ପ୍ରମୂଖ ଖବର
  • ଟାଙ୍ଗୀ: ବୋମାମାଡ କରି ସୁନା ଦୋକାନରୁ ଲୁଟ
  • ||
  • ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ, ଛାତରୁ ଖସିପଡ଼ିଲା କାର୍‌
  • ||
  • ସୁବର୍ଣ୍ଣରେଖାରେ ମଧ୍ୟମ ଏବଂ ବୈତରଣୀରେ ଛୋଟ ଧରଣର ବନ୍ୟା: ସର୍ବୋଚ୍ଚ ଯନ୍ତ୍ରୀ
  • ||
  • କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କଲେ ଚେତେଶ୍ୱର ପୂଜାରା
  • ||
  • ଉଛୁଳା ମହାନଦୀକୁ ଡେଇଁ ପଡ଼ିଲେ ଛାତ୍ରୀ, ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୀ-କୋଣାର୍କ ଭିଷ୍ଟାଡମ୍ ଟ୍ରେନ୍ ପାଇଁ ବିଜ୍ଞପ୍ତି ପ୍ରକାଶ, ୩୨କିଲୋମିଟର ପାଇଁ ଖର୍ଚ୍ଚ ହେବ ୪୯୨ କୋଟି
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଜଳେଶ୍ୱର: ଲଘୁଚାପ ବର୍ଷା ଯୋଗୁଁ ଫୁଲୁଛି ସୁବର୍ଣ୍ଣରେଖା, ବିପଦ ସଂକେତ ଉପରେ ଜଳସ୍ତର
  • ||
  • ନୂଆପଡ଼ାରେ ବାଘ ଆତଙ୍କ, ଛେଳିକୁ ମାରି ଖାଇଦେଲା କଳରାପତରିଆ ବାଘ
  • ||

ସୁବର୍ଣ୍ଣରେଖାରେ ମଧ୍ୟମ ଏବଂ ବୈତରଣୀରେ ଛୋଟ ଧରଣର ବନ୍ୟା: ସର୍ବୋଚ୍ଚ ଯନ୍ତ୍ରୀ

Published By : Harapriya Sethi | August 24, 2025 12:58 PM

ଭୁବନେଶ୍ୱର,୨୪/୦୮: ସୁବର୍ଣ୍ଣରେଖାରେ ଛୋଟରୁ ମଧ୍ୟମ ଓ ବୈତରଣୀରେ ଛୋଟ ଧରଣର ବନ୍ୟା ହୋଇଛି । ବିଗତ କିଛି ଦିନରୁ ଲଗାଣ ବର୍ଷା ଜାରି ରହିଛି । ଗତ ୨୪ ଘଣ୍ଟାରେ ବୈତରଣୀ ବେସିନ କେନ୍ଦୁଝର ଓ ଝାଡ଼ଖଣ୍ଡରେ ୪୨.୫୭ ମିଲିମିଟର ବର୍ଷା ହୋଇଛି । ଉପର ବ୍ରାହ୍ମଣୀରେ ୩୫ ମିଲିମିଟର ବର୍ଷା ହୋଇଛି । ଉପର ମହାନଦୀରେ ୩୧ ମିଲିମିଟର ବର୍ଷା ହୋଇଛି । ଯାହା ପ୍ରଭାବରେ ବନ୍ୟା ଆସିବ । ସୁବର୍ଣ୍ଣରେଖା ଓ ବୈତରଣୀରେ ବନ୍ୟା ଚାଲିଛି । ବଂଶଧରା ଓ ବୁଢାବଳଙ୍ଗରେ ପାଣି ଅଧିକ ଥିଲେ ବି ତାହା କମିଯିବ । ବୈତରଣୀରେ ଗତକାଲି ବର୍ଷା ଜାରି ରହିଛି । ଯାହା ଫଳରେ ତଳି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସେପଟେ ସୁବର୍ଣ୍ଣରେଖାରେ ବର୍ତ୍ତମାନ ରାଜଘାଟଠାରେ ବିପଦ ସଂକେତ ଉପରେ ଜଳ ପ୍ରବାହିତ ହେଉଛି । ଫଳରେ ତଳମୁଣ୍ଡରେ ବିଭିନ୍ନ ଗାଁରେ ବନ୍ୟାପାଣି ପ୍ରବେଶ କରିଛି । ଚଳିତ ବର୍ଷ ସୁବର୍ଣ୍ଣରେଖାରେ ଏହା ପଞ୍ଚମ ବନ୍ୟା । ଏନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇ ଜଳସ୍ତର ବଢିଛି । ହୀରାକୁଦ ଜଳଭଣ୍ଡାରରେ ୬୨୧.୬୫ ଫୁଟ ପାଣି ଅଛି । ୧.୯୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଛି, ୮ ଗେଟ୍ ଦେଇ ୧.୬୦ ଲକ୍ଷ କ୍ୟୁସେକ ଜଳ ନିଷ୍କାସନ ହେଉଛି । ଗତକାଲି ଉପର ମହାନଦୀରେ ୩୧.୩୩ ମିଲିମିଟର ବଡ଼ ବର୍ଷା ହୋଇଛି । ତେଣୁ ହୀରାକୁଦର ଆଉ ଚାରୋଟି ଗେଟ୍ ଖୋଲିବ । ସମୁଦାୟ ୧୨ ଗେଟ୍ ଦେଇ ଜଳ ନିଷ୍କାସନ ହେବ ବୋଲି ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.