ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ନିଜ ସର୍ଭିସ ରିଭଲଭରରୁ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ସବ-ଇନସପେକ୍ଟର; କାରଣ ଅସ୍ପଷ୍ଟ

Published By : Bijay Swain | January 31, 2025 9:08 PM

ନୂଆଦିଲ୍ଲୀ: ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ସବ-ଇନସପେକ୍ଟର। ଆନ୍ଧ୍ରପ୍ରଦେଶର ୱେଷ୍ଟ ଗୋଦାବରୀ ତାନୁକୁ ରୁରାଲ ପୋଲିସ ଷ୍ଚେସନରେ ସବ-ଇନସପେକ୍ଟର ଏଜିଏସ ମୁର୍ଥି ନିଜ ସର୍ଭିସ ରିଭଲଭରରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ସକାଳ 7ଟା 45ରେ ଏହି ଘଟଣା ଘଟିଥିବା ନେଇ ଏସପି ଆନନ୍ଦ ନାଇମି ଅସ୍ମି ସୂଚନା ଦେଇଛନ୍ତି। 

ଘଟଣା ସମ୍ପର୍କରେ ସୂଚନା ଦେଇ ଅସ୍ମୀ କହିଛନ୍ତି “ଆଜି ସକାଳେ ପୋଲିସ ଷ୍ଟେସନ ଭିତରେ ଏଜିଏସ ମୁର୍ଥି ଆତ୍ମହତ୍ୟା କରିଛନ୍ତି। ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି। ପୂରା ରିପୋର୍ଟ ମିଳିବା ପରେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହେବ।”

ସୂଚନା ମୁତାବକ, ଆତ୍ମହତ୍ୟା କରିଥିବା ଏଜିଏସ ମୁର୍ଥି ନିକଟରେ ତାନୁକୁ ରୁରାଲ ପୋଲିସ ଷ୍ଚେସନରେ ଯୋଗ ଦେଇଥିଲେ। ବିଭିନ୍ନ ଦୁର୍ନିତୀରେ ମାମଲାରେ ତାଙ୍କ ବିରୋଧରେ ଅଭିଯୋଗ ଥିବାରୁ ତାଙ୍କୁ ତାନୁକୁ ରୁରାଲ ଥାନାକୁ ବଦଳି କରାଯାଇଥିଲା। ଏହି ଅଭିଯୋଗର ଇନକ୍ୱାରି କମିଟି ରିପୋର୍ଟ ଏଯାଏ ଆସିନଥିବା ବୋଲି ସୂଚନା ମିଳିଛି। ତେବେ ସେ ଶୁକ୍ରବାର ସକାଳେ ପ୍ରଥମେ ଥାନାକୁ ଆସି କାର୍ଯ୍ୟରେ ଯୋଗ ଦେଇଥିଲେ। ପରେ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ। 

ଏହି ଘଟଣା ପରେ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁକରିଘଟଣାର ଛାନଭିନ ଆରମ୍ଭ କରିଛି ବୋଲି ପୋଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.