ପୁରୀ ୨୭/୦୬: ଶ୍ରୀଗୁଣ୍ଡିଚା ମନ୍ଦିରରେ ସୁଆରମହାସୁଆର ନିଯୋଗର ଦୁଇଗୋଷ୍ଠୀ  ଭିତରେ କୌଣସି ବିବାଦକୁ ନେଇ ଚୁଲି ଭଙ୍ଗାରୁଜା ହୋଇଛି । ତେବେ ଏନେଇ ନିଯୋଗ ପକ୍ଷରୁ  ସ୍ପଷ୍ଟ କରାଯାଇନି । ରଥଯାତ୍ରା ପୂର୍ବରୁ ଏଭଳି  ଅଘଟଣ ଶ୍ରଦ୍ଧାଳୁଙ୍କ ଭିତରେ ଆଲୋଚନାର ବିଷୟ  ହୋଇଛି । ଚଳିତ ବର୍ଷ ରଥଯାତ୍ରାକୁ ତ୍ରୁଟି ଶୂନ୍ୟ  କରିବାକୁ ସରକାର ଲକ୍ଷ୍ୟ ରଖିଥିବା ବେଳେ  ଗୋଟିକ ପରେ ଗୋଟିଏ ବିବାଦ ମୁଣ୍ଡ ଟେକିଛି ।