ପ୍ରମୂଖ ଖବର
  • ବାଲିପାଟଣା : ମାଆକୁ କୁଟୁରୀରେ ହାଣି ହତ୍ୟା କଲା ପୁଅ
  • ||
  • ପୁରୀ : ହୋଟେଲ ରୁମ ଭିତରୁ ୨ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଆସନ୍ତା ୩୧ ରେ ହେବନି ସ୍ବତନ୍ତ୍ର ଓଟିଇଟି ପରୀକ୍ଷା
  • ||
  • ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ଦୀଘା ସମୁଦ୍ରରେ ଭାସିଗଲେ ଦୁଇ ପର୍ଯ୍ୟଟକ, ଜଣେ ଉଦ୍ଧାର
  • ||
  • ଭୁବନେଶ୍ବର: ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ଅପ୍‌ଡେଟ୍, ଭୁବନେଶ୍ୱରରେ ନୂଆ ଢ଼ାଞ୍ଚାରେ ହେବ ମେ​‌ଟ୍ରୋ କରିଡ଼ର
  • ||
  • ଇଟାଲୀର ଲାମ୍ପେଡୁସା ଦ୍ୱୀପରେ ବୁଡ଼ିଲା ପ୍ରବାସୀ ଡଙ୍ଗା; ୨୬ ମୃତ, ୧୨ ନିଖୋଜ
  • ||
  • ଗଞ୍ଜାମ : ବିଷାକ୍ତ ସାପ କାମୁଡାରେ ମାଇଁ ଓ ଭାଣିଜୀ ମୃତ
  • ||
  • କଟକ : କେନାଲ ପାଣିରେ ଭାସିଯାଇ ନିଖୋଜ ହୋଇଥିଲେ ଛାତ୍ରୀ, ଉଦ୍ଧାର ହେଲା ମୃତଦେହ
  • ||
  • ଭିସୁଟ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍, ପ୍ରଥମ ବର୍ଷ ଛାତ୍ରୀ ପିନ୍ଧିବେ ସାଲଓ୍ୱାର- କୁର୍ତ୍ତା, ପ୍ୟାଣ୍ଟ, ସାର୍ଟ ପିନ୍ଧିବେ ଛାତ୍ର
  • ||
  • କଂଗ୍ରେସର "ଭୋଟ୍‌ ଚୋର, ଗାଦି ଛାଡ଼' ଶୋଭାଯାତ୍ରା, ସନ୍ଧ୍ୟାରେ ଆୟୋଜିତ ହେବ ମଶାଲ ରାଲି
  • ||
  • କେନ୍ଦୁଝର : ଶୋଇଥିବା ବେଳେ ଦଂଶିଲା ସାପ, ଚାଲିଗଲା ମାଆ ପୁଅଙ୍କ ଜୀବନ
  • ||
  • ବଲାଙ୍ଗୀର : ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି, ଧରାପଡ଼ିବାରୁ ଗାଁ ଦାଣ୍ଡରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼
  • ||
  • ଚାଷକୁ ଡବଲ୍‌ ଲଘୁଚାପ ଭରସା: ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାକୁ ପ୍ରବଳ ବର୍ଷା ଆଲର୍ଟ, କୋରାପୁଟ, ମାଲକାନଗିରିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ
  • ||

୩୦୦ପୋଷ୍ଟକାର୍ଡରେ ସ୍ୱାଧୀନତା ଦିବସର ହୃଦୟସ୍ପର୍ଶୀ ବାର୍ତ୍ତା ଲେଖିଲେ ଡିଏଭି ପୋଖରୀପୁଟର ବିଦ୍ୟାର୍ଥୀ

