ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ବହୁରାଷ୍ଟ୍ରୀୟ କମ୍ପାନି ସହ ଉଚ୍ଚଶିକ୍ଷା ବିଭାଗର ଚୁକ୍ତି, ପଢ଼ା ସରିବା ମାତ୍ରେ ନିଯୁକ୍ତି ପାଇବେ ଶିକ୍ଷାର୍ଥୀ

Published By : Rasmita Pradhan | April 16, 2025 12:24 PM

ଭୁବନେଶ୍ୱର,୧୬/୦୪ : ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେଉଥିବା ପିଲାଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଏଥିପାଇଁ ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜ, କୋଲକାତାର ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ବିଓପିଟି), ମୁମ୍ବାଇର ବିଏଫ୍‌ଏସ୍‌ଆଇ ସେକ୍ଟର ସ୍କିଲ୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ ଓ ବଜାଜ୍‌ ଫିନ୍‌ସର୍ଭ ଭଳି ବହୁ କମ୍ପାନି ସହ ମଙ୍ଗଳବାର ଉଚ୍ଚଶିକ୍ଷା ବିଭାଗର ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ବିଓପିଟି ସହଯୋଗରେ ଓଡ଼ିଶାର ୮୭ଟି ଶିକ୍ଷାନୁଷ୍ଠାନରେ ଆଏଇଡିପି ପ୍ରଚଳନ କରାଯିବ । ରାଜ୍ୟ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ଣ୍ଣସିପ୍‌ର ସୁଯୋଗ ଦିଆଯିବ । 

ବିଏଫ୍‌ଏସ୍‌ଆଇର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ବ୍ୟାଙ୍କିଙ୍ଗ୍‌, ଫାଇନାନ୍ସ ଓ ଇନ୍‌ସୁରାନ୍ସ କ୍ଷେତ୍ରରେ ଶିକ୍ଷା ପ୍ରଦାନ କରାଯିବ । ଏହି ଶିକ୍ଷାକୁ ସମ୍ପୂର୍ଣ୍ଣ ଭାବେ ଦେୟମୁକ୍ତ କରାଯିବ । ଏହାର ପ୍ରକୃଷ୍ଟ କ୍ରେଡିଟାଇଜେସନ୍‌ ମଧ୍ୟ କରାଯିବ । ଏହା ଦ୍ୱାରା ଶିକ୍ଷାର୍ଥୀଙ୍କ ଦକ୍ଷତା ବିକାଶ ସହ ଭବିଷ୍ୟତରେ ସେମାନେ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ପାଇବେ । ବଜାଜ୍‌ ଫିନ୍‌ସର୍ଭ ୫ ହଜାର ପିଲାଙ୍କୁ ନିଯୁକ୍ତି ପ୍ରଦାନ କରିବ । ଏମ୍‌ଓୟୁ ସ୍ୱାକ୍ଷର ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ବିଭାଗୀୟ ସଚିବ ଅରବିନ୍ଦ ଅଗ୍ରୱାଲ ଉପସ୍ଥିତ ଥିଲେ ।

ଏହି ଖବରଟିକୁ ପଢନ୍ତୁ-ମାଗଣା ୟୁପିଏସ୍‌ସି କୋଚିଂରେ ସରକାର ଆଣିବେ ସଂସ୍କାର, ଶିକ୍ଷାର୍ଥୀଙ୍କ ସ୍ୱତନ୍ତ୍ର କ୍ଲାସ ନେବେ ଆଇଏଏସ୍‌

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.