ ଭାବେ ଚପାଇ ଦେବାକୁ ଉଦ୍ୟମ କରୁଥିଲେ। ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ମାମଲାରେ କଲେଜ୍ କର୍ତ୍ତୃପକ୍ଷ ନେପାଳୀ ଛାତ୍ର-ଛାତ୍ରୀଙ୍କୁ ବଳପୂର୍ବକ କଲେଜ୍ କ୍ୟାମ୍ପସରୁ ବାହାର କରିଥିଲେ। ସେମାନଙ୍କୁ କୌଣସି ସହାୟତା ଦିଆଯାଇ ନ ଥିଲା। ଓଲଟା କଲେଜର ସୁରକ୍ଷାକର୍ମୀ ଛାତ୍ର-ଛାତ୍ରୀଙ୍କ ବିରୋଧରେ ଶାରୀରକ ବଳ ପ୍ରୟୋଗ କରିଥିଲେ। କଲେଜର ଆଭ୍ୟନ୍ତରୀଣ କମିଟି(ଆଇସିସି) ଓ କଲେଜ୍ର ବରିଷ୍ଠ ଅଧକାରୀଙ୍କ ବିରୋଧରେ  ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକତା ଅଛି ବୋଲି ୟୁଜିସି ରିପୋର୍ଟରେ ଦର୍ଶାଯାଇଛି। ତଦନ୍ତ ପ୍ରକ୍ରିୟାରେ ସ୍ଵଚ୍ଛତା ଆପଣାଯାଇ ନାହିଁ। କିଟ୍ର ଆଇସିସି କମିଟିର ସଦସ୍ୟଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ୟୁଜିସି ସୁପାରିଶ କରିଛି।

ସୂଚନାଯୋଗ୍ୟ, ଆତ୍ମହତ୍ୟା କରିବା ପୂର୍ବରୁ ଛାତ୍ରୀ ଜଣକ ଦୁଇ ଦୁଇ ଥର କଲେଜ୍ ପ୍ରଶାସନଙ୍କ ନିକଟରେ ଅଭିଯୋଗ କରିଥିଲେ। ତେବେ ବିଶ୍ଵ ବିଦ୍ୟାଳୟ କର୍ତ୍ତୃପକ୍ଷ ଆପୋଷ ବୁଝାମଣା ପାଇଁ ଚେଷ୍ଟା କରିଥିଲେ। ଏହି ଆତ୍ମହତ୍ୟା ଘଟଣାକୁ ଏଡାଇ ଦିଆଯିବା ସମ୍ଭବ ଥିଲା। ଗତ ଫେବୃଆରୀ ୧୬ ତାରିଖରେ ନେପାଳର ଜଣେ ତୃତୀୟ ବର୍ଷର ବିଟେକ୍ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ତାଙ୍କ ହଷ୍ଟେଲ ରୁମରୁ ମିଳିଥିଲା।ସେହି ସମୟରେ ଏହି ଘଟଣା ପୂରା ରାଜ୍ୟରେ ଚହଳ ପକାଇଥିଲା। କେବଳ ରାଜ୍ୟ ନୁହେଁ ଏହା ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ ପାଲଟିଥିଲା। ନେପାଳ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କାର୍ଯ୍ୟାନୁଷ୍ଠାନ ବି ଦାବି କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.