Published By : Gurupada Nath | August 14, 2025 11:27 PM

ଭୁବନେଶ୍ୱର,୧୪/୮: ଆଜିର ଇଣ୍ଟରନେଟ୍‌-ଇ-ମେଲ୍‌ ଯୁଗରେ ଆଧୁନିକ ନବ୍ୟ ସଭ୍ୟ ଶିକ୍ଷିତ ସମାଜ ବ୍ୟସ୍ତ ବହୁଳ ଜୀବନ ଅତିବାହିତ କରୁଛି । ଦ୍ରୁତଗତିରେ ଦେଶକୁ ଅଗ୍ରଗତି କରିବା କ୍ଷେତ୍ରରେ ଶିକ୍ଷା-ଶିକ୍ଷାର୍ଥୀ-ଶିକ୍ଷକ-ଦେଶ ସେବକ ସଭିଙ୍କର ଅସୀମ ସହଯୋଗ ଓ ସହଭାଗିତା ରହିଛି । ଏଭଳି ପରିବେଶରେ ଡିଏଭି ପୋଖରୀପୁଟର ବିଦ୍ୟାର୍ଥୀମାନେ  କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ର ନିର୍ଦ୍ଦେଶାନାମା 'ହର ଘର ତ୍ରିରଙ୍ଗା' ଅଭିଯାନକୁ ସଫଳରୂପ ଦେବା ପାଇଁ ଅଗଷ୍ଟ ୨ ରୁ ୧୫ ତାରିଖ ପର୍ଯ୍ୟନ୍ତ ତିନୋଟି ପର୍ଯ୍ୟାୟରେ ଅନେକ କାର୍ଯ୍ୟକଳାପ ଆୟୋଜନ କରିଥିଲେ । 

ଡିଏଭି ଶିକ୍ଷାନୁଷ୍ଠାନ ଏଫ୍‌.ଜୋନ୍‌ର ସହ ଆଞ୍ଚଳିକ ଅଧିକାରୀ ତଥା ଡିଏଭି ପୋଖରୀପୁଟ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁଙ୍କ ନିର୍ଦ୍ଦେଶାନୁସାରେ ସୃଜନଶୀଳ ଲିଖନ କଳାକୁ ସ୍ଥାନିତ କରାଯାଇଥିଲା। ବିଦ୍ୟାଳୟର ବରିଷ୍ଠା ନିରୀକ୍ଷିକା ଡ.ସ୍ମରଣିକା ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଷଷ୍ଠ ଏବଂ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏହି ଅନନ୍ୟ ଲୁପ୍ତପ୍ରାୟ ପ୍ରତିଭାକୁ ସଫଳରୂପ ଦେବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ । ଦେଶର ସୁରକ୍ଷା ପାଇଁ ପ୍ରତି ମୁହୂର୍ତ୍ତରେ ଲଢ଼େଇ କରୁଥିବା ସଶସ୍ତ୍ର ସେନା ବାହିନୀ ଏବଂ ପୋଲିସ କର୍ମଚାରୀମାନଙ୍କୁ ସମ୍ବୋଧିତ କରି ଦେଶମାତୃକାର ଏହି କୃତଜ୍ଞ ସନ୍ତାନଙ୍କ ପ୍ରତି ନିଜର ଅସୀମ ସମ୍ମାନ, ସଦିଚ୍ଛା, ସଦ୍‌ଭାବନାକୁ ଚିଠିରେ ଲେଖି ହଜିଯାଇଥିବା ଭାବାବେଗକୁ ପୁଣି ସାଉଁଟିବା ପାଇଁ ଚେଷ୍ଟା କରିଥିଲେ ।

ସ୍ୱାଧୀନତା ଦିବସ ଅବସରରେ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ପ୍ରାୟ ୩୦୦ପୋଷ୍ଟକାର୍ଡରେ ସ୍ୱାଧୀନତା ଦିବସର ଅନେକ ହୃଦୟସ୍ପର୍ଶୀ ବାର୍ତ୍ତା ଲେଖାଯାଇଥିଲା । ଯାହାକୁ ସେମାନେ ନିଜେ ଯାଇ ଚିଠି ବାକ୍ସରେ ପକାଇଥିଲେ । ଏହି ଚିଠି ଲେଖା ଅଭିଯାନ କେବଳ ବିଦ୍ୟାର୍ଥୀଙ୍କ ସୃଜନ ଦକ୍ଷତା ପରିବର୍ଦ୍ଧିତ କରିବା କ୍ଷେତ୍ରରେ ନୁହେଁ ବସ୍ତୁତଃ ସେମାନଙ୍କ ହୃଦୟରେ ଦେଶାତ୍ମକ ଭାବ ସୃଷ୍ଟି କରିବା କ୍ଷେତ୍ରରେ ମଧ୍ୟ ନିଶ୍ଚୟ ସହାୟକ ହେବ । ଏହି ଅଭିନବ ପ୍ରୟାସ ସଭିଙ୍କ ପାଇଁ ପ୍ରେରଣାର ସ୍ରୋତ ହେବା ସହ ଏକ ସୁସ୍ଥ ସମାଜ ଗଠନରେ ନିଶ୍ଚୟ ସହାୟକ ହେବ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